ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେଲେ ଦୁଇ ଡାକ୍ତର ଙ୍କ ସହ ଆଉ ଜଣେ ବରିଷ୍ଠ ଡାକ୍ତର:ଏପରି ମୋଟ ୩ ଡାକ୍ତର 

ନବରଙ୍ଗପୁର–(ମସିହା )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୁଇ ନୂତନ ଡାକ୍ତର ଅଂଶୁମାନ ଦାସ ଓ ରିମା କର୍ମକାର କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଆଉ ଜଣେ ବରିଷ୍ଠ ଡଃ ତୃପ୍ତି ରଞ୍ଜନ ଚୌଧୁରୀ ମଧ୍ୟ ଯୋଗ ଦାନ କରି ଛୁଟିରେ ଯାଇଥିଲେ l ପୁଣି ଆସି ଦୁଇ ଚାରି ଦିନ ଡିଉଟି କରି ଛୁଟିରେ ଯାଇଥିବା ଦେଖାଯାଇଛି l ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦୁଇ ଡାକ୍ତର ଓପି ଏସସି ପରୀକ୍ଷା ରେ କୃତକାର୍ଯ୍ୟ ହେବା ପରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଯୁକ୍ତି ଦିଆଯାଇଛି l ସେହିପରି ଜଣେ ବରିଷ୍ଠ ଡାକ୍ତର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମେଡିକାଲ କଲେଜ ରୁ ଉତ୍ତୀର୍ଣ୍ଣ ହୋଇ ଡାବୁଗାଁ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ହୋଇଛନ୍ତି l ଡାବୁଗାଁ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଦୁଇ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା ମେଦନା ଓ ରାବଣାଗୁଡାରେ ଦୁଇ ବିଶେଷଜ୍ଞ ଡାକ୍ତର ସହ ୧୧ ଜଣ ଡାକ୍ତର ପଦବୀ ଆବଶ୍ୟକ ରହିଥିବା ବେଳେ ଆଗରୁ ମାତ୍ର ଦୁଇ ଜଣ ଡାକ୍ତର କାର୍ଯ୍ୟ କରିଥିଲେ l ସେଥି ମଧ୍ୟରୁ ପାପଡାହାଣ୍ଡିରୁ ଡେପୁଟେସନରେ ଆସିଡାକ୍ତର ସୁବାଶିଷ ସାହୁ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ତୁଲାଉଥିବାବେଳେ ମାତ୍ର ଜଣେ ଡାକ୍ତର ଡାବୁଗାଁ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବାକରି ଆସୁଥିଲେl ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଡାବୁଗାଁ ବ୍ଳକ, ଝରିଗାଁ ବ୍ଳକ, ପାପାଡାହାଣ୍ଡି ବ୍ଳକ, କୋଷାଗୁମୁଡ଼ା ବ୍ଳକ ଓ ଉମରକୋଟ ବ୍ଳକର ବହୁତ ଗ୍ରାମର ଅଧିବାସୀ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ନିର୍ଭର କରିଥାନ୍ତି l ଏତଦ୍ ବ୍ୟତୀତ ଡାବୁଗାଁ ଅଞ୍ଚଳରେ ସର୍ବାଧିକ ଦୁର୍ଘଟଣା ଘଟୁଥିବାରୁ ଗୁରୁତର ମାନଙ୍କ ସହ ଅନ୍ୟ ରୋଗୀ ମାନଙ୍କୁ ପ୍ରାଥମିକ ଚିକିତ୍ସା କରି ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଉତ୍ତମ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥାନ୍ତି l ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ପାଇଁ ଜିଲ୍ଲା ପରିଷଦ ସଭ୍ୟ ଜୋନ-୧ ସଭ୍ଯ ଗୁପ୍ତ ବିଶୋଇ ଜିଲ୍ଲା ପରିଷଦ ବୈଠକରେ ବାରମ୍ବାର ଦାବୀ ଉପସ୍ଥାପନ କରି ଆସୁଥିବା ବେଳେ ବ୍ଳକ କଂଗ୍ରେସ ଦଳ ତରଫରୁ ମଧ୍ଯ କିଛି ଦିନ ତଳେ ତୁରନ୍ତ ଡାକ୍ତର ପଦବୀ ପୂରଣ ନେଇ ଦାବି କରାଯାଇଥିଲା l ତେବେ ବିଶେଷଜ୍ଞ ଡାକ୍ତର ବଦଳରେ ତିନି ନୂଆ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଯୁକ୍ତି ଦିଆଯାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ସଂଖ୍ୟାଲଘୁ ଦିଵ୍ଯାଙ୍ଗ ବୃଦ୍ଧାଙ୍କ ପ୍ରତି ମାନବିକତା ଦେଖାଇଲେ ଜାମଦା ଜିଲ୍ଲା ପରିଷଦ ସଦସ୍ୟ ବାବୁଲା ଟୁଡୁ

Sunil Chandra Nayak

୧- ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିତ୍ୟାନ୍ତ ଆବଶ୍ୟକ – ବିଧାୟକ ଦୁର୍ଗାଚରଣ ତନ୍ତୀ , ୨- ଇସ୍ପାତ ସହରାଞ୍ଚଳର ବୁଥ ନମ୍ବର-୧୬ ରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ..

Sunil Chandra Nayak

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!