ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦ୍ୟାନ ବିଭାଗ କାହାପାଇଁ ? ଉଦ୍ୟୋଗୀ ଚାଷୀଙ୍କୁ ମିଳୁଥିବା ସହାୟତା ଓ ସଚେତନତା ପାଇଁ ଅସୁବିଧା ଅର୍ଥ କାହା ସ୍ୱାର୍ଥରେ?

ତେନ୍ତୁଳିଖୁଣ୍ଟି -୨୫/୦୬/୨୩ – ଉଦ୍ୟାନ କୃଷି ର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜନହିତ ଯୋଜନା ବିଭାଗୀୟ ଅଧିକାରୀ ଙ୍କ କାଗଜ କଲମରେ ଅଟକି ରହିଛି।ସରକାର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ  ସଫଳ ଉଦ୍ୟାନ ଚାଷୀ ବହୁଳ ଅଞ୍ଚଳ ଭାବେ ଖ୍ୟାତ। ଚାଷ ଓ ଚାଷୀ ପାଇଁ ବହୁ ବିଭାଗ ଯୋଜନା କରୁଛନ୍ତି। ଚାଷୀ ର ଉନ୍ନତି ଓ ଚାଷ ପ୍ରତି ଆଗ୍ରହ ନିମନ୍ତେ କୃଷି ବିଭାଗ ତରଫରୁ ଚାଷୀଙ୍କୁ ଧାନ ବିହନ, ମକା, ଡାଲି ଜାତୀୟ ଫସଲ ଓ ଚାଷ କାର୍ଯ୍ୟ ପାଇଁ ଯନ୍ତ୍ର ପାତି ସବସିଡ ଦେଉଛି,। ଚାଷିଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ  ମତ୍ସ୍ୟ ବିଭାଗ ର ବିଭିନ୍ନ ଯୋଜନାରେ ଚାଷୀ ନିଜ ଜମିରେ ପଖୋରୀ ନିର୍ମାଣ ଯାଆଁଳ ପାଇଁ ସହାୟତା ପାଇଁ ମାଛ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି। ଏପରିକି ପଞ୍ଚାୟତରାଜ ବିଭାଗଦ୍ୱାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠି ବନ୍ଧ ଲିଜ ନେଇ ମାଛ ଚାଷ କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି।ମୂର୍ତ୍ତିକା ସଂରକ୍ଷଣ ବିଭାଗ ଚାଷୀ ର ଉନ୍ନତ ଚାଷ ନିମନ୍ତେ ଫାର୍ମ ଫଣ୍ଡ, ଆଡିବନ୍ଧ ନିର୍ମାଣ କାଜୁ ବଗିଚା ଦେଇ ଚାଷୀକୁ ଲାଭ ଦେଉଛି।ଆଦିବାସୀ ଉନ୍ନୟନ ସଂସ୍ଥା ତରଫଚାଷୀ ଜମି ମରାମତି ହେଉ ବା ଅନ୍ୟାନ୍ୟ ରୋଜଗାର ପାଇବା ଭଳି ସୁବିଧା ଦେଉଛି, ପମ୍ପ ସେଟ ସବସିଡ ଆକାରରେ ଚାଷୀଙ୍କୁ ସୁବିଧା ଯୋଗାଇ ଆସୁଛି।ହେଲେ ଚାଷ ଓ ଚାଷୀଙ୍କ ପାଇଁ ନୀତି ଦିନ ବ୍ୟବହାର ରେ ଆସୁଥିବା ସମସ୍ତଙ୍କ ଘରେ ନ ତୁଣ ଛ ଭଜା ଯୋଗାଉ ଥିବା ସରକାର ଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ଉଦ୍ୟାନ ବିଭାଗ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଚାଷୀଙ୍କ ପାଇଁ ଆସୁଥିବା ଯୋଜନା ର ଅ ଅକ୍ଷର ଜାଣିପାରୁନାହାନ୍ତି କି ଅଧିକାରୀ ଙ୍କ ଅଂଚଳରେ ଦେଖା ମିଲୁନି। କାଁ ଭାଁ କେତୋଟି ପଂଚାୟତ ଚାଷୀଙ୍କୁ ଯୋଜନା ସମ୍ବନ୍ଧରେ ଆସିଥିବା ସରକାରୀ ସୁବିଧା ଦେଇ ଅଧିକାରୀ ହାତବାନ୍ଧି ବସିଛନ୍ତି।ପ୍ରକୃତରେ ଚାଷୀ ଚିହ୍ନଟ କରିବାରେ ଉଦ୍ୟାନ ବିଭାଗ ଫେଲ।ଆଳୁ ବିହନ ହେଉ ବା ଟମାଟୋ, ମରିଚ, ପିଆଜ, ରସୁଣ, ଅଦା,ଶାଗ, ଆମ୍ବ, ପିଜୁଳି, ଫୁଲ ଜାତୀୟ ଚାଷ ବିହନ ଚାଷୀକୁ ଦେବା ଦୂରର କଥା ବ୍ୟକ୍ତିଗତ ପ୍ପ୍ରୋଜେକ୍ଟ ଓସମୂହିକ ପ୍ରୋ୍ଜେକ୍ଟ କାହାକୁ ଦେଉଛନ୍ତି ଓ କିଏ ଏହି ଯୋଜନା ର ଲାଭ ଉଠାଉଛି ଚାଷୀ ଅଜ୍ଞାତ ରହୁଛି।ସାଧାରଣ ଚାଷୀଙ୍କ ଉଦ୍ୟାନ ବିଭାଗ ବିଷୟରେ ଜାଣିବା ଦୂରର କଥା ଖୋଦ ବ୍ଲକ ପ୍ରତିନିଧି ବିଭାଗ ଉପରେ ଜାଣିପାରୁନାହାନ୍ତି।ସମିତି ବୈଠକରେ ଦିନେ ହେଲେ ପ୍ରଶ୍ନ କାଳ ମଧ୍ୟରେ ଉକ୍ତ ବିଭାଗ ଉପରେ ଆଲୋଚନା କରାଯାଉନାହିଁ।ଯଦ୍ବାରା ବିଭାଗ ସରକାର ଯୋଜନା କିପରି ବାଟ ମାରଣ କରିହେବ ତାର ରାସ୍ତା କରାଯାଇଛି ସାଧାରଣ ଚାଷୀ କହୁଛନ୍ତି ।ବିଭାଗ ପକ୍ଷରୁ ଦିନେ ହେଲେ ସରକାର ଯୋଜନା ର ବିଜ୍ଞାପନ ମଧ୍ୟରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚାଷୀ ସଚେତନତା ପାଇଁ ଦିନେ ହେଲେ ସଚେତନତା ବୈଠକ ଅଞ୍ଚଳରେ ଉଦ୍ୟାନ ବିଭାଗ ତରଫରୁ ହେଉନି 5800ହେକ୍ଟର ମକା ଚାଷ ଓ 6450ହେକ୍ଟର ଧାନ ଚାଷ ହେଲେ ବାକି ପନିପରିବା ଚାଷ ବାଡ଼ି ବଗିଚାରେ ହେଉଛି ।ବିଭାଗ ରେ ସରକାରୀ ଯୋଜନା ଅନ୍ଧାରିଆ ରହିଥିବା ହେତୁ ଅଂଚଳରେ ଚାଷୀ ହାଟ ବଜାରରେ ବିହନ କିଣି ଦଲାଲଙ୍କ ଶିକାର ହେଉଛି।ଉଦ୍ୟାନ ବିଭାଗ ଏହିଭଳି ଅଞ୍ଚଳରେ ଚାଷୀ ଙ୍କୁ ସରକାର ଯୋଜନାରେ ଅଣଦେଖା କୁ ସ୍ଥାନୀୟ ଚାଷୀ ବିରୋଧ କରିବା ସହ ଜିଲ୍ଲା ସ୍ତରୀୟ ଅଧିକାରୀ ତେନ୍ତୁଳିଖୁଣ୍ଟି ବ୍ଲକ ଚାଷୀ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ସରକାରୀ ଯୋଜନା ସାମିଲ କରିବାକୁ ସ୍ଥାନୀୟ ଚାଷୀ ଦାବି କରୁଛନ୍ତି।

 ଉଦ୍ୟାନ ବିଭାଗ ଉଦ୍ୟୋଗୀ ଚାଷୀ ଙ୍କ ପାଇଁ ଥିବା ସରକାରୀ ଯୋଜନା ନେଇ ସଚେତନତା ଓ ପ୍ରୋତ୍ସାହନ ଦେଉ ନ ଥିବାରୁ ଉଦବେଗ ପ୍ରକାଶ ପାଉଛି। ବିଭାଗକାହାପାଇଁ ? ଉଦ୍ୟୋଗୀ ଚାଷୀ ପାଇଁ ନା ବୋଲି ବରିଷ୍ଠ ଚାଷୀ ମହଲରେ ଚର୍ଚ୍ଚା ହେଉଛି। ଜଣେ ବାହାର ରାଜ୍ୟର ଉଦ୍ୟଗୀ ଚାଷୀ ଡଙ୍ଗର ଜମିରେ ପନି ପରିବା ଚାଷ କରି ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି ।। ଏପରି ସ୍ଥଳେ କଂଗ୍ର। କଣ୍ଟାଗାଁ ଚାଷୀ ନିଜ ଉଦ୍ୟମରେ କୋବି ,ଟମାଟୋ ପୋଟଳ କରି ଲାଭବାନ ହେଉଛନ୍ତି । ଯଦି ସେମାନଙ୍କୁ ଆଧୁନିକ କୃଷି କୌଶଳ ଡ୍ରିପ ଜଳସେଚନ ଡ୍ରିପ ଔଷଧ ସିଞ୍ଚନ ଆଦି ତାଲିମ ଓ ସୁବିଧା ଉଦ୍ୟାନ ବିଭାଗ କରିଥିଲେ ଅଞ୍ଚଳ ରେ ପନିପରିବା ଅଵଶ୍ୟକତା ସମ୍ପୂର୍ଣ୍ଣ ହୁଅନ୍ତା।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ 

masiha

ଅଯୋଧ୍ୟାକୁ ରାଉରକେଲା ଦେଇ ଟ୍ରେନ୍‍ ପ୍ରଚଳନ ହେଉ

masiha

ଶ୍ରୀ ସାଇ ଜଗନ୍ନାଥ ଜୁଏଲର୍ସର ଉଦ୍ୟମରେ ରଥଯାତ୍ରା ସମୟରେ ଜନସେବା

Sunil Chandra Nayak

Leave a Comment

error: Content is protected !!