ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜି ଟିଭି ଭାରତ ଓଡ଼ିଆର ୬ଷ୍ଠ ବାର୍ଷିକ ଉତ୍ସବ, ସାମ୍ବାଦିକମାନେ ସମାଜ ସଂସ୍କାର ପ୍ରମୁଖ ବିନ୍ଧାଣି

ରାୟଗଡା : ସମ୍ବାଦପତ୍ର ତଥା ସାମ୍ବାଦିକ ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭ. ସେମାନେ ଜାଗ୍ରତ ହେଲେ ଦୃର୍ନୀତି ହଟିବା ସହ ସମାଜରେ ସଂସ୍କାର ଆସିଥାଏ. ସାମ୍ବାଦିକମାନେ କର୍ତ୍ତବ୍ୟ ନିଷ୍ଠ, ସତ୍ୟ ସମ୍ବାଦ ପରିବେଷଣ କଲେ ସମାଜରୁ ଦୁର୍ନୀତି ହଟିବା ସହ ସଂସ୍କାର ଆସିପାରିବ ବୋଲି ବକ୍ତାମାନେ କହିଛନ୍ତି । ରବିବାର ଦିନ ହୋଟେଲ ତେଜସ୍ବୀ ଇଣ୍ଟରନ୍ୟାସନାଲ ସମ୍ମିଳନୀ କକ୍ଷରେ ଜି ଟିଭି ଭାରତ ଓଡ଼ିଆର ଷଷ୍ଠ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଯୋଗଦେଇ କହିଥିଲେ ଯେ, ସାମ୍ବାଦିକଙ୍କ କଲମ ମୁନରେ ଅନେକ ଶକ୍ତି ଅଛି. ସେ ଚାହିଁଲେ ସମାଜରେ ଅନେକ କିଛି ପରିବର୍ତ୍ତନ ହୋଇପାରିବ. କୋଟିଆ କଥା ହେଉ କି କାଶୀପୁର ଅନାହାର ଘଟଣା ପ୍ରଥମେ ସାମ୍ବାଦିକ ଲୋକଲୋଚନକୁ ଆଣିଥିଲେ, ତାପରେ ପ୍ରଶାସନର ଚେତାପଶିଲା ଏବଂ ସମସ୍ୟାର ସମାଧାନ ପାଇଁ ସରକାର ତତ୍ପରତା ପ୍ରକାଶ କରିଥିଲେ. ସାମ୍ବାଦିକମାନେ ବହୁ ଦୁଃଖ କଷ୍ଟରେ କାଳାତି ପାତ କରୁଛନ୍ତି. ସେମାନଙ୍କ ସୁରକ୍ଷା ଓ ସମସ୍ୟାର ପ୍ରତିକାର ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ । ଏହିସଭାରେ ମୁଖ୍ୟ ବକ୍ତା ଭାବେ ନବୀନ ପତ୍ରିକାର ସମ୍ପାଦକ ରବି ରଥ ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ. ଜି ଟିଭି ଭାରତର ମୁଖ୍ୟ ସମ୍ପାଦକ ରାମଦାସ ଲିମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଓଡିଶା ପତ୍ରକାର ସଙ୍ଘ ରାଜ୍ୟ ସଭାପତି ତଥା ଇଂରାଜୀ ସମ୍ବାଦ ପତ୍ର ଓରିଶା ଟୁଡ଼େର ସମ୍ପାଦକ ଅବିନାଶ ମିଶ୍ର, ବାଦଲ କୁମାର ତା ବରିଷ୍ଠ ସାମ୍ବାଦିକ ପ୍ରମୁଖ ଯୋଗଦେଇ ଜି ଟିଭି ଭାରତ କେବିକେ ଅଞ୍ଚଳର ସମ୍ବାଦକୁ ଅଧିକ ସ୍ଥାନ ଦେବା ସହ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଗୋବିନ୍ଦ ପ୍ରସାଦ ରଥ ଵିଶିଷ୍ଠ ଶିକ୍ଷାବିତ, ହୀନା ଵେଗ, ଡ. ବିଜୟ କୁମାର ଚୌଧୂରୀ, ଜନ୍ମଜୟ ସ୍ବାଇଁ, ଆପାଲସ୍ବାମୀ କାଡ୍ରାକା, ଵିଦ୍ୟୁଲତା ହୁଇକାଙ୍କ ସମେତ ଅନ୍ୟାନ୍ୟ ସମାଜସେବୀଙ୍କୁ ମଧ୍ୟ ସମ୍ବଦ୍ଧିତ କରାଯାଇଥିଲା ।ଶେଷରେ ଦୀପକ କୁମାର ପୃଷ୍ଠି, ପରିଚାଳନା ସମ୍ପାଦକ ଜିଟିଭି ଭାରତ ଓଡିଆ ଧନ୍ୟବାଦ ଦେଇଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାନ୍ତାଳି ଭାଷା ଅଲଚିକି ପରୀକ୍ଷା ସମାପିତ

masiha

Biswabandini, Police officer in Rayagada excells in performance indicators

Sunil Chandra Nayak

ସତ୍ ସଙ୍ଗ ଶ୍ରୀ ମନ୍ଦିର ସ୍ମୃତି ମହୋତ୍ସବ ପାଳିତ q

masiha

Leave a Comment

error: Content is protected !!