ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡ଼ିବାରୁ ଅନ୍ତର୍ଲା ଗ୍ରାମର ମହେନ୍ଦ୍ର ମାଝୀ ଯୁବକ ଗୁରୁତର

ଗୋଲାମୁଣ୍ଡା /25/6/ନିର୍ଭୟ, ନିରପେକ୍ଷ ମସିହା /କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଲା ଗ୍ରାମରେ ଆଜି ସକାଳ ସମୟରେ ନିଜ ବିଲକୁ ଚାଷ କରି ଯାଇଥିବା ଜଣେ ଯୁବକ କୁ ବିଷାକ୍ତ ସାପ କାମୁଡ଼ିବାରୁ ଯୁବକ ଜଣକ ଗୁରୁତର ଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଅନ୍ତର୍ଲା ଗ୍ରାମର ମହେନ୍ଦ୍ର ମାଝୀ ଆଜି ସକାଳ ସମୟରେ ନିଜ ବିଲକୁ ଯାଇ ଘାସ ବାଛୁ ଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କ ହାତ ଆଙ୍ଗୁଠି ରେ କାମୁଡି ଦେଇଥିଲା. ସାପ କାମୁଡି ଦେଇଥିବା କଥା ପରିବାର ବର୍ଗ ଙ୍କୁ ଜଣାଇବା ପରେ ପରିବାର ଲୋକେ 108 ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିବା ଜଣାପଡିଛି.।

ଗୋଲାମୁଣ୍ଡା ବ୍ଲକରୁ ରାମ କୁମାର ସେନାପତିଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ରାଇରଙ୍ଗପୁର ପୌରପାଳିକା ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

ନିଲାବାଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ନ ଥିବାରୁ ଘୁମୁରା ଗାଁରେ ପିଇବା ପାଣି ବିଲ୍ ପୈଠ ନହେବା ଯୋଗୁଁ ବିଜୁଳି କାଟ, ପାଣି ପାଇଁ ୧୬୦ ପାରିବାର ହନ୍ତସନ୍ତ

masiha

ସମଲିଙ୍ଗି ବିବାହ ବିରୁଦ୍ଧରେ ସଚେତନ ନାଗରିକଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

Sunil Chandra Nayak

Leave a Comment

error: Content is protected !!