ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁବାବୁ ପେନସନ ଭତ୍ତା ବାଣ୍ଟିଲେ ଧର୍ମଗଡ ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ 

କୋକସରା,୨୫/୬ // ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ହିତାଧିକାରୀ ମାନଙ୍କୁ ଶନିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ କୋକସରା, ଲଡୁଗାଁ, କାଶୀ ବାହାଲ, ଫୁପଗାଁ, ମୋଟର ଓ ମାଝୀଗୁଡା ପଞ୍ଚାୟତ ଠାରେ ମଧୁବାବୁ ପେନସନରେ ଭତ୍ତା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୋୖଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ବିଡ଼ିଓ ଉତ୍ତମ କୁମାର ବାଗ, ଯୋଗଦେଇ ଭତ୍ତା ବଣ୍ଟନ କରିଥିଲେ । କୋକସରା ପଞ୍ଚାୟତ ଠାରେ ୨୮ଜଣଙ୍କୁ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ପିଇଓ ଭବିଷ୍ୟ ପଟେଲଙ୍କ ଉପସ୍ଥିତିରେ ବଣ୍ଟନ କରିଥିବା ବେଳେ ଲଡୁଗାଁ ପଞ୍ଚାୟତ ରେ ୧୨୭ ଜଣଙ୍କୁ ସରପଞ୍ଚ ନକୁଳ ନାଏକ, ପିଇଓ ମାନସ କୁମାର ବେଣୁପାଣି, ନାଏବ ସରପଞ୍ଚ ଶୋଭାଙ୍ଗିନୀ ଚଣ୍ଡୀ, କାଶୀବାହାଲ ଠାରେ ୫୬ ଜଣଙ୍କୁ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ସମିତି ସଭ୍ୟ ଗଜାନନ ନିଆଲ, ପିଇଓ ଜାଫେଦ ନାଗ, ଫୁପଗାଁ ପଞ୍ଚାୟତ ଠାରେ ୩୪ ଜଣଙ୍କୁ ସରପଞ୍ଚ ଗଜାନନ ପୁଝାରୀ, ମୋଟର ପଞ୍ଚାୟତ ରେ ୨୭ ଜଣଙ୍କୁ ସରପଞ୍ଚ ବାସନ୍ତୀ ନାଏକ, ସମିତି ସଭ୍ୟା ଉଆଁସୀ ପାଲ, ପିଇଓ ବିରଞ୍ଚି ଖର୍ସେଲ ଓ ମାଝୀଗୁଡା ପଞ୍ଚାୟତ ରେ ୩୧ଜଣଙ୍କୁ ସରପଞ୍ଚ ମାମି ବାଗ, ଧର୍ମେନ୍ଦ୍ର ପୋଡ, ବିଜେଡି ର ବ୍ଲକ ସମ୍ପାଦକ ପଞ୍ଚକ ପୋଡ, ପିଇଓ ଭବିଷ୍ୟ ପଟେଲ ଉପସ୍ଥିତ ରହି ହିତାଧିକାରୀଙ୍କୁ ମଧୁବାବୁ ପେନସନ ବଣ୍ଟନ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ତତ୍ୱାବଧାନରେ ଭତ୍ତା ବଣ୍ଟନ ହୋଇଥିଲା । ମଧୁବାବୁ ପେନସନ ଯୋଜନାରେ କୋକସରା ବ୍ଲକର ୬ଟି ପଞ୍ଚାୟତର ସମୁଦାୟ ୩ଶହ ୩ଜଣ ସାମିଲ ହେବାପରେ ହିତାଧିକାରୀଙ୍କ ମାନେ ବ୍ଲକ ପ୍ରଶାସନ, ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆସିକା ଶାସ୍ତ୍ରୀନଗରର ପରୋପକାରୀ ମହିଳା କୃଷ୍ଣପ୍ରିୟାଙ୍କ ଦେହାନ୍ତ

Sunil Chandra Nayak

ଝରୀଗାଁ ବିଧାୟକ ଙ୍କୁ ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ଙ୍କ ଦାବିପତ୍ର ପ୍ରଦାନ

masiha

ଗ୍ରାମରେ ପହଂଚି ପାରିଲାନି ଆମ୍ବୁଲାନ୍ସ |ଜମିହୁଡ଼ାରେ ୨କିଲୋମିଟର ଚାଲି ଆମ୍ବୁଲାନ୍ସ ନିକଟରେ ପହଂଚିଲେ ଗର୍ଭବତୀ 

masiha

Leave a Comment

error: Content is protected !!