ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଭବ୍ୟସଫଳତା

ନବରଙ୍ଗପୁର- (ମସିହା)ଭୁବନେଶ୍ୱର କିଟ ଠାରେ ଅନୁଷ୍ଠିତ ହୋଇ ଥିବା ୬୯ତମ ରାଜ୍ୟ ଏଥେଲେଟିକ ମିଟ ରେ ନବରଙ୍ଗପୁର ଜିଲ୍ଲା ଦଳ ଦୁଇଟି ସ୍ୱର୍ଣ୍ଣ, ସାତଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଜ ସହ ସର୍ବମୋଟ ଚଉଦ ଗୋଟି ମେଡାଲ ହାସଲ କରି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି। ଏଥି ମଧ୍ୟରୁ ସୁରେନ୍ଦ୍ର ସାନ୍ତା ୪୦୦ମିଟର ହଡାଲ ରେ ଏବଂ ସୁନିତା ସାନ୍ତା ୨୦୦୦ ମିଟର ଟ୍ରିପଲ ଚଇସରେ ସ୍ଵର୍ଣ ପଦକ ହାସଲ କରିଥିବା ବେଳେ ସିଲା ପୂଜାରୀ, କାହ୍ନା ବାରୁଆ, ମୋନିରାମ ଗଣ୍ଡ, ଚୈତନ୍ୟ ସମରଥ,ସୁଭମ ଜ୍ୟୋତି ସିଂ,ଚମ୍ପୁ ଭତ୍ରା ପ୍ରମୁଖ ରୌପ୍ୟ ପଦକ ଏବଂ ପଲ୍ଲବୀ ନାୟକ, ଏଲ. ସ୍ନିଗ୍ଧା, ମଙ୍ଗନାଥ ରାଜଗଣ୍ଡ, ତୁଳସା ରାଜଗଣ୍ଡ, ଦଇତା ହନ୍ତାଳ ପ୍ରମୁଖ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଦଳ ସହ ସପନ ବୈରାଗୀ, ଏମ. ବିଜୟ କୁମାର,ଦୁର୍ଯ୍ୟ ହରିଜନ ଏବଂ ନବିନା ସାନ୍ତା ଅଫିସିଆଲ ଷ୍ଟାଫ ଦାଇତ୍ୱ ତୁଲାଇଥିଲେ। ଏହି ସଫଳତା ହାସଲ ପରେ ଜିଲ୍ଳା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ, ଉପସଭାପତି ଏମ. ଵାଲା କ୍ରିଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଏଥେଲେଟିକ ସମ୍ପାଦକ ଜିତେନ୍ଦ୍ର ପରିଛା,ଇଣ୍ଡର ସମ୍ପାଦକ କୃଷ୍ଣ ପ୍ରାସାଦ ପଟ୍ଟନାୟକ,, ହକି ସମ୍ପାଦକ ଦୁର୍ଗା ମଲିକ,ମହିଳା କ୍ରୀଡ଼ା ସମ୍ପାଦିକା ଇ. ଚନ୍ଦନା ମଲିକ କ୍ରିକେଟ ସମ୍ପାଦକ ଅଶୋକ ନାୟକ ପ୍ରମୁଖ ଶୁଭେଛା ଜଣାଇଛନ୍ତି। ଉକ୍ତ ଖବର ପ୍ରସାରିତ ହେବା ପରେ ଜିଲ୍ଲାର ଖେଳାଳିଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ 

Related posts

ସାମନ୍ତରାପୁର ସରକାରୀ ବିଦ୍ୟାଳୟରେ କ୍ରୀଡା ଉତ୍ସବ, ଛାତ୍ରଛାତ୍ରୀଙ୍କ ପସନ୍ଦ ନୃତ୍ୟଗୀତ

Sunil Chandra Nayak

ଚିଲିଗୁଡ଼ା କଲେଜରେ ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ବିଶ୍ୱନାଥପୁର ଫୁଟବଲ ପ୍ରତିଯୋଗିତା ଉଦଯାପିତ  ଡୁକୁମ ଦଳକୁ ୩-୨ରେ ହରାଇ ବିଶ୍ୱନାଥପୁର ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!