ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳଛତ୍ର ଖୋଲିବା ପାଇଁ ଜନସାଧାରଣଙ୍କ ଦାବି

ନର୍ଲା (ମ.ପ୍ର) ପ୍ରବଳ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ଏବେ ଜଳର ଆବଶ୍ୟକତା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି। ମାର୍ଚ୍ଚ ଦ୍ଵିତୀୟ ସପ୍ତାହରୁ ନର୍ଲା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇଛି ଖରାର ପ୍ରକୋପ। ପ୍ରଶାସନିକ ସ୍ତରରୁ ମାର୍ଚ୍ଚ ମାସ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଏ। କିନ୍ତୁ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଜଳଛତ୍ରମାନ ଖୋଲିବା ଦେଖାଯାଉ ନାହିଁ। ଫଳରେ ଲୋକମାନେ ଟାଣ ଖରାରୁ ଶୋଷ ମେଣ୍ଟାଇବା ପାଇ ହନ୍ତସନ୍ତ ହେଉଛନ୍ତି। ବସରୁ ଓହ୍ଲାଇବା ପରେ କିମ୍ବା ବିଶ୍ରାମ ଗାରରେ ଅପେକ୍ଷାରତ ଯାତ୍ରୀଟିଏ ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି। ବର୍ତ୍ତମାନ ପଂଚାୟତରାଜ ନିର୍ବାଚନ ଉଷ୍ମତା କମି ଆସିଲାଣି ତେବେ ଗ୍ରୀଷ୍ମ ଉଷ୍ମତା ବୃଦ୍ଧି ପାଇଛି। ନବ ନିର୍ବାଚିତ ସରପଂଚମାନେ ଜଳଛତ୍ରମାନ ଖୋଲିବା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହେଉଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଚନ୍ଦ୍ରକଳା ଙ୍କ କବିତା ନିଦାଘ

ଚନ୍ଦ୍ରକଳା ଦେବୀ ଙ୍କ କବିତା “ପଦ୍ମାଳୟା”

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରୁ ଦିବ୍ୟଶଙ୍କର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ୧୨ ମନ୍ତ୍ରୀ ବାଦ

Leave a Comment

error: Content is protected !!