ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂର୍ଚ୍ଛନା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ରୋପ୍ୟ ଜୟନ୍ତୀ ସମାରୋହ

ଜୁନାଗଡ଼,୨୭/୬(ମ ନି ସ) ଜୁନାଗଡ,ସଂସ୍କୃତି ଭବନ ଠାରେ ଦୀର୍ଘ ଦୁଇ ଦିନ ଧରି ମୂର୍ଚ୍ଛନା ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ରୌପ୍ୟ ଜୟନ୍ତୀ ସମାରୋହ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି ସମାରୋହକୁ ଉଦ୍ଘାଟନ କରି ଥିଲେ ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ଧର୍ମଗଡ ଏସ୍,ଡି,ଓ ଶ୍ରୀଯୁକ୍ତ ଜଗନ୍ନାଥ ମହାନ୍ତି । ସଂସଦର ସଭାପତି ଶ୍ରୀଯୁକ୍ତ କୈଲାସ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ପରେଶ ପଟ୍ଟନାୟକ,ଅନ୍ୟମାନଙ୍କ ମଧ୍ୟରେ ଗାଳ୍ପିକ ସହଦେବ ସାହୁ, ସାହିତ୍ୟିକ ପ୍ରତାପ କିଶୋର ମୁଣ୍ଡ,ସରୋଜ କୁମାର ସାମଲ ।ଉକ୍ତ ଅଧିବେଶନରେ କୈଲାସ ରାଉତଙ୍କ ଗଳ୍ପ ସଂକଳନ “ଶୂନ୍ୟ ଆକକାଶର ପକ୍ଷୀ”ଉନ୍ମୋଚିତ ହୋଇଥିଲା,। ସମୀକ୍ଷା କରିଥିଲେ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ । ଧନ୍ୟବାଦ ଅର୍ପଣ କରିଥିଲେ ବ୍ରଜକିଶୋର ମିଶ୍ର ।

ଦ୍ଵିତୀୟ ଅଧିବେଶନରେ ସଭାପତିତ୍ଵ କରିଥିଲେ ସଂସଦର ଉପଦେଷ୍ଟା ଉଦ୍ଧବ ଚରଣ ସାହୁ । ସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରାସବିହାରୀ ବେହେରା, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ସୁନିତୀ ମୁଣ୍ଡ, ଅଧ୍ୟାପକ ତପନ କୁମାର ରଥ,ଅର୍ଜୁନ ପୃଷ୍ଟି ଓ କବି ସୁଧୀର ମେହେର ପ୍ରମୁଖ ଉପସ୍ଥିତ ରହି ଥିଲେ।ତରଙ୍ଗ ଚଣ୍ଡିଙ୍କ ଗଳ୍ପ ସଂକଳନ “ଗହକି”ର ଶୁଭ ଉନ୍ମୋଚନ ହୋଇଥିଲା,।

ଦ୍ଵିତୀୟ ଦିବସରେ ସଭାପତିତ୍ଵ କରିଥିଲେ ସଂସଦର ସଭାପତି ଶ୍ରୀଯୁକ୍ତ ଅଜୟ ଦାସ। ଅଧିବେଶନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ। ମଞ୍ଚାସୀନ ଥିଲେ ଓଡ଼ିଶା  ସାହିତ୍ୟ ଏକାଡେମୀର କଳାହାଣ୍ଡି ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର,ମୁଖ୍ୟବକ୍ତା ବଲ୍ଲଭ ରାଉତ,ବରିଷ୍ଠ ସମ୍ବାଦିକ ଓ ଗବେଷକ ଉମାଶଙ୍କର କର,,ଡ ପ୍ରଶାନ୍ତ କୁମାର ସ୍ବାଇଁ, ଅଧ୍ୟାପକ ତଥା ଗବେଷକ ପରମେଶ୍ଵର ମୁଣ୍ଡ, ଓ ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ମହାନ୍ତି ଓ କବି ବିରଞ୍ଚି ନାରାୟଣ ମୁଣ୍ଡ। କବିତା ସଙ୍କଳନ “ମୁଦିତ ନୟନ”ର ଶୁଭ ଉନ୍ମୋଚନ ହୋଇଥିଲା।ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂସଦର ସଭ୍ୟ ନିରଞ୍ଜନ ସାହାଣୀ ।

ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା । ସଭାପତିତ୍ଵ କରିଥିଲେ କବି ସୁଧୀର ମେହେର। ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସାହିତ୍ୟିକ ଜଗନ୍ନାଥ ମହାନ୍ତି । କବି ଅଖିଳ କୁମାର ସ୍ବାଇଁ, ମୁଖ୍ୟବକ୍ତା ଭାବେ ମନୋରଞ୍ଜନ ମହାନ୍ତି,ଅଧକ୍ଷ୍ୟା ପ୍ରିୟ ମଞରୀ ପଣ୍ଡା, ସ୍ଵର୍ଣ୍ଣ ଲତା ଦାସ, କବି ସତ୍ୟନାରାୟଣ ରାଜପୁତ। କବିତାପାଠକୁ ସଂଯୋଜନା କରିଥିଲେ କବି ପ୍ରେମ ଲାଲ୍ ବାଗ, ଭାଗୀରଥି ସାଗର ଓ ନବଘନ ସାହୁ ।ଏହି କବିତା ପାଠୋତ୍ସବରେ ଜିଲ୍ଲାର ପ୍ରାୟ ଅଶି ଜଣ କବି ନିଜ ନିଜର ସ୍ଵ ରଚିତ କବିତା ସବୁ ପାଠ କରିଥିଲେ। କବି ଅଖିଳ ସ୍ଵାଇଁ,ଡିଳେଶ୍ବର ରଣା, ପଦ୍ମଲୋଚନ ମିଶ୍ର,ହେମନ୍ତ ସାହୁ ଓ ବହୁ କବି କବୟତ୍ରୀ ଯୋଗ ଦେଇ ଥିଲେ। ବ୍ରଜ କିଶୋର ମିଶ୍ର  ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର 

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା-୨୦୨୬’ ଏବଂ ‘ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ରେ ଛାତ୍ରୀ ମାନେ ହେଲେ ଆନନ୍ଦିତ 

masiha

Leave a Comment

error: Content is protected !!