ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ଉଛ୍ଛସ୍ବିତ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ

ରାଉରକେଲା/ ଚଳିତ ଜୁନ୍ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ସହରର ଜାତୀୟ ବିଧାୟକ କନକ୍ଳେଭ (ଏନ୍ ଏଲ୍ ସି) ୨୦୨୩ ସମାପନ ହୋଇଥିଲା ବେଳେ ସମଗ୍ର ଦେଶରୁ ୭୫ ଜଣ ଶ୍ରେଷ୍ଠ ବିଧାୟକ ଙ୍କୁ ଏବଂ ଓଡ଼ିଶା ରୁ ୫ ଜଣ ଶ୍ରେଷ୍ଠ ବିଧାୟକ ଭାବେ ମନୋନୀତ କରାଯିବା ସହ ସମ୍ମାନିତ କରାଯାଇଛି। ଓଡ଼ିଶାର ୫ ଜଣ ବିଧାୟକଙ୍କ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଥିଲା ବେଳେ ବଣାଇ ର ଲଢ଼ୁଆ ଓ ଲୋକପ୍ରିୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ରହିଛନ୍ତି। ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ତାଙ୍କର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟତା, ଜନହିତକର କାର୍ଯ୍ୟ, ବିଧାୟକ ପାଣ୍ଠିର ସର୍ବାଧିକ ନିର୍ବାଚନ ମଣ୍ଡଳୀ ରେ ବିନିଯୋଗ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ପ୍ରଦାନ ପାଇଁ ଉଦ୍ୟମ ଏବଂ ତାଙ୍କର ସର୍ବସାଧାରଣ ରେ ବ୍ୟବହାର ଓ ସରଳ ଜୀବନ ଯାପନ ପାଇଁ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ମନୋନୀତ କରିବା ସହ ସମ୍ମାନିତ କରାଯାଇଛି। ଏହା ନିଶ୍ଚିତ ଭାବରେ ବଣାଇ ନିର୍ବାଚନ ମଣ୍ଡଳୀ, ସୁନ୍ଦରଗଡ଼ ଜିଲ୍ଲା ଓ ଆମ୍ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପରିପ୍ରେକ୍ଷୀରେ ରାଉରକେଲା ନାଗରିକ ମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ, ଯୁବ ଛାତ୍ର ଓ ମହିଳା ସଂଗଠନ, ବିଭିନ୍ନ ସାମାଜିକ ସାଂସ୍କୃତିକ ସଂଗଠନ ଓ ବ୍ୟାଙ୍କ, ବୀମା,ଡାକ,ବି ଏସ ଏନ୍ ଏଲ୍ ପ୍ରଭୃତି କର୍ମଚାରୀ ସଂଗଠନ ମାନଙ୍କ ପକ୍ଷରୁ ସ୍ଥାନୀୟ ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାର ଠାରେ ଉଛ୍ବସିତ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ରାଉରକେଲା ର ବିଶିଷ୍ଟ ସ୍ତମ୍ଭକାର ଭୂପେନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ଘନିଷ୍ଠ ସହକର୍ମୀ ତଥା ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ ସ୍ଵାଗତ ଭାଷଣ ଦେବା ସହ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ଦୀର୍ଘ ରାଜନୈତିକ ସାଲିସହୀନ ଜୀବନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧ୍ୟାପକ ଡଃ ପ୍ରଭାତ ମଲ୍ଲିକ, ବିଷ୍ଣୁ ମହାନ୍ତି, ସୁନିଲ୍ କୟାଲ , ମନୋରଞ୍ଜନ ଦାଶ, ଡଃ ସୁମନ ଦତ୍ତ ପ୍ରମୁଖ ବକ୍ତବ୍ଯ ରଖିବା ସହ ବହୁ ଅନୁଷ୍ଠାନ ପକ୍ଷରୁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ରାଜ କିଶୋର ପ୍ରଧାନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ। ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ କାର୍ଯ୍ୟ ପାଇଁ ଆଜି ସେ ସାରା ଦେଶରେ ସମ୍ମାନିତ ହୋଇଛନ୍ତି ବୋଲି କହିବା ସହ ଆମେ ସମସ୍ତେ ତାଙ୍କ ପାଇଁ ଗର୍ବିତ ବୋଲି ବକ୍ତା ମାନେ ମତ ରଖିଥିଲେ। ସୂଚନା ଯୋଗ୍ୟ ଯେ ଲକ୍ଷ୍ମଣ ମୁଣ୍ଡା ପ୍ରଥମେ ୧୯୯୨ ମସିହାରେ ଗୋପନା ପଂଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ପରେ ୧୯୯୭ ରୁ ୨୦୦୨ ପର୍ଯ୍ୟନ୍ତ ଆଦିବାସୀ ଅଧ୍ୟୁଷିତ କୋଇଡା ବ୍ଳକ ର ଅଧ୍ୟକ୍ଷ,୨୦୦୪ ରେ ପ୍ରଥମ କରି ବଣାଇ ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ୨୦୧୪ ରୁ ୨୦୧୯ ଦ୍ଵିତୀୟ ଥର ଓ ୨୦୧୯ ରୁ ୨୦୨୪ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ଜଣେ ସରପଞ୍ଚ ରୁ ତିନି ତିନି ଥର ବିଧାୟକ ଅନେକ ବାଧାବିଘ୍ନ ସତ୍ତ୍ଵେ ସେ ବଣାଇ ନିର୍ବାଚନ ମଣ୍ଡଳୀ ର ସାଧାରଣ ଲୋକଙ୍କ ସମସ୍ୟାକୁ ତୋଳିଧରିବା ସହ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଅନେକ ପ୍ରସଙ୍ଗରେ ଲଗାତର ଭାବେ ଆନ୍ଦୋଳନ ଜାରି ରଖିଛନ୍ତି। କେବଳ ବଣାଇ ନୁହେଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ପାଇଁ ହେଉଥିବା ଜନ ଆନ୍ଦୋଳନ ଯଥା ତାଳଚେର ବିମଳାଗଡ ରେଳପଥ ନିର୍ମାଣ,ରେଳ ଡିଭିଜନ ଘୋଷଣା, ସୁପର ସ୍ପେସାଲିଟି ହସ୍ପିଟାଲ,ଇ ଏସ ଆଇ ସି ମେଡିକାଲ କଲେଜ ପ୍ରତିଷ୍ଠା ଭଳି ଅନେକ ପ୍ରସଙ୍ଗରେ ସେ ନିଜର ସାମିଲ କରିଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ବର୍ଦ୍ଧନା ପ୍ରଦାନ ର ଉତ୍ତରରେ ବିଧାୟକ ଶ୍ରୀ ମୁଣ୍ଡା କହିଥିଲେ ଯେ ଏହା ତାଙ୍କୁ ଲୋକ ମାନଙ୍କ ପାଇଁ ଅଧିକ କାର୍ଯ୍ୟ କରିବା କୁ ନିଶ୍ଚୟ ପ୍ରେରଣା ଯୋଗାଇବ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନେଟଓ୍ଵାର୍କ ଫର ପିପୁଲ ୟୁଥ୍ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

Sunil Chandra Nayak

ଜନଜାତି ସାଂସ୍କୃତିକ ଭବନ ର ଭୁମୀ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଣିକ କଲ୍ୟାଣ ସଂଘର ମହାଯଜ୍ଞ ଓ ପ୍ରବଚନ ଆସନ୍ତା ୨ ରୁ

Sunil Chandra Nayak

Leave a Comment

error: Content is protected !!