ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଙ୍କ ପି ଇ ଓ ତଥା ଏମ ଆଇ ଙ୍କ ଠୁଁ ଭରଣା କରିବା ନିର୍ଦେଶ ପରେ କଣ୍ଟାଗାଁ ପଞ୍ଚାୟତ ବାସୀ ପାଇଲେ ଜୁନ ମାସର ଚାଉଳ

ତେନ୍ତୁଳିଖୁଣ୍ଟି ୨୯/୦୬/୨୩  // ତେନ୍ତୁଳିଖୁଣ୍ଟି ବ୍ଳକର ଛଅ ଟି ପଞ୍ଚାୟତ ରେ ତିନି ମାସ ଏପ୍ରିଲ ମେ ଓ ଜୁନ ମାସର ଚାଉଳ ବଣ୍ଟନରେ ଅନିୟମିତତା ହୋଇଥିଲା। ମାତ୍ର ଦୁଇ ମାସର ଚାଉଳ ବଣ୍ଟନ କରି ଏକ ମାସ ଚାଉଳ ହିତାଧିକାରୀଙ୍କୁ ଦେଇ ନ ଥିଲେ ବିଭିନ୍ନ ପତ୍ରପତ୍ରିକା ଓ ଗଣମାଧ୍ୟମ ରେ ଚାଉଳ ବଣ୍ଟନ ରେ ଅବ୍ୟବସ୍ଥା ବୋଲି ପ୍ରକାଶିତ ହୋଇଥିଲା।ଏହି ଖବର ପ୍ରକାଶ ପରେ ଜିଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ପିଇଓ ,ଏମ ଆଇ ଙ୍କ ଠାରୁ ଭରଣା କରି ସାତ ଦିନ ମଧ୍ୟରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସେହି ନିର୍ଦ୍ଦେଶ ରେ ୨୮ ତାରିଖ ସୁଦ୍ଧା କଣ୍ଟାଗାଁ ପଞ୍ଚାୟତ ବାସୀଙ୍କୁ ଜୁନ ମାସର ଚାଉଳ ବଣ୍ଟନକରାଯାଇଛି। କାମତା ରେ ନିର୍ଦେଶ ପୂର୍ବରୁ ଶେଷ ହୋଇଥିଲା। କଂଗ୍ର। ଗ୍ରାମ ପଞ୍ଚାୟତ ରେ ଆଜି ଆଵଶ୍ୟକ ଚାଉଳ ଗଛିତ କରି ବଣ୍ଟନ ଆରମ୍ଭ କରିଛନ୍ତି ଆସନ୍ତା କାଲି ସୁଦ୍ଧା ଶେଷ ହୋଇଯିବ ବୋଲି ସୂଚନା ମିଳିଛି।ମାତ୍ର ଦିଗି ,ପୂଜାରୀଗୁଡା ଓ ଅଞ୍ଚଳଗୁମ୍ମା ପଂଚାୟତ ରେ ଆରମ୍ଭ ହୋଇପାରି ନାହିଁ। କଣ୍ଟାଗାଁ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ରେ ଏମ ଆଇ ରୋହିତ ମାଝୀ, ପିଇଓ ରୁଦ୍ର ପ୍ରତାପ ଷଡଙ୍ଗୀ ,ସମିତି ସଭ୍ୟ ଡମ୍ବରୁ ଭତରା,ସରପଞ୍ଚ, ଉପସ୍ଥିତ ରେ ହିତାଧିକାରୀଙ୍କ ଚାଉଳ କରିଥିଲେ।

 ପରିତାପର ବିଷୟ ଏହି କି ଯେ ଗୋଟିଏ ମାସର ଚାଉଳ କୁଆଡେ ଗଲା ତାର ତଦନ୍ତ ପାଇଁ ନିର୍ଦେଶ ହେଲାନି କି ଜଣାପଡି ପାରୁନି। ଅଁଳା ଭଟା ରେଂ876 କ୍ୱିଣ୍ଟାଲ ଚାଉଳ ହଡ଼ପ ଵର୍ତମାନ ଛ ପଞ୍ଚାୟତ ରଏତେ ପରିମାଣର ଚାଉଳ ହଡ଼ପ ରେ କେଉଁ ମାନେ ସଂଶ୍ଲିଷ୍ଟ ଅଛନ୍ତି ? ଏହା ଗୋଟିଏ ନେଟୱାର୍କ କି? ଆଦିର ତଦନ୍ତ ଜରୁରୀ। ହିତାଧିକାରୀଙ୍କ ହକ ଗଣ ମାଧ୍ୟମ ରେ ଖବର ପ୍ରକାଶ ନ ପାଇଥିଲେ ମିଳିଥାନ୍ତା କି?

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପଲ୍ଲୀର ପୁଅ ଦିଲ୍ଲୀରେ ସମ୍ମାନିତ

Sunil Chandra Nayak

ମନେରଗା ରାସ୍ତା କାମରେ ଦୁର୍ନୀତି ନିମ୍ନ ମାନର ରାସ୍ତା ରେ ଧାନ ଲଗେଇ ପ୍ରତିବାଦ କଲେ ଗ୍ରାମବାସୀ

Sunil Chandra Nayak

ଧର୍ମଗଡ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ନିରୀକ୍ଷକ,ପରିଦର୍ଶକ ଙ୍କ ସାମୁହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ

masiha

Leave a Comment

error: Content is protected !!