ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ଚୁନା ମେସିନ ବଣ୍ଟନ 

ତେନ୍ତୁଳିଖୁଣ୍ଟି ୦୧/୦୬/୨୩ // ଆଜି ଓଡିଶା ମିଲେଟ ମିଶନ (OMM), କୃଷି ବିଭାଗ ନବରଙ୍ଗପୁର ଏବଂ ଅଗ୍ରଗାମୀ ସଂସ୍ଥା ତରଫରୁ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କ ଉପସ୍ଥିତିରେ ତେନ୍ତୁଳିଖୁଣ୍ଟି ବ୍ଲକ ର 5 ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHGs) କୁ 5 ଗୋଟି Pulvorizer Machine (ମାଣ୍ଡିଆ ଚୁନା ମେସିନ) ବିନା ମୂଲ୍ୟରେ ପ୍ରଦାନ କରାଗଲା |

ଏହି ପରିପେକ୍ଷି ରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସମେତ ଓଡିଶା ମିଲେଟ ମିଶନ ର ଅତିରିକ୍ତ ବ୍ଲକ ସଂଯୋଜକ ନିଶାନ୍ତ କୁମାର ବିଷୋୟୀ, ଅଗ୍ରଗାମୀ ର ପ୍ରକଳ୍ପ ନିର୍ଦେଶକ ଜଗନ୍ନାଥ ଜେନା, ନବଗାମୀ FPC ର ମୁଖ୍ୟ ନିର୍ବାହୀ ଅଧିକାରୀ ନିରୋଦ କୁମାର ପଣ୍ଡା, CRP ଜୟ ପାତ୍ର, ଟଙ୍କଧର ଝଡିଆ ଏବଂ ପ୍ରଦ୍ୟୁମ୍ନ ବାଘ ଉପସ୍ଥିତ ଥିଲେ |ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ଅଫିସ ତରଫରୁ ଚୟନ ହୋଇଥିବା WSHG ଗ୍ରୁପ ମାନଙ୍କୁ ଆଜି ଏହି Pulvorizer Machine ବଣ୍ଟନ କରାଯାଇଛି | ବ୍ଲକ ଅଫିସ ଷ୍ଟାଫ ସହିତ ICDS ଷ୍ଟାଫ ମଧ୍ୟ ଏହି ଯନ୍ତ୍ରପାତି ବିତରାଣ ମେଳାରେ ଉପସ୍ଥିତ ଥିଲେ | ତେନ୍ତୁଳିଖୁଣ୍ଟି ବ୍ଲକ ସହକାରୀ କୃଷି ଅଧିକାରୀ ତଥା କୃଷି ଓଭରସିୟର ସମେତ ଅନ୍ୟାନ୍ୟ ଷ୍ଟାଫ ମିଲେଟ ମିଶନ ପାଇଁ କ୍ଷେତ୍ର କୁ ଯାଇଥିବାରୁ ଉପସ୍ଥିତ ନଥିବା ଜଣା ପଡ଼ିଛି।

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ର ତେନ୍ତୁଳିଖୁଣ୍ଟି ଗ୍ରାମର ତୁଳସୀ SHG, ପୂଜାରୀଗୁଡା ପଞ୍ଚାୟତ ର ଖୁଣ୍ଟିପଦର ଗ୍ରାମର ମା ଧରଣୀ SHG, ମଞ୍ଚଗାଁ ପଞ୍ଚାୟତ ର ବିରିଗୁଡା ଗ୍ରାମର ମଦର ଟେରେସା SHG, ଗୌଡ଼ ଦେଓପାଲି ପଞ୍ଚାୟତ ର ପରଜା ଦେଓପାଲି ଗ୍ରାମର ମା ସନ୍ତୋଷୀ SHG ଏବଂ ଅନ୍ୟ ଏକ ନବଗାମୀ ଏଫ.ପି.ସି ଅଧୀନ କାନ୍ଦ୍ରାଗୁଡା ଗ୍ରାମ ର ଏକ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଦିଆଗଲା |

ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାପତି, ସମ୍ପାଦକ ଏବଂ ସଦସ୍ୟ ମାନେ ଏହି ମେଳା ରେ ଯୋଗ ଦେଇଥିଲେ ଏବଂ ଇଭେଣ୍ଟ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ |

ବିଡ଼ିଓ ପାଣିଗ୍ରାହୀ ଏହି ପରିପେକ୍ଷୀରେ SHG ମେମ୍ବର ମାନଙ୍କୁ ଏହି ମେସିନ ର ଠିକ ବ୍ୟବହାର କରିବା ପାଇଁ ଉପଦେଶ ଦେଇଥିଲେ | ଏହି ମେସିନ କୁ ବ୍ୟବହାର କରି ସେମାନେ ମାଣ୍ଡିଆ କୁ ଚୁନା କରି ବିଭିନ୍ନ ପ୍ରକାର ବିକ୍ରି ଯୋଗ୍ୟ ସାମଗ୍ରୀ ଯଥା ମାଣ୍ଡିଆ Mixture, ମାଣ୍ଡିଆ ଲଡୁ, ମାଣ୍ଡିଆ ପିଠା, ମାଣ୍ଡିଆ ପକୁଡି, ମାଣ୍ଡିଆ ଖଡୁ ଆଦି ପ୍ରସ୍ତୁତ କରି ନିଜ ଅଂଚଳ ରେ ବିକ୍ରି କରି ରୋଜଗାର କରିପାରିବେ ବୋଲି କହିଥିଲେ |

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

କୋକସରା ଗୁଡହାଣ୍ଡି ମହୋତ୍ସବ ଉଦଯାପିତ

Sunil Chandra Nayak

୨୯୮ ଦିବ୍ୟାଙ୍ଗ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା  

masiha

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ

masiha

Leave a Comment

error: Content is protected !!