ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଳା ଉତ୍କଳ ଗୋପାଳ ଗଉଡ ସମାଜ ପକ୍ଷରୁ ୩ ପରିବାରଙ୍କୁ ସହାୟତା ପ୍ରଦାନ

ରାୟଗଡା/୧/୭/୨୩: ରାୟଗଡା ଜିଲ୍ଳା ଉତ୍କଳ ଗୋପାଳ ଗଉଡ ସମାଜ ପକ୍ଷରୁ ଆଜି ୩ଟି ପରିବାରକୁ ରାସନ ସାମଗ୍ରୀ ବଂଟନ କରାଯାଇଛି । ଜିଲ୍ଳାର କାଶିପୁର ବ୍ଳକ ଅନ୍ତର୍ଗତ ଚାନ୍ଦଗିରି ଗ୍ରାମରେ ରହୁଥିବା ଗଉଡ ସଂପ୍ରଦାୟର ତ୍ରିନାଥ ଗଉଡ,ରାମଚନ୍ଦ୍ର ଗଉଡ ଓ ଶଙ୍କର ଗଉଡଙ୍କ ପରିବାରକୁ ବଂଟନ କରାଯାଇଛି ରାସନ ସାମଗ୍ରୀ । ଏଥିରେ ଚାଉଳ, ଡାଲି, ତେଲ, ଆଳୁ, ପିଆଜ, ଲୁଣ, ଲଙ୍କା ରାସନ ସାମଗ୍ରୀ ସହ ଶାଢୀ,ଲୁଙ୍ଗି,ଗାମୁଚ୍ଛା ଭଳି ପୋଷାକ ବଂଟନ କରାଯାଇଛି । ରାୟଗଡା ଜିଲ୍ଳା ଉତ୍କଳ ଗୋପାଳ ଗଉଡ ସମାଜ ଜିଲ୍ଳା ସଭାପତି ସୁରତ ଗୋପାଳଙ୍କ ନିର୍ଦ୍ଦେଶ କ୍ରମେ ଉପସଭାପତି ଶରତ ଚନ୍ଦ୍ର ଗଉଡଙ୍କ ନେତୃତ୍ୱରେ ସଂଘ ପଦାଧିକାରୀ ଡମ୍ବୁର ଗଉଡ,ଜିଲ ଗଉଡ, ଅଭିମନ୍ୟୁ ଗଉଡଙ୍କ ସମେତ ଅନ୍ୟମାନେ ରାସନ ସାମଗ୍ରୀ ଓ ଲୁଗାପଟା ନେଇ ୩ଟି ପରିବାରକୁ ବଂଟନ କରିଥିଲେ । ଉପସଭାପତି ଶ୍ରୀ ଗଉଡ ପରିବାର ସଦସ୍ୟମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କୁ କିପରି ଆଗାମୀ ଦିନରେ ପକ୍କା ଘର ପ୍ରଶାସନ ତରଫରୁ ମିଳିପାରିବ ସେ ନେଇ ଗଉଡ ସମାଜ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯିବାର ପ୍ରତିଶୃତି ଦେଇଥିଲେ । ରାସନ ସାମଗ୍ରୀ ପାଇବା ପରେ ୩ଟି ପରିବାର ମୁଖିଆମାନେ ଗଉଡ ସମାଜକୁ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଥାଉ କି, ଗତ ଜୁନ୍ ୯ ତାରିଖରେ ଚାନ୍ଦଗିରି ଗ୍ରାମରେ ରହୁଥିବା ତ୍ରିନାଥ,ରାମଚନ୍ଦ୍ର ଓ ଶଙ୍କରଙ୍କ ଘରେ କୈାଣସି କାରଣରୁ ଅନ୍ୟ ଗ୍ରାମବାସୀ ସହ ବିବାଦ ଦେଖାଦେଇଥିଲା । ଫଳରେ ଏମାନଙ୍କ ଘରେ ଥିବା ଆସବାବପତ୍ର,ଖାଦ୍ୟ ଜିନିଷ,ଲୁଗାପଟା ସବୁକୁ ନଷ୍ଟ କରି ଦିଆଯାଇଥିଲା । ଉକ୍ତ ଦିନ ଠାରୁ ଏହି ୩ଟି ପରିବାର ବ୍ଳକ ପ୍ରଶାସନ ପାଖେ ସହାୟତା ପାଇଁ ଗୁହାରୀ କରି ଆସୁଥିଲେ । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଳା ଉତ୍କଳ ଗୋପାଳ ଗଉଡ ସମାଜ ନିଜ ସଂପ୍ରଦାୟର ସମସ୍ତ ଲୋକଙ୍କ ପାଇଁ ସବୁ ସମୟରେ ଠିଆ ହୋଇରହିବ ଏବଂ ଯଥାସମ୍ଭବ ସମସ୍ତ ପ୍ରକାର ସାହାର୍ଯ୍ୟ ଯୋଗାଇବା ପାଇଁ ପ୍ରୟାସ କରିବ ବୋଲି ଜିଲ୍ଳା ସଂପାଦକ ଶିବ ନାରାୟଣ ଗଉଡ ପ୍ରକାଶ କରିଛନ୍ତି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବେଆଇନ୍ ମଦ ବିକ୍ରି ବିରୋଧରେ ମହିଳାଙ୍କ ହୁଙ୍କାର; ଭାଙ୍ଗିଦେଲେ ବିକ୍ରି କେନ୍ଦ୍ର 

Sunil Chandra Nayak

ଗଣପତି ଶିଶୁ ମନ୍ଦିରର ଏକାଦଶ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣି ସଭା 

masiha

ନବରଙ୍ଗପୁର ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆକାଂକ୍ଷା ହାଟ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!