ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାମଦା ରେ ସାନ୍ତାଳ ହୁଲ୍ କ୍ରାନ୍ତି ଦିବସରେ ସ୍ବାଧୀନତା ସଂଗ୍ରାମୀ ସିଦ୍ଧ କାହ୍ନୁଙ୍କୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗଭୀର ଶ୍ରଦ୍ଧାଞ୍ଜଳି 

ରାଇରଙ୍ଗପୁର- ୧/୭ // ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଳକର ଗୁଡୁତାରେ ଗ୍ରାମ କମିଟି ଆନୁକୂଲ୍ୟରେ ସାନ୍ତାଳ ହୁଲ୍ କ୍ରାନ୍ତି ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ବ୍ରିଟିଶ ଶାସନର ଅତ୍ୟାଚାର, ଜମିଦାରୀ ପ୍ରଥା,ମନ ଇଛା ଖଜଣା ଆଦାୟ,ନିରୀହ ଆଦିବାସୀଙ୍କ ଉପରେ ବିନା କାରଣରେ ଅକଥନୀୟ ଅତ୍ୟାଚାର କୁ ୧୮୫୫ /୫୬ ମସିହାରେ ମହାନ ସ୍ବାଧୀନତା ସଂଗ୍ରାମୀ ସିଦ୍ଧ,କାହ୍ନୁ ଏବଂ ସହଯୋଗୀ ଙ୍କ ନେତୃତ୍ବରେ ଝାଡ଼ଖଣ୍ଡ – ପଶ୍ଚିମବଙ୍ଗ ସିମାନ୍ତ ତଥା ପୂର୍ବ ଭାରତ ( ବାଙ୍କୁରା,ବୀରଭୁମ ,ପୁରୁଳିଆରେ) ୫୦ ହଜାରରୁ ଉର୍ଦ୍ଧ୍ବ ବ୍ରିଟିଶ ସାମ୍ରାଜ୍ୟ ବାଦ ବିରୋଧରେ ଆନ୍ଦୋଳନରେ ଝାସ ଦେଇଥିଲେ ।ଯେଉଁଥିରେ ହଜାର ହଜାର ନିରିହ ଆଦିବାସୀ ମୃତ୍ୟୁବରଣ କରିଥିଲେ ।ଏହି ଲଢେଇରେ ବ୍ରିଟିଶ ଶାସକମାନେ ସିଦ, କାହ୍ନୁ,ଚାନ୍ଦ,ଭୈରୋ,ଫୁଲଝାନ ପ୍ରମୁଖଙ୍କୁ ହତ୍ୟା କରାଯାଇଥିଲା । ଏହାକୁ ମଧ୍ଯ‌ ପ୍ରଥମ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ସ୍ବାଧୀନତା ଆନ୍ଦୋଳନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଝାଡ଼ଖଣ୍ଡର ସାହିବାଗଞ୍ଜ ଜିଲ୍ଲାର ଭୋଗନାଡିହି ଗ୍ରାମର ୧୮୨୦ ମସିହାରେ ଜନ୍ମିତ ସିଦ,୧୮୩୫ ରେ ଜନ୍ମିତ କାହ୍ନୁ ଏବଂ ତାଙ୍କର ପରିବାରର ଚାନ୍ଦ,ଫୁଲଝାନ,ଭୈରୋବ ପ୍ରମୁଖ ବ୍ରିଟିଶ ଙ୍କ ବର୍ବୋଚିତ ଆକ୍ରମଣ ରେ ଶହୀଦ ହୋଇଥିଲେ । ସେହି ଶହୀଦ ଵୀର ଯୁବକଙ୍କୁ ସ୍ମରଣାର୍ଥେ ଯାମଦା ବ୍ଳକ ଗୁଡୁତା ଗ୍ରାମରେ ସିଦ- କାହ୍ନୁ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇ ପ୍ରତିବର୍ଷ ଶ୍ରାଦ୍ଧ ଦିବସ ପାଳନ କରାହୋଇ ଆସୁଛି ।ଏହା ଶ୍ରାଦ୍ଧ ବାର୍ଷିକୀରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଯୋଗ ଦେଇ ଗ୍ରାମ କମିଟିର ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସିଧ-କାହ୍ନୁ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏହି ବୀର ପୁରୁଷ ମାନଙ୍କ ମାର୍ଗ ଦର୍ଶନରେ ଗଲେ ଆମ୍ଭେ ନିଶ୍ଚିତଭାବେ ଶୋଷଣମୁକ୍ତ,ଅତ୍ୟାଚାର,ଅନ୍ୟାୟ, ମାଟି,ମାଆ,ମାନୁଷ,, ସୁଶାସନ,ନିଜର ହକ ହାସଲ କରିପାରିବା !ଏହି ଶ୍ରାଦ୍ଧବାର୍ଷିକୀ ଅବସରରେ ଗ୍ରାମବାସୀ ଦିବଂଗତ ନେତାଙ୍କ ଆଦିବାସୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ ।ପରେ ଆଦିବାସୀ ପାରଂପାରିକ ବେଶଭୂଷାରେ ଢୋଲ,ମାଦଳ,ବାହାରେ ବିପ୍ଳବୀ ଗୀତ ଗାନ କରି ନୃତ୍ୟ ପରିବେଷଣ କରି ହୁଲ୍ ଉତ୍ସବ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିଥିଲେ। ବିଭିନ୍ନ ଅଂଚଳରୁ ଆଦିବାସୀ ମାନେ ଏହି ହୁଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ପାରଦ ଛୁଇଁଲା ୪୨° ସପ୍ତାହର ସବୁଠୁ ଉତ୍ତପ୍ତ ସହର ଲାଞ୍ଜିଗଡ଼ 

Sunil Chandra Nayak

ଧୁଳେଶ୍ବର ବସ୍ତିଆଙ୍କ ପୂଣ୍ୟତିଥି ପାଳନ ଓ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ବ୍ଲକସ୍ତରୀୟ କ୍ରୁଷକ ଦିବସ ପାଳିତ, ଯୋଗଦେଲେ ବ୍ଲକ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!