ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କବୟିତ୍ରୀ ଅଙ୍ଗୁରବାଳା ପରିଡା ସମ୍ବର୍ଦ୍ଧିତ

ରାଉରକେଲା/ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ରାଜଧାନୀ ପୁସ୍ତକମେଳା ପୁରସ୍କାର ଉତ୍ସବ ଭୁବନେଶ୍ବରସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । କରୋନା ପାଇଁ ବନ୍ଦ ଥିବା ପୁରସ୍କାର ଉତ୍ସବକୁ ଚଳିତବର୍ଷ ୨୦୨୦,୨୦୨୧,୨୦୨୨ ପାଇଁ ସାହିତ୍ୟରେ ୧୧ଟି ବିଭାଗରେ ୩୫ଜଣ ସାହିତ୍ୟିକ ଙ୍କ ସେମାନଙ୍କ ପୁସ୍ତକ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ରାଉରକେଲାର କବୀ ଅଙ୍ଗୁରବାଳା ପରିଡା ଙ୍କ କବିତା ସଂକଳନ ‘ ରତ୍ନ ଗର୍ଭା’ କୁ ରାଜଧାନୀ ପୁସ୍ତକମେଳା କବିତା ପୁରସ୍କାର ୨୦୨୦ ପ୍ରଦାନ କରାଯାଇଥିଲା । ପୁସ୍ତକମେଳା ର ସଭାପତି ଡଃ ଉପେନ୍ଦ୍ର କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଡଃ ବଦ୍ରିନାଥ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ମନ୍ତ୍ରୀ ଡଃ ଅରୁଣ ସାହୁ ପ୍ରମୁଖ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ଆବାହକ ରମେଶ ଚନ୍ଦ୍ର ସ୍ବାଇଁ ସ୍ବାଗତ ଭାଷଣ ସହ ଅତିଥି ଙ୍କ ପରିଚୟ ଓ ସଂପାଦକ ବିଦୁଭୂଷଣ ପଟ୍ଟନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଗତ ୨୩ ବର୍ଷ ରାଜଧାନୀ ପୁସ୍ତକମେଳାରେ ପୁରସ୍କୃତ ହୋଇଥିବା ସାହିତ୍ୟିକ ମାନଙ୍କ ଉପରେ ଏକ ପୁସ୍ତକ ଅତିଥିମାନେ ଉନ୍ମୋଚନ କରିଥିଲେ। ସଂପ୍ରତି ରତ୍ନଗର୍ଭା ପୁସ୍ତକ ଟି ଆମାଜନ ରେ ଉପଲବ୍ଧ ରହିଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କଂଗ୍ରେସ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡଙ୍କ ଶୋକସଭା

masiha

ସତ୍ୟସାଇ ସେବା ଗୃଫ ପକ୍ଷରୁ ରକ୍ତଦାନ ଶିବିର 

Sunil Chandra Nayak

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଉକଳ ରତ୍ନ’ ରବି ରଥ ପାଇବେ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ’

masiha

Leave a Comment

error: Content is protected !!