ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ସିଡିପିଓ ଙ୍କୁ ବିରୋଧରେ ଡାବୁଗାଁ କଂଗ୍ରେସ ର ଖବରଦାତା ସମ୍ମିଳନୀ

ଡାବୁଗାଁ, ୨ /୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ସମନ୍ଵିତ ଶିଶୁ ବିକାଶ କେନ୍ଦ୍ର ର ସିଡିପିଓ ଗୀତାଞ୍ଜଳି ମହାରଣା ଓ ବରିଷ୍ଠ କିରାଣି ସନ୍ତୋଷି କୁମାରୀ ମିଶ୍ର ଙ୍କ ମଧ୍ୟରେ କୌଣସି କାରଣରୁ ବସଚା ହୋଇଥିଲା ପରେ ବଚସା ହେବାପରେ ସିଡିପିଓ ରାଗିଯାଇ ସନ୍ତୋଷି କୁମାରୀ ମିଶ୍ର ବସିଥିବା ଚେୟାର ସହ ଠେଲିଦେଇଥିଲେ ଫଳରେ ସେ ତଳେ ପଡ଼ିଯାଇଥିବା ର ଭିଡିଓ ଭାଇରାଲ ହେବା ପରେ ଡାବୁଗାଁ କଂଗ୍ରେସ ସିଡିପିଓ ଙ୍କ ଏପରି କାର୍ଯ୍ୟ କୁ ଘୋର ବିରୋଧ କରି ଯଥାଶୀଘ୍ର ତାଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ନେବା, ଦୁର୍ନୀତି ଗ୍ରସ୍ତ ଛତୁଆ ପ୍ରସ୍ତୁତି କେନ୍ଦ୍ର, ଜାଳେଣି ଗ୍ୟାସ ବଣ୍ଟନ, ନିମ୍ନ ମାନର ଔଷଧ ସାମଗ୍ରୀ କୀଟ କିଣା ଓ ଖେଳନା ସାମଗ୍ରୀ ନିମ୍ନ ମାନର ହୋଇଥିବା ଯୋଗୁଁ କଂଗ୍ରେସ କ୍ଷୋଭ ପ୍ରକାଶ କରିଥିଲେ । ଛୋଟ ଶିଶୁ ଆଗାମୀ ଦିନର ଭବିଷ୍ୟତ, ସେମାନଙ୍କ ସହ ଭବିଷ୍ୟତ ସହ ଏପରି ଛଳନା କରୁଥିବା ପ୍ରଶାସନ କୁ ସେ ଦୃଢ଼ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଯଦି ଏସବୁ ଠିକ୍ କରାନଯାଏ ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ବିରାଟ ଆନ୍ଦୋଳନ କରିବା ନେଇ ଖବରଦାତାମ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀ ରେ ପାପଡ଼ାହାଣ୍ଡି ବ୍ଲକ ଜିଲାପରିଷଦ ସଭ୍ୟା ଡ. ଦୀପିକା ମାଝୀ , ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ , ଜିଲାପରିଷଦ ଜୋନ-୧ ସଭାପତି ପ୍ରକାଶ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି, ଜିଲା ଛାତ୍ର କଂଗ୍ରେସ ଉପ ସଭାପତି ନୁରେନ୍ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଜେଡି ରୁ ଟୁନା ଦାସ ଓ ପ୍ରମୋଦ ସାହୁ ଙ୍କୁ ନିଲମ୍ବିତ ପ୍ରତିବାଦରେ ୪ ବ୍ଲକ ର ସମସ୍ତ ନିର୍ବାଚିତ ନେତା ଙ୍କ ସମୂହ ଇସ୍ତଫା 

ଭୋଟ ପାଇଁ ସଚେତନତା ରାଲି

masiha

ପାପଡାହାଣ୍ଡି ବ୍ଲକ ବିଜେଡି କର୍ମୀ ସମ୍ମିଳନି 

Sunil Chandra Nayak

Leave a Comment

error: Content is protected !!