ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲୀ ହାତୀ କୁ ନେଇ ଲୋକେ ଆତଙ୍କିତ !!!

କୋଲନରା :- ୦୨/୦୬ :- ରାଜ୍ୟ ସରକାର ଜଙ୍ଗଲ ବିଭାଗ କୁ ଜଙ୍ଗଲ ସୁରକ୍ଷା ନେଇ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷ ରୋପଣ କରି ଜଙ୍ଗଲ ସୁରକ୍ଷା ପ୍ରଚାର ପ୍ରସାର କରି ଡିଣ୍ଡିମ ପିଟୁଛନ୍ତି ।କିନ୍ତୁ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଜଙ୍ଗଲୀ ଜନ୍ତୁ ମାନଙ୍କର ଖାଦ୍ୟ ଅଭାବ ଯୋଗୁଁ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ଏହି ଘଟଣା ଟି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବଡ ଖିଲାପଦର ଗ୍ରାମ ପଞ୍ଚାୟତ ର ସଂରକ୍ଷିତ ଜଙ୍ଗଲ ବଡ଼ ଖିଲାପଦର ର ଜଙ୍ଗଲ ରେ ଜଙ୍ଗଲୀ ହାତୀ ଦେଖିବାକୁ ମିଳିଛି । ପାଞ୍ଚ ଗୋଟି ଜଙ୍ଗଲୀ ହାତୀ ବଡ଼ ଖିଲା ପଦର ଗ୍ରାମ ପଞ୍ଚାୟତ ର ଆଖ ପାଖ ଅଞ୍ଚଳ ରେ ରାଇନା ସିକାବାଡି ଗ୍ରାମରେ କଦଳୀ ଗଛ ଓ ପଣସ ଖାଇଥିବା ଦେଖିବାକୁ ମିଳିଛି । ଏହି ଭଳି ପରିସ୍ଥିତି ଯଦି ସବୁବେଳେ ଲାଗି ରହିବ ତେବେ ଗ୍ରାମବାସୀ ମାନେ କୌଣସି କାମ କୁ ଯାଇ ନ ପାରି ନିଜର ଜୀବନ ଜୀବିକା ହୋରେଇବେ ବୋଲି ବୁଦ୍ଧି ଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହାର ପ୍ରତିକାର କରିବାକୁ ବନ ବିଭାଗ ଥିବାବେଳେ ବନ ବିଭାଗର ଦେଖା ମିଳୁନଥିବା କହିଛନ୍ତି ବଡ ଖିଲାପଦର ପଞ୍ଚାୟତ ବାସୀ । 

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଜ୍ୟ ସରକାରଙ୍କ ଟାଲଟୁଲ ନୀତି କୁ ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ

Sunil Chandra Nayak

ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ 

masiha

ବ୍ୟାଙ୍କ କର୍ମଚାରୀ ଙ୍କ ରାଜ୍ୟ ନେତା ସୁଶିଲ ଗିରି ଙ୍କ ଦେହାନ୍ତ 

Sunil Chandra Nayak

Leave a Comment

error: Content is protected !!