ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସୁସ୍ଥ ସାମ୍ବାଦିକଙ୍କୁ ଭେଟିଲେ କଂଗ୍ରେସ ନେତା

ବାଲେଶ୍ଵର,୦୨/୭/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ଯୁବ ସାମ୍ବାଦିକ କିଶୋର କୁମାର ବେହେରା । ସେ ଦୀର୍ଘଦିନ ହେଵ କିଡନି ରୋଗରେ ପିଡିତ ଅଛନ୍ତି । ସମସ୍ତ ପ୍ରକାର ଚିକିତ୍ସା ପରେ ମଧ୍ୟ ପାରୁ ନାହାନ୍ତି ସୁସ୍ଥ ହୋଇ । ଆର୍ଥିକ ଅନାଟନ ଅଧିକ ଚିକିତ୍ସାରେ ହେଉଛି ବାଧକ । ଖବରପାଇ ଭେଟିଛନ୍ତି ବିଶିଷ୍ଟ କଂଗ୍ରେସ ନେତା ରବି ଶତପଥିା ଶନିବାର ସଂଧ୍ୟାରେ ସେ ସିମୁଳିଆ ନିର୍ବାଚନ ମଣ୍ଡଳିର ଯୁବ କଂଗ୍ରେସ ସଭାପତି ନିରଞ୍ଜନ ପରିଡା, ଯୁବ ନେତା ବସନ୍ତ କୁମାର ଦତ୍ତଙ୍କ ସମେତ ଅନ୍ୟ କର୍ମୀଙ୍କ ସହ କିଶୋରଙ୍କ ମାଖନପୁର ପଞ୍ଚାୟତର ବାସିନ୍ଦିପୁର ବାସଭବନରେ ପହଞ୍ଚିଥିଲେ । କିଶୋରଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆର୍ଥିକ ସହଯୋଗର ହାତ ବଢାଇଥିଲେ । ଆଗାମି ଦିନରେ ମଧ୍ୟ ସହାୟତା ଜାରି ରଖିବାକୁ ପ୍ରତିଶୃତି ଦେଇଥିଲେ । ଖଇରା ସାମ୍ବାଦିକ ସଂଘର ଉପଦେଷ୍ଟା ଅନାମ ଚରଣ ପଣ୍ଡା, ସଭାପତି ଉତ୍କଳବନ୍ଧୁ ପଣ୍ଡା ଓ ଅନ୍ୟ ସଭ୍ୟ ଉପସ୍ଥିତ ଥିଲେ । ଜଂଗ୍ରେସ ନେତାଙ୍କ ଏଭଳି ସହଯୋଗକୁ ଓଡିଶା ସାମ୍ବାଦିକ ୟୁନିଅନ ପ୍ରଶଂସା କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତେରେସିଂହା ବିରାଟ ପର୍ବ: ଗୋଧନ ହରଣ ଓ ଅର୍ଜୁନ ଙ୍କ ଦଶନାମ ମଞ୍ଚସ୍ଥ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ଠାରେ ସବ୍ ଡିଭିଜନ ସ୍ତରୀୟ ଡାକ ମେଳା ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ଧାନ ମଣ୍ଡି ରେ ଧାନ କିଣା ନୋହିଲା:ମିଲର୍ସ ମାନେ ଏଫ୍ ଏ କ୍ୟୁ ଧାନ ନେବାକୁ ଚାହିଁଲେ 

masiha

Leave a Comment

error: Content is protected !!