ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗ ଦେଲେ ମହିଳା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ 

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବହୁଦିନରୁ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପଦ ଖାଲି ଥିବା ବେଳେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମାନସ ରଞ୍ଜନ ସାହୁ ଅତିରିକ୍ତ ଦାୟିତ୍ଵ ନେଇ ବେଶ୍ ସୁରୁଖୁରୁରେ ଉକ୍ତ ପଦବୀକୁ ସୁଚାରୁରୂପେ ଚଳାଇ ନେଉଥିଲେ l କିନ୍ତୁ ସମ୍ପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ନୂତନ ମହିଳା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଭାବେ ପୁଷ୍ପା ରାଣୀ ସାମଲ ଯୋଗ ଦେଇଛନ୍ତି l ପୂର୍ବରୁ ପୁଷ୍ପାରାଣୀ ସାମଲ କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ ରତ ଥିଲେ l ଉକ୍ତ ସ୍ଥାୟୀ ପଦବୀ ପୂରଣ ହେବା ପରେ ଅତିରିକ୍ତ ଦାୟିତ୍ୱରୁ ଶ୍ରୀ ସାହୁ ଙ୍କୁ ମୁକ୍ତି ମିଳିଛି l ଦୁଇ ଦୁଇଟି ଦାୟିତ୍ଵ ରେ ରହିବା କଷ୍ଟ, କିନ୍ତୁ ଶ୍ରୀ ସାହୁ ଉପର ଅଧିକାରୀ ଙ୍କ ନିର୍ଦ୍ଦେଶ କୁ ଆନନ୍ଦ ସହକାରେ ମାନି କାର୍ଯ୍ୟ କରି ଆସୁଥିଲେ lଆଗାମୀ ଦିନରେ ଯେ ଯାହାର ଦାୟିତ୍ଵ ସୁଚାରୁରୂପେ ସମ୍ପାଦନା କରିପାରିବେ ବୋଲି ଜନ ସାଧାରଣରେ ମତ ପ୍ରକାଶ ପାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଖାଦ୍ୟ ଓ ପାନୀୟ ଜଳ ପାଇଁ ବନ୍ୟ ଜନ୍ତୁ ଗାଁ ମୁହାଁ, ସମାଜ ସେବୀ ଙ୍କ ପ୍ରଚେଷ୍ଟା

masiha

ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ବିଭିନ୍ନ ଦୋକାନରେ ଚଢ଼ାଉ

ବିରଳ ପକ୍ଷୀ ଅସୁସ୍ଥ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର , ବନବିଭାଗକୁ ହସ୍ତାନ୍ତର ପରେ ପକ୍ଷୀର ଚିକିତ୍ସା ଜାରି

Sunil Chandra Nayak

Leave a Comment

error: Content is protected !!