ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରା ଚାଲାଣ ବେଳେ ପୁଣି ଜବତ ହେଲା  ବିପୁଳ ପରିମାଣର ଗଞ୍ଜେଇ

୩ କ୍ଵିଣ୍ଟାଲ ୨୦ କେଜି ଗଞ୍ଜେଇ ସହ ବୋଲେରୋ ଜବତ 

ଧର୍ମଗଡ/ଭବାନୀପାଟଣା:୧୬/୦୩/୨୨:

କଳାହାଣ୍ଡି ଜିଲ୍ଲାରେ ଦିନ କୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କାର୍ଯ୍ୟ କୁ ମଧ୍ୟ ଯୋର ଦିଆଯାଉଛି । ଆଜି ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ସମୟ ରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରା ଯାଇଥିବା ବେଳେ ଗୋଟିଏ ବାଲେରୋ ଗାଡ଼ି କୁ ମଧ୍ୟ ଜବତ କରାଯାଇଛି ।

    ସୁଚନା ମତେ ଜିଲ୍ଲା ରେ ଗଞ୍ଜେଇ ଚୋରା ଚାଲାଣ କୁ ରୋକିବା ନେଇ ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ପେଟ୍ରୋଲିଂ କୁ କଡ଼ା କଡି କରାଯାଇଛି । ଆଜି ଧର୍ମଗଡ ଅବକାରୀ ନିରୀକ୍ଷକ ଲଲିତ ମୋହନ ମିଶ୍ର ଓ ସୁଶାନ୍ତ ପ୍ରଧାନ ଙ୍କ ପ୍ରତକ୍ଷ ତତ୍ତ୍ଵାବଧାନ ରେ ଥିଆମୁଲ ରାମପୁର ଅବକାରୀ ଥାନା ଅଞ୍ଚଳ ରେ ଭୋର ସମୟ ରେ ପେଟ୍ରୋଲିଂ ଚାଲୁଥିବା ବେଳେ ମହୁଲପାଟଣ ରୁ ଜୟପାଟଣା ପଟ କୁ ଏକ ବୋଲେରୋ ଗାଡ଼ି ଆସୁଥିଲା ତେବେ ଗାଡ଼ି ର ଗତିବିଧି ସନ୍ଦେହଜନକ ହେବାରୁ ପେଟ୍ରୋଲିଂ ଟିମ ଗାଡ଼ି କୁ ଗୋଡ଼େଇ ଧରିଥିଲେ । ତେବେ ଗାଡ଼ି ଚାଳକ ଗାଡ଼ି କୁ ରାସ୍ତା ଉପରେ ଛାଡ଼ିଦେଇ ଫେରାର ହୋଇ ଯାଇ ଥିଲେ । ଗାଡ଼ି ରେ ୪ ବସ୍ତା ଗଞ୍ଜେଇ ରହିଥିବା ବେଳେ ଏହାର ଓଜନ ୩୨୦ କେଜି ୬୫୦ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ । ଜବତ ଗାଡ଼ି ର ନଂ- ଓ ଆର ୦୮ ସି ୪୨୮୪ ଅଟେ । ଗାଡ଼ି ଜବତ ହୋଇଥିବାରୁ ଖୁବ ଶିଘ୍ର ଚୋରା ଚାଲାଣ କାରୀ ମାନେ ଧରା ପଡ଼ିବେ ବୋଲି ଅବକାରୀ ନିରୀକ୍ଷକ ଲଳିତ ମୋହନ ମିଶ୍ର ପ୍ରକାଶ କରିଛନ୍ତି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ନୂଆପଡା ଜିଲ୍ଲା ସ୍କାଉଟ ଗାଇଡସ ପକ୍ଷରୁ ଖଡିଆଳ ଠାରେ ଜଳଛତ୍ର

ଚୋର,ଡକାୟତ ଙ୍କ ନା ରେ ଅଂଚଳ ବାସୀ ଭୟଭୀତ, ଯୁବ ଗୋଷ୍ଟି ଦେଉଛନ୍ତି ଗାଁରେ ରାତ୍ର ପହରା

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭାରତ

Sunil Chandra Nayak

Leave a Comment

error: Content is protected !!