୩ କ୍ଵିଣ୍ଟାଲ ୨୦ କେଜି ଗଞ୍ଜେଇ ସହ ବୋଲେରୋ ଜବତ
ଧର୍ମଗଡ/ଭବାନୀପାଟଣା:୧୬/୦୩/୨୨:
କଳାହାଣ୍ଡି ଜିଲ୍ଲାରେ ଦିନ କୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କାର୍ଯ୍ୟ କୁ ମଧ୍ୟ ଯୋର ଦିଆଯାଉଛି । ଆଜି ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ସମୟ ରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରା ଯାଇଥିବା ବେଳେ ଗୋଟିଏ ବାଲେରୋ ଗାଡ଼ି କୁ ମଧ୍ୟ ଜବତ କରାଯାଇଛି ।
ସୁଚନା ମତେ ଜିଲ୍ଲା ରେ ଗଞ୍ଜେଇ ଚୋରା ଚାଲାଣ କୁ ରୋକିବା ନେଇ ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ପେଟ୍ରୋଲିଂ କୁ କଡ଼ା କଡି କରାଯାଇଛି । ଆଜି ଧର୍ମଗଡ ଅବକାରୀ ନିରୀକ୍ଷକ ଲଲିତ ମୋହନ ମିଶ୍ର ଓ ସୁଶାନ୍ତ ପ୍ରଧାନ ଙ୍କ ପ୍ରତକ୍ଷ ତତ୍ତ୍ଵାବଧାନ ରେ ଥିଆମୁଲ ରାମପୁର ଅବକାରୀ ଥାନା ଅଞ୍ଚଳ ରେ ଭୋର ସମୟ ରେ ପେଟ୍ରୋଲିଂ ଚାଲୁଥିବା ବେଳେ ମହୁଲପାଟଣ ରୁ ଜୟପାଟଣା ପଟ କୁ ଏକ ବୋଲେରୋ ଗାଡ଼ି ଆସୁଥିଲା ତେବେ ଗାଡ଼ି ର ଗତିବିଧି ସନ୍ଦେହଜନକ ହେବାରୁ ପେଟ୍ରୋଲିଂ ଟିମ ଗାଡ଼ି କୁ ଗୋଡ଼େଇ ଧରିଥିଲେ । ତେବେ ଗାଡ଼ି ଚାଳକ ଗାଡ଼ି କୁ ରାସ୍ତା ଉପରେ ଛାଡ଼ିଦେଇ ଫେରାର ହୋଇ ଯାଇ ଥିଲେ । ଗାଡ଼ି ରେ ୪ ବସ୍ତା ଗଞ୍ଜେଇ ରହିଥିବା ବେଳେ ଏହାର ଓଜନ ୩୨୦ କେଜି ୬୫୦ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ । ଜବତ ଗାଡ଼ି ର ନଂ- ଓ ଆର ୦୮ ସି ୪୨୮୪ ଅଟେ । ଗାଡ଼ି ଜବତ ହୋଇଥିବାରୁ ଖୁବ ଶିଘ୍ର ଚୋରା ଚାଲାଣ କାରୀ ମାନେ ଧରା ପଡ଼ିବେ ବୋଲି ଅବକାରୀ ନିରୀକ୍ଷକ ଲଳିତ ମୋହନ ମିଶ୍ର ପ୍ରକାଶ କରିଛନ୍ତି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।