ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୋପାଳପୁର ରେ ଶିକ୍ଷକ ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟା 

ଥୁଆମୂଳ ରାମପୁର:୦୪/୦୭ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୋପାଳପୁର ରେ ଶିକ୍ଷକ ଅଭାବ ସାଙ୍ଗରେ ବିଭିନ୍ନ ସମସ୍ୟା ଘେରରେ ରହିଥିବା ଜଣାପଡିଛି। ଏହି ବିଦ୍ୟାଳୟକୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ଯାଣ ବିଭାଗ ଦ୍ବାରା ପରିଚାଳିତ। ଏହି ବିଦ୍ଯାଳୟରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୨ ବର୍ଷ ବିତିଯାଇଥିଲା ପ୍ରଧାନ ଶିକ୍ଷକ ପଦବୀ ଖାଲି ଥିଲା ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ପଦବୀ ପୂରଣ କରାଯାଇଛି। କିନ୍ତୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଯାଇ ଯୋଗଦେଲେ ହେଲେ ୨ ମାସରୁ ଉର୍ଦ୍ଧ୍ବ ସମୟ ଅତିକ୍ରମ କରିଥିଲେ ମଧ୍ୟ ବିଦ୍ୟାଳୟରେ ତାଙ୍କର ଦେଖା ଦର୍ଶନ ମିଳୁନଥିବା ସୂଚନାରୁ ଜଣାପଡିଛି। ଏହାଛଡା ବିଦ୍ଯାଳୟରେ ସର୍ବମୋଟ ୫୫୬ ଜଣ ଅନ୍ତେବାସିନୀ ଛାତ୍ରୀ ଥିବାବେଳେ ପ୍ରାଥମିକ ସ୍ତରରେ ଅନ୍ତେବାସୀନି ଛାତ୍ରୀ ୪୩୨ ଜଣଙ୍କୁ ମାତ୍ର ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ଏଥିରେ ଆଉ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ଖାଲି ପଡିଛି। ଯାହାଫଳରେ ପାଠପଢାରେ ଅସୁବିଧା ରହୁଅଛି କିନ୍ତୁ ଏତେ ଗୁଡାଏ ଛାତ୍ରୀ ଙ୍କୁ ନେଇ ସୀମିତ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ସତ୍ବେ ସେମାନଙ୍କ କଠିନ ପରିଶ୍ରମ ବଳରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଦୁଇ ଜଣ ଛାତ୍ରୀ ଯଥା ଧନନ୍ତରି ନାଏକ ଓ ଦମୟନ୍ତୀ ନାଏକ ୯୧% ନମ୍ବର ରଖି ପାସ କରିଥିବା ବେଳେ ୮ ଜଣ ଛାତ୍ରୀ ଯଥାକ୍ରମେ ଦଶମିତା ନାଏକ,ଶ୍ରଧାଞ୍ଜଳୀ ନାଏକ,ଭଜନୀ ନିଆଲ,ସରୋଜିନୀ ମାଝୀ,ଦମୟନ୍ତୀନାଏକ,ଧନସ୍ତରୀ ନାଏକ,ସମ୍ମିତା ନାଏକ,ଉର୍ମିଳା ନାଏକ ୮୫% ହାରରେ ନମ୍ବର ରଖି ଊର୍ତ୍ତିଣ୍ଣ ହୋଇ ବିଦ୍ୟାଳୟ ର ଗୌରବ ବଢାଇବା ସହିତ ଓଡିଶା ଓ ଅଞ୍ଚଳରେ ବେଶ୍ ନାଁ ଅର୍ଜନ କରିଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଏହି ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ମଧ୍ୟ ରହିଅଛି ଯାହାକି ୫୫୬ ଜଣ ଅନ୍ତେବାସିନୀ ଛାତ୍ରୀ ମାନଙ୍କ ପାଇଁ ଆବଶ୍ୟକ ଅନୁସାରେ କୋଠରୀ ଓ ଶୌଚାଳୟ ବ୍ଯବସ୍ଥା ଅଭାବ ରହିଛି। ଯାହାଫଳରେ ସେମାନେ ବିଭିନ୍ନ ସମୟରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏହାସହିତ ଆବର୍ଜନା ଫୋପାଡ଼ି ପାଇଁ ଜାଗାର ଅଭାବ ନକହିବା ଭଲ ସବୁ ଠାରୁ ଗୁରୁତ୍ୱ ବିଷୟ ଯେ ଏହି ବିଦ୍ୟାଳୟରେ ଖେଳ ପଡିଆ ଖଣ୍ଡେ ଦୀର୍ଘ ଦିନରୁ କରା ଯାଇପାରିଲା ନାହିଁ ଏହାଫଳରେ ଛାତ୍ରୀ ମାନଙ୍କ ଶାରୀରିକ, ମାନସିକ ସ୍ତରରେ ବିକାଶ ସାଧନାରେ ବାଧା ସୃଷ୍ଟି ହେଉଅଛି। ବିଦ୍ଯାଳୟରେ ଛାତ୍ରୀ ମାନେ ଦକ୍ଷତା ହାସଲ କରି ପ୍ରତେକ ବର୍ଷ ଜିଲ୍ଲାରେ ଗୌରବ ଆଣିବାର ସକ୍ଷମ ହେଉଛନ୍ତି। ଏହି ସମସ୍ୟା ଦେଇ ଗତିକରୁ ଥିବା ଗରିବ ଛାତ୍ରୀମାନେ କେତେ ଯେ ମାନସିକ ସ୍ତରରେ ଚାପିହୋଇ ରହୁଛନ୍ତି ତାହା ବିଭାଗ ପକ୍ଷରୁ ଏହାର ତଦନ୍ତ କରି ଯଥାଶୀଘ୍ର ପ୍ରଧାନ ଶିକ୍ଷକ ପଦ ପୂରଣ କରି ସମସ୍ୟା ଗୁଡିକର ସମାଧାନ ପାଇଁ ତତ୍ପରତା ପ୍ରକାଶ କରନ୍ତୁ ବୋଲି ଅବିଭାବକ ମହଲରେ ଦାବି ହେଉଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବାମନଘାଟୀ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ ଭାରତୀୟ ପ୍ରଶlସନିକ ସେବା ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ

masiha

ସ୍ଥାୟୀ ଶିକ୍ଷକ ଦାବିରେ ଅଭିଭାବକ ମାନେ ସ୍କୁଲରେ ପକେଇଲେ ତାଲା

Sunil Chandra Nayak

ଏକତା ଗୃପର ଆନ୍ତର୍ଜାତିକ ମହିଳା ଦିବସ ଓ ସ୍ବାସ୍ଥ୍ୟସେବା ଶିବିର ଆୟୋଜିତ

Sunil Chandra Nayak

Leave a Comment

error: Content is protected !!