ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିଷମକଟକର ପୁଅ ମନ୍ମୟ ଯିବେ ଥାଇଲାଣ୍ଡ ଅନ୍ତର୍ଜାତୀୟ ସଫ୍ଟ ଟେନିସ୍ ପାଇଁ ମନୋନୀତ

ବିଷମ କଟକ ,ରାୟଗଡା ଜିଲ୍ଲା ର ବିଷମକଟକର ପୁଅ। ମନ୍ଵୟ ପଟ୍ଟନାୟକ (15) ଯିବେ ଥାଇଲାଣ୍ଡ। ସଫ୍ଟ ଟେନିସ୍‌ ଟୁଣ୍ଡାମେଣ୍ଟରେ ଅଂଶଗ୍ରହଣ କରିବାକୁ ଓଡିଶାରୁ ମନୋନୀତ ହୋଇଥିବା ୩ ଜଣ ସବ୍‌ଜୁନିଅର ଖେଳାଳୀଙ୍କ ମଧ୍ୟରେ ଅଛନ୍ତି । ମନ୍ମୟ। ଆସନ୍ତା ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପାଟାୟାରେ ଅନୁଷ୍ଠିତ ହେବାକୁ ଥ‌ିବା ଅନ୍ତର୍ଜାତୀୟ ସପ୍ନ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ଜାତୀୟ ଟିମ୍‌ରେ ସେ ସାମିଲ ହୋଇଛନ୍ତି | ସର୍ଜ୍ଜୁନିଅର 15 ବର୍ଗରେ ସେ ଅଂଶଗ୍ରହଣ କରିବେ । ଏ ନେଇ ଆମେନ୍ୟୁର ସଫ୍ଟ ଟେନିସ୍ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ଗତ ଡିସେମ୍ବର ମାସରେ ଅହମ୍ମଦାବାଦରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସଫ୍ଟ ଟେନିସ୍ ପ୍ରତିଯୋଗିତାରେ ଓଡିଶାରୁ ଅଂଶ ଗ୍ରହଣ କରି ଚମତ୍କାର ଖେଳ ପ୍ରଦର୍ଶନ କରି ଚୟନ କମିଟିର ନଜରକୁ ଆସିଥିଲେ। ସେ ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇନଥିଲେ ବି ଅନ୍ତର୍ଜାତୀୟ ଟୁଣ୍ଡାମେଣ୍ଟ ପାଇଁ ଚୟନ ହୋଇଥିବାରୁ ବହୁତ ଖୁସି ଥ‌ିବା କହିଛନ୍ତି। ପାଟାୟାରେ ହେବାକୁ ଥ‌ିବା. ପ୍ରତିଯୋଗିତାରେ ସେ ଦେଶ ପାଇଁ ଗୌରବ ଆଣିବେ ବୋଲି ଦୃଢ ଆଶାବାଦୀ ଥ‌ିବା କହିଛନ୍ତି। ବିଷମକଟକର ବାସିନ୍ଦା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଓ ଗରିଷ୍ଟ ଆଇନି ଯିବି ଦିଲ୍ଲୀପ ପଟ୍ଟନାୟକଙ୍କ ବଡ ପୁଅ ହେଉଛନ୍ତି ମନ୍ମୟ ପଟ୍ଟନାୟକ । ସେ ପିଲା ଦିନରୁ ହିଁ ଖେଳ ପ୍ରତି ରୁଚି ରଖୁଥିଲେ |ଓ ସେ ଜଣେ ଭଲ କୁନି ତବଲା ବାଦ୍ୟକାର ଭାବେ ପରିଚିତ , ସେଥିପାଇଁ ତାଙ୍କ ବାପା ମନ୍ମଯକୁ ବିଷମକଟକରୁ ନେଇ ଭୁବନେଶ୍ୱରସ୍ଥିତ ଶିବାନନ୍ଦ ସେଣ୍ଟିନାରୀ ବାଳକ ବିଦ୍ୟାଳୟରେ ୭ମ ଶ୍ରେଣୀରେ ନାମ ଲେଖାଇଥିଲେ । ସେ ଭଲ କ୍ରୀଡା ପ୍ରଦର୍ଶନ କରିବାରୁ ତାଙ୍କୁ ସ୍କୁଲର ୪୦ତମ ପ୍ରତିଷ୍ଠା ଦିବସରେ ସମ୍ବଦ୍ଧନା ଦିଆଯାଇଛି । ତାଙ୍କ ବଡ଼ ବାପା ସୀମାଞ୍ଚଳ ପଟ୍ଟନାୟକ ଜଣେ ଦକ୍ଷ ଫୁଟବଲ ଓ ଭଲିବଲ ଖେଳାଳି ଥିଲେ। ବଡ଼ ବାପାଙ୍କ ପ୍ରୋତ୍ସାହନରେ ସେ ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ। ମନ୍ମୟ ଅନ୍ତର୍ଜାତୀୟ ଖେଳାଳି ଭାବେ ମନୋନୀତ ହୋଇଥିବାରୁ ଅନେକ ମହଲ ରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତିନି ଦିନ ଧରି କ୍ରିକେଟ କୋଚିଂ କେମ୍ପ, ଓଡ଼ିଶା କ୍ରିକେଟ କୋଚ୍ ଙ୍କ ଯୋଗଦାନ

masiha

ଜାତୀୟ ସ୍ତରରେ କବାଡି ଖେଳାଳି ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଅଜିତ୍ ଯୋଷୀ

masiha

ବଙ୍ଗୋମୁଣ୍ଡା ଠାରେ ମା ଠାକୁରାଣୀ ସ୍ପୋର୍ଟସ୍ କ୍ଲବ ଫୁଟବଲ ଉଦଘାଟିତ

masiha

Leave a Comment

error: Content is protected !!