ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ଶାନ୍ତପୁର ସେକ୍ସନର ଚଳିତବର୍ଷ ‘ପ୍ରକୃତି ମିତ୍ର’ ପୁରସ୍କାର ପ୍ରାପ୍ତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁ ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଅବସରରେ ବିଦ୍ୟାଳୟରେ ଏକ ସଭାର ଆୟୋଜନ ସହିତ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରିଆଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଓଁପ୍ରକାଶ ଛତ୍ରୀଆ ଏବଂ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଭାସ୍କର ଭୋଇ , ଶାନ୍ତପୁର ସେକ୍ସନର ବନପାଳ ଭବାନୀ ଶଙ୍କର ପରିଚ୍ଛା ,ଭଟାଙ୍ଗପଦର ବନପାଳ ଲୋକ ଚନ୍ଦ୍ର ପୋଢ଼, ବନରକ୍ଷୀ ଇନ୍ଦ୍ରଭୂଷଣ ଧ.ମାଝୀ, ବନରକ୍ଷୀ ତୁଳସୀ ସ୍ୱାଇଁ, ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ ପ୍ରମୁଖ ଜଙ୍ଗଲ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା ଉମେଶ ଚନ୍ଦ୍ର ଗଉଡ଼ ,ସୁବାସ ଚନ୍ଦ୍ର ନାଏକ,ରୋମାଞ୍ଚଳ ବାଗ, ଅଭିଜିତା ପରିଡା, ଅଜୟ ନାଏକ, ସଞ୍ଜୟ ମଲ୍ଲିକ ଏବଂ ଉକ୍ତ ସ୍କୁଲର ଇକୋ କ୍ଲବର ମୁଖ୍ୟ କୈଳାସ ଚନ୍ଦ୍ର ଭୋଇ ତଥା ସମସ୍ତ ଶିକ୍ଷକ ,ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ମସୀହା ନର୍ଲା ପ୍ରତିନିଧି

Related posts

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କୀତ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଘାଟିତ

masiha

ବେଆଇନ ନିର୍ମାଣରେ କାହାର ଅନୁମତି ? ବ୍ୟବସାୟ ନିମନ୍ତେ ସରକାରୀ ଜାଗା କିଣା’ବିକାରେ ମାଲେମାଲ

masiha

ବନ୍ଧୁଗାଁ ବ୍ଲକର ପ୍ରତି ଗାଁର ଘରେ ଘରେ ପଛୁଆ ବର୍ଗଙ୍କ ସର୍ଭେ ପାଇଁ ଅଙ୍ଗୱାଡ଼ି ଦିଦି ବାଣ୍ଟିଲେ ସର୍ଭେ ସମ୍ବନ୍ଧୀୟ ସୁଚନା ପତ୍ର

Leave a Comment

error: Content is protected !!