ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ତଥା ଅଙ୍ଗନବାଡି ଶିଶୁ ଓ ଗର୍ଭବତୀ ଙ୍କୁ ଦିଆଯାଉଥିବା ଅଣ୍ଡା ର ଧାର୍ଯ୍ୟ ମୁଲ୍ୟ ଠାରୁ ବଜାରରେ ମୂଲ୍ୟ ଅଧିକା

ତେନ୍ତୁଳିଖୁଣ୍ଟି ୦୫/୦୭/୨୩ // ଦରଦାମ ଦିନକୁ ଦିନ ବୃଦ୍ଧି ପାଉଥିବା  ନେଇ ସାଧାରଣ ଲୋକ ଅତିଷ୍ଠ । ବୃଦ୍ଧି ର ପ୍ରଭାବ ସରକାରୀ ସଂସ୍ଥା ମାନଙ୍କ ବିଭିନ୍ନ ଯୋଜନା ଉପରେ ପଡିଛି।ସରକାର ଯୋଗାଇଦେଉଥିବା ଅର୍ଥ ରାଶିଠାରୁ ବଜାରରେ କିଣା ଅର୍ଥ ବଳି ପଡୁଛି ।ବିଶେଷ କରି ଅଙ୍ଗନବାଡିରେ ଶିଶୁଙ୍କୁ ତଥା ଗର୍ଭବତୀ ଙ୍କୁ ଓ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରେ ଛାତ୍ର ଛାତ୍ରୀ ଙ୍କୁ ରନ୍ଧା ଅଣ୍ଡା ଦିଆ ଯାଇଥିବା ବାବଦରେ ଧାର୍ଯ୍ୟ ସରକାରୀ ଦର 5ଟଙ୍କା ଥିବା ବେଳେ ତାହା ବଜାରରେ 7ଟଙ୍କା ରେ କ୍ରୟ କରିବାକୁ ପଡୁଛି। 

 ସରକାର ଛାତ୍ର ଛାତ୍ରୀ ମାନଙ୍କ ପୃଷ୍ଟି ସାଧନା ନିମନ୍ତେ ମଧ୍ୟାହ୍ନ ଭୋଜନରେ ଭିଟାମିନ ଯୁକ୍ତ ଭାବେ ଅଣ୍ଡା ତରକାରୀ ସହିତ ଅନ୍ୟାନ୍ୟ ପନିପରିବା ଦେବାକୁ ସରକାର ନିର୍ଦ୍ଦେଶ କରିଛନ୍ତି। ଏହି ସବୁ କିଣା ବାବଦକୁ ସରକାରୀ ମୁଲ୍ୟ ଧାର୍ଯ୍ୟ କରିଛନ୍ତି। ହେଲେ ବଜାରରେ କିଣା ମୁଲ୍ୟ ଅଧିକ ଥିବା ବେଳେ ସରକାର ଘୋଷଣା ଥିବା ମୁଲ୍ୟ କମ ଥିବା ନେଇ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠୁଛି।ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ମାନେ ସରକାରୀ ଅର୍ଥ କମ ଥିବା ବେଳେ କିପରି ଅଧିକା ଅର୍ଥ ଦେଇ କିଣୁଛନ୍ତି ତାହା ସହଜରେ ଅନୁମେୟ। କିଏ କ୍ଷତି ସହୁଛି ଶିଶୁ /ଗର୍ଭବତୀ ,ଛାତ୍ର ଛାତ୍ରୀ ନା ଶିକ୍ଷକ ,ଅଙ୍ଗନବାଡି କର୍ମୀ?

କେବଳ ଅଣ୍ଡା ନୁହେଁ।ସରକାରୀ ସାମଗ୍ରୀ କ୍ରୟ ନିର୍ଦ୍ଦେଶ ମୁଲ୍ୟ ମଧ୍ୟରେ ତେଲ, ଡାଲି ସୋୟାବୀନ, ପନିପରିବା ଖୋଲା ବଜାରରେ ଅଧିକ । ଦରଦାମ ବୃଦ୍ଧି ପିଆଜ ଆଳୁ ଛାଡିଲେ ଅନ୍ୟସବୁ ଦ୍ରବ୍ୟ ଉପରେ ପଡିଛି ଯେପରିକି ଏକମାସ ମଧ୍ୟରେ ଡାଲି କିଲୋ ଚାଳିଶ ରୁ ପଚାଶ କିଲୋ ପିଛା ବୃଦ୍ଧି ପାଇଛି। 

ବୁଧବାର ଓ ଶନିବାର ପିଲାଙ୍କୁ ଅଣ୍ଡା ତରକାରୀ ଦିଆଯାଉଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ସୋମବାର ଓ ଗୁରୁବାର ବ୍ୟତୀତ ସବୁ ଦିନ ଅଣ୍ଡା ଦିଆ ଯାଇଥାଏ।ଏଠି ପ୍ରଶ୍ନ ଉଠେ ସରକାରୀ ମୁଲ୍ୟ ଠାରୁ କିଣା ଅଧିକ ଥିବା ଭିତରେ କର୍ମଚାରୀ ମାନେ କିଭଳି ସମାନତା ରକ୍ଷା କରି ପରିଚାଳନା କରୁଛନ୍ତି ତାହା ସାଧାରଣ ଆଶ୍ଚର୍ଯ୍ୟ କରିଛି।ଏହାର ଭିତିରିଆ ନିହାତି କିଛି ରହସ୍ୟ ରହିଥିବା କଥା ଏଡାଇ ଦିଆଯାଇନପରେ ବୋଲି ବୁଦ୍ଧିଜୀବୀ ମହଲ ଚର୍ଚ୍ଚା ହୁଏ।ଏପରି କି ସରକାର ସ୍ୱଚ୍ଛତା ଆଣିବା କୁ ହେଲେ ନିହାତି ଦରଦାମ ପ୍ରତି ଦୃଷ୍ଟି ଦେଇ ସରକାର ମୁଲ୍ୟ ଧାର୍ଯ୍ୟ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମହୋତ୍ସବ କମିଟି ଓ ସାମ୍ୱାଦିକ ଙ୍କ ବୈଠକ

Sunil Chandra Nayak

ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବ ବିଜାଘାଟିର କାଲିଆମାଳି ପାହାଡ 

masiha

ଅଞ୍ଚଳ ଗୁମ୍ମା ପାତ୍ର ପୁଟ ରାସ୍ତାରେ ଗର୍ତ୍ତ : କାହାରି ନିଘା ନାହିଁ 

Sunil Chandra Nayak

Leave a Comment

error: Content is protected !!