ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ

  ଡାବୁଗାଁ, ୫/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୭୪ ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଡାବୁଗାଁ ବନ ବିଭାଗ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଚମ୍ପା, ପିଜୁଳି, ଡାଳିମ୍ବ, ଶିଶୁ ଭଳି ମୋଟ ୧୫୦ ଟି ବୃକ୍ଷ ରୋପଣ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ମନୋରଞ୍ଜନ ନାୟକ, ପ୍ରକାଶ ସରକାର, ରୀତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର, ଇତିଶ୍ରୀ ମହାନ୍ତି, ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷା କିରଣ ମାଳା ତିର୍କୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଆରତି ବିଷୋୟୀ, ଶିକ୍ଷୟତ୍ରି ସୁଦେଶ୍ଣ ଜତି, କଳ୍ପନା ଉଥାନସିଂ, ରଶ୍ମୀ ରଞ୍ଜିତା ନାୟକ, ସୁନମଣି ପୂଜାରୀ, ବିନିତା ଠାକୁର, କେ ଦମୟନ୍ତୀ ଦୋରା, ସୁପ୍ରିୟା କୁମାରୀ ମହାକୁଡ଼, ଇତିଶ୍ରୀ ପ୍ରଧାନ, ରଶ୍ମି ରାଣୀ ପଣ୍ଡା, ଶିକ୍ଷକ ମହେଶ୍ୱର ନାଥ, ସନାତନ ଭୋଇ, ସୌମ୍ୟ ରଂଜନ ନାୟକ, ଜ୍ଞାନ ରଞ୍ଜନ ବେହେରା, ରାଜେନ୍ଦ୍ର ନାୟକ, ନିଶା ରାଣୀ ହଳଧର ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଏଵଂ ୫୦୦ ଊର୍ଦ୍ଧ୍ଵ ଛାତ୍ରୀ ଉପସ୍ଥିତ ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ 

masiha

ଦୁର୍ଘଟଣାର ଆହତମାନଙ୍କୁ ଭେଟିଲେ ସାଂସଦ ଜୁଏଲ ଓରାମ

Sunil Chandra Nayak

ପଞ୍ଚାୟତ ଅଗ୍ରଗତି ତଥ୍ୟ ତାଲିମ ଶିବିର 

masiha

Leave a Comment

error: Content is protected !!