ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡେଙ୍ଗୁ ନିୟନ୍ତ୍ରଣ ଉପରେ ଟାସ୍କଫୋର୍ସ କର୍ମଶାଳା ବ୍ଲକ ସଭାଗୃହ ରେ ଅନୁଷ୍ଠିତ

କୋକସରା,୬/୭ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଡେଙ୍ଗୁ ନିୟନ୍ତ୍ରଣ ସଚେତନତା ଉପରେ ବିଭିନ୍ନ ବିଭାଗର ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ନେଇ ବ୍ଲକ ସ୍ତରୀୟ ଏକ ଟାସ୍କଫୋର୍ସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସଙ୍କ ସଭାପତିତ୍ୱରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଲଡୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ରଜତ ସୌମ୍ୟ ଅନୁରାଗ, ସିଡିପିଇଓ ସରୋଜା ଲତା ଦେବୀ, ବିଆରସିସିସ ତୋଫାନ ମାଝୀ, ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ଉପସ୍ଥିତ ରହିଥିବା ବେଳେ ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଟାସ୍କଫୋର୍ସର ଗଠନର ବିଭିନ୍ନ ଦିଗ ଉପରେ କହିଥିଲେ। ଭିବିଡିଟିଏସ ଦୁଷ୍ମନ୍ତ କୁମାର ରାଉତ ଡେଙ୍ଗୁ ନିରାକରଣ ପାଇଁ କ୍ଷେତ୍ର ସ୍ତରୀୟ କାର୍ଯ୍ୟପନ୍ଥା ବିଷୟରେ କହିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ କୋକସରା ବ୍ଲକରେ ଡେଙ୍ଗୁ ନିୟନ୍ତ୍ରଣ ଉପରେ ଲୋକଙ୍କୁ ବିଭାଗ ପକ୍ଷରୁ ସଚେତନତା ଅଭିଯାନ କରିବା ପାଇଁ ନିଜ ପକ୍ଷ ରଖିଥିଲେ। କାର୍ଯ୍ୟକ୍ରମରେ ବିପି ଏମ ସୁରଜିତ ସିଂ କୁମାର, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ମେରି ହେମ୍ରମ, ବିଷ୍ଣୁପ୍ରିୟା କବିର ପ୍ରମୁଖ ଉପସ୍ଥିତ ରହି ଟାସ୍କଫୋର୍ସ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ବିକଶିତ ଗାଁ ବିକଶିତ ଓଡିଶା ର ଶୁଭଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଲାଇଭ ଭିଡଓ ପ୍ରସାରଣ ମାଧ୍ୟମରେ ଯୋଡ଼ି ହେଲେ ଗୋଲାମୁଣ୍ଡା ବ୍ଲକ ବାସୀ….

masiha

ଧର୍ମଗଡ଼ ରେ ବିଶ୍ୱ ପରିବେଶ ଦିବସ ପାଳିତ

ପ୍ରକାଶିତ ହେଲା ଫଟୋ ପ୍ରତିଯୋଗିତାର ଫଳାଫଳ

masiha

Leave a Comment

error: Content is protected !!