ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣାଞ୍ଚଳ ଆରଡିସି ଙ୍କ ସମୀକ୍ଷା

ଡାବୁଗାଁ, ୭/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୁ ଶୁକ୍ରବାର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ ଗସ୍ତ କରି ବିଭିନ୍ନ ବିଭାଗରେ ଚାଲିଥିବା ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ | ଏଥିରେ ବ୍ଲକ ଅଧୀନରେ ଥିବା ବିଭିନ୍ନ ବିଭାଗର କାଗଜପତ୍ର ଯାଞ୍ଚ କରିଥିଲେ | ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ନିଜ ନିଜ ବିଭାଗରେ ଚାଲିଥିବା କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ | ଏଥିରେ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସେକସନ ଅଧିକାରୀ ରମାକାନ୍ତ ମଲ୍ଲିକ, କୋଷାଧ୍ୟକ୍ଷ ଉଦିତ ଜାନୀ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟୀ, ଯୋଗାଣ ନିରିକ୍ଷକ ରାମ ଚନ୍ଦ୍ର ଖିଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ସହକାରୀ ଯନ୍ତ୍ରୀ ଆନନ୍ଦ କୁମାର ମଣ୍ଡଳ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ଦିଲ୍ଲୀପ ଦୀପକ ମିଶ୍ର, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ଦେବା ଦେବି ପରିଦର୍ଶନ ଓ ରଥଯାତ୍ରା ଉତ୍ସବ ଆଲୋଚନା ଚକ୍ର ଅନୁଷ୍ଠିତ 

ଜାମଦା ବ୍ଲକ ; ମହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ  ଅଣଓସାରିଅ ପୋଲକୁ ଉଚ୍ଚ କରିବା ପାଇଁ ଦାବି

Sunil Chandra Nayak

ଆରମ୍ଭ ପୂର୍ବରୁ ଗର୍ଜିଲେ ଧାନ ମଣ୍ଡି ଶ୍ରମିକ,କ୍ରୟ ବିକ୍ରୟ ଉପରେ ପଡ଼ିବ ପ୍ରତିକୁଳ ପ୍ରଭାବ 

masiha

Leave a Comment

error: Content is protected !!