ଜୟପାଟଣା:୭/୭/୨୩ //ଚଳିତ ବର୍ଷ ମୌସୁମୀ ବର୍ଷାର ଅନିୟମିତତା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବ ହେଲାଣି । ଅନେକ ଚାଷୀ ପ୍ରଥମ ବର୍ଷାରେ ତଳି ପକାଇ ଅଡୁଆରେ ପଡିଛନ୍ତି । ଜଳାଭାବ ଯୋଗୁଁ ପ୍ରାୟ ଗଜା ପୋଡି ପରିସ୍ଥିତି ଶ୍ରୁଷ୍ଟି ହୋଇଛି । ଖରିପ ଧାନ ଫସଲ ସମୟ ଅତିବାହିତ ହୋଇଯାଉଛି କିନ୍ତୁ ସଂଖ୍ୟାଧିକ ଚାଷୀ ତଳି ମଧ୍ୟ ପକାଇ ନାହାନ୍ତି । ଏହି ଖବର ଆମେ ଗତ ଦୁଇଦିନ ତଳେ ପ୍ରକାଶିତ କେଇଥିଲୁ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରରେ ତେଜିଲା ପ୍ରଶାସନ । ଆଜି ବହୁମୁଖୀ ଇନ୍ଦ୍ରାବତୀ ବାମ ଓ ଦକ୍ଷିଣ କେନାଲରେ ଜଳ ଯୋଗାଣ ଆରମ୍ଭ ହୋଇଛି । ଏହି ଜଳ ନିଷ୍କାସନ ହେବା ଫଳରେ ୯୯ ହଜାର ୧୭୨ ହଜାର ଚାଷୀ ଓ ୪୭୧ଖଣ୍ଡ ଗାଁ ସହ ଏକ ଲକ୍ଷ ୧୩ ହଜାର ହେକ୍ଟର ଚାଷୀ ଉପକୃତ ହେବେ । କଲମପୁର, ଧର୍ମଗଡ, ଜୁନାଗଡ, କୋକସରା, ଗୋଲାମୁଣ୍ଡା, ଭବାନୀପାଟଣା,ଓ କେସିଙ୍ଗା ପର୍ଯ୍ୟନ୍ତ ଏହି ଜଳ ପହଞ୍ଚିବ ଓ ଚାଷ କାର୍ଯ୍ୟରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି । କେନାଲରେ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ କୌଣସି ସୂଚନା ଦିଆନଯାଇ ଆରମ୍ଭ କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କୌଣସି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ସୂଚନା ନମିଳିବା ବିଭାଗୀୟ କତ୍ତୃପକ୍ଷଙ୍କ କାର୍ଯ୍ୟ କଳାପ ଉପରେ ସନ୍ଧେହ ପ୍ରକାଶ ପାଇଛି ।
previous post