ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀଙ୍କ ବିକଳ ଚିତ୍ର ପ୍ରକାଶ ପରେ ତେଜିଲା ପ୍ରଶାସନ , ବହୁମୁଖୀ ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳ ଯୋଗାଣ ଆରମ୍ଭ

ଜୟପାଟଣା:୭/୭/୨୩ //ଚଳିତ ବର୍ଷ ମୌସୁମୀ ବର୍ଷାର ଅନିୟମିତତା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବ ହେଲାଣି । ଅନେକ ଚାଷୀ ପ୍ରଥମ ବର୍ଷାରେ ତଳି ପକାଇ ଅଡୁଆରେ ପଡିଛନ୍ତି । ଜଳାଭାବ ଯୋଗୁଁ ପ୍ରାୟ ଗଜା ପୋଡି ପରିସ୍ଥିତି ଶ୍ରୁଷ୍ଟି ହୋଇଛି । ଖରିପ ଧାନ ଫସଲ ସମୟ ଅତିବାହିତ ହୋଇଯାଉଛି କିନ୍ତୁ ସଂଖ୍ୟାଧିକ ଚାଷୀ ତଳି ମଧ୍ୟ ପକାଇ ନାହାନ୍ତି । ଏହି ଖବର ଆମେ ଗତ ଦୁଇଦିନ ତଳେ ପ୍ରକାଶିତ କେଇଥିଲୁ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରରେ ତେଜିଲା ପ୍ରଶାସନ । ଆଜି ବହୁମୁଖୀ ଇନ୍ଦ୍ରାବତୀ ବାମ ଓ ଦକ୍ଷିଣ କେନାଲରେ ଜଳ ଯୋଗାଣ ଆରମ୍ଭ ହୋଇଛି । ଏହି ଜଳ ନିଷ୍କାସନ ହେବା ଫଳରେ ୯୯ ହଜାର ୧୭୨ ହଜାର ଚାଷୀ ଓ ୪୭୧ଖଣ୍ଡ ଗାଁ ସହ ଏକ ଲକ୍ଷ ୧୩ ହଜାର ହେକ୍ଟର ଚାଷୀ ଉପକୃତ ହେବେ । କଲମପୁର, ଧର୍ମଗଡ, ଜୁନାଗଡ, କୋକସରା, ଗୋଲାମୁଣ୍ଡା, ଭବାନୀପାଟଣା,ଓ କେସିଙ୍ଗା ପର୍ଯ୍ୟନ୍ତ ଏହି ଜଳ ପହଞ୍ଚିବ ଓ ଚାଷ କାର୍ଯ୍ୟରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି । କେନାଲରେ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ କୌଣସି ସୂଚନା ଦିଆନଯାଇ ଆରମ୍ଭ କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କୌଣସି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ସୂଚନା ନମିଳିବା ବିଭାଗୀୟ କତ୍ତୃପକ୍ଷଙ୍କ କାର୍ଯ୍ୟ କଳାପ ଉପରେ ସନ୍ଧେହ ପ୍ରକାଶ ପାଇଛି ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ

Related posts

ଗୋଲାମୁଣ୍ଡା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଯାତ୍ରା ଅନୁଷ୍ଠିତ

Sunil Chandra Nayak

ନର୍ଲା ଡମ୍ବ ସମାଜ ପକ୍ଷରୁ ଆମ୍ବେଦକର ଜୟନ୍ତୀ 

masiha

ଅଶ୍ଵିନି କୁମାର କଳାହାଣ୍ଡି ବୈଦ୍ୟ ସଂଘର ୧୪ତମ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!