ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବା ଦର ଆକାଶ ଛୁଆଁ:ଖାଉଟି ମୁଣ୍ଡରେ ଚଡକ 

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଜିଲ୍ଲାରେ ପରିବା ଦର ଆକାଶ ଛୁଆଁ:ଖାଉଟି ମୁଣ୍ଡରେ ଚଡକ ପଡିଛି l ବଜାର ମାଡିବାକୁ ଏବେ ଡରୁଛନ୍ତି ସାଧାରଣ ଖାଉଟି l ୫୦୦ ଟଙ୍କା ଧରି ପରିବା ପାଇଁ ବଜାର କୁ ବ୍ୟାଗ୍ ନେଇ ଗଲେ ବ୍ୟାଗ୍ ପୁରି ପାରୁନାହିଁ l

ଟମାଟୋ ଦର ଶତକ ମାରିବା ପରେ ଅନ୍ୟ ପରିବା ମଧ୍ଯ ଧାଡ଼ି ବାନ୍ଧିଛନ୍ତି l ଯେଉଁ ପରିବା ଛୁଇଁଲେ କିଲୋପିଛା ୫୦ ଟଙ୍କା ତଳକୁ ନାହିଁ l ଦୋକାନୀ ବାଧ୍ୟ ହୋଇ କିଲୋ ବଦଳରେ ଅଧା କିଲୋ, ପାଏ ହିସାବରେ ବିକ୍ରି କରୁଛନ୍ତି l ନବରଙ୍ଗପୁର ବଜାରରେ ଟମାଟୋ କେଜି ପିଛା ୧୨୦ ଟଙ୍କା ରହିଥିବା ବେଳେ ପୋଟଳ ୮୦ ଟଙ୍କା,କଲରା ୮୦,ପତ୍ରକୋବି ୫୦,କାଙ୍କଣ ୮୦,

କଞ୍ଚା ଲଙ୍କା-୧୪୦, ପିଆଜ- ୩୦,କ୍ୟାପ୍ସିକମ-୧୪୦,ଅମୃତ ଭଣ୍ଡା- ୫୦, ସଜନା ଛୁଇଁ-୮୦ ଟଙ୍କା ରେ ବିକ୍ରି ହୋଇଥିଲା ।ସେହିପରି ଅଦା କେଜି- ୨୨୦ ଟଙ୍କା ରହିଛି l ପରିବା ଦର ବୃଦ୍ଧି ଯୋଗୁଁ ସିଧା ସଳଖ ଖାଉଟି ଙ୍କ ହାଣ୍ଡିଶାଳ ରେ ଚଡକ ପଡୁଛି l ଏ ସମ୍ପର୍କରେ କେତେକ ବ୍ୟବସାୟୀ କହିଛନ୍ତି, ଏ ବର୍ଷ ଜିଲ୍ଲାରୁ ପରିବା ଉତ୍ପାଦନ କମିଛି, ଏଣୁ ପରିବା ବାହାର ଜିଲ୍ଲା ଓ ରାଜ୍ୟରୁ ପରିବାଆସୁଥିବାରୁ ଦର ବୃଦ୍ଧି ହୋଇଛି l ପରିବା ଦର ଆକାଶ ଛୁଆଁ ବୃଦ୍ଧି ଯୋଗୁଁ ଖାଉଟି ମାନଙ୍କ ମୁଣ୍ଡରେ ଏକ ପ୍ରକାର ଚଡକ ପଡିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ସରକାର ପଡ଼ି କାର୍ଡ ରେ ଏକ ଟଙ୍କାରେ ଚାଉଳ ଦେଉଥିବା ବେଳେ ଟମାଟୋ କେଜି ୧୨୦ ଟଙ୍କା ରେ କିଣି ବାକୁ ପଡୁଛି l ପରିବା ଉପରେ ନିୟନ୍ତ୍ରଣ କରା ନ ଗଲେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନହେବେl ଏଥିନେଇ ପ୍ରଶାସନ ର ଦୃଷ୍ଟି ପଡ଼ିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ସଫଳତା …

masiha

ଉପାନ୍ତ ଅଞ୍ଚଳରେ ୫ ଜି ନେଟୱର୍କ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଅଭିଯୋଗ 

Sunil Chandra Nayak

ଭୂବନେଶ୍ବର ଏମ୍ସ ସିଇଓଙ୍କ ରାଇରଙ୍ଗପୁର ଗସ୍ତ !  ଆସନ୍ତା ୧୯ ତାରିଖରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସର ଅଭିଜ୍ଞ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ଵାରା ନିଃଶୁଳ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ନେଇ ସୂଚନା

Sunil Chandra Nayak

Leave a Comment

error: Content is protected !!