ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ବନ ମହୋତ୍ସବ ସପ୍ତାହ ପାଳିତ 

ବନ୍ଧୁଗାଁ ୯/୭/୨୩, // ବର୍ଷା ମାସ ପହଂଚିବାରୁ ରାଜ୍ୟ ସରକାରଙ୍କ ମାଧ୍ୟମରେ ବନ ବିଭାଗଙ୍କ ନେତୃତ୍ୱରେ ସ୍ଥାନେ ସ୍ଥାନେ  ବନ ମହୋତ୍ସବ ପାଳିତ ହେଉଛି I ସେଥିରୁ ବାଦ ପଡିନାହିଁ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକର ପଞ୍ଚାୟତ ମାନଙ୍କରେ ଜାତୀୟ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୈପାରୀଗୁଡା ବ୍ଲକର ଦୋରାଗୁଡା ଗ୍ରାମ ପଞ୍ଚାୟତ ର ମିନରବାଲୀ,ଡୁମୁରିଗୁଡା, ସାପ ଗୁଡା ଅଞ୍ଚଳରେ ଉର୍ବରା କୃଷି ପ୍ରାଇଭେଟ୍ ଲିମିଟେଡ଼୍ ଜୟପୁର ଆନୁକୂଲ୍ୟରେ ପରିବେଶ ସୁରକ୍ଷା,ବିଶ୍ୱ ତାପ ନିୟନ୍ତ୍ରଣ, ଓ ସ୍ଥାନୀୟ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ସକାଶେ ୨୫ ହଜାରରୁ ଉର୍ଦ୍ଧ୍ଵ କାଗଜ ମଣ୍ଡ ନିମନ୍ତେ ଉଦ୍ଧିଷ୍ଟ ନୀଳଗିରି ଓ ଆକାଶିଆ ବୃକ୍ଷ ରୋପଣ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ଶାଖା ପରିଚାଳକ ସୁଧାଂଶୁ ଭୂଷଣ ସାହୁ, ହରେକୃଷ୍ଣ ମହାନ୍ତି,ସୋମନାଥ ପୂଜାରୀ ସୁନାଥର ବଡ଼ନାୟକ,ହର୍ଷିତା ପ୍ରିୟ ଦର୍ଶନୀ, ଘାଷି ପୂଜାରୀ,ଓ ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରା ଯାଇଥିଲା । ଆଗାମୀ ଦିନରେ ଅଦରକାରୀ ଜମିରେ ବୃକ୍ଷ ରୋପଣ କରିବା ପାଇଁ ଅନେକ ଚାଷୀ ଇଛା ପ୍ରକାଶ କରିଥିଲେ । ଏହି ବନ ମହୋତ୍ସବ ସପ୍ତାହରେ ଉର୍ବରା କୃଷି ଲିମିଟେଡ଼୍ ତରଫରୁ କୋରାପୁଟ, ନବରଙ୍ଗ ପୂର୍, ମାଲକାନଗିରି, ଛତିଶଗଡ଼ ର କଣ୍ଡା ଗାଁ, ଅଞ୍ଚଳ ରେ ଚାଷୀ ଙ୍କ ଦ୍ୱାରା ୩୦ ଲକ୍ଷ୍ୟ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିବା ପ୍ରକାଶ ପାଇଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବହୁ ବର୍ଷ ପରେ କିରାପଲ୍ଲୀ ବାସୀ ଦେଖିବେ ପକ୍କା ରାସ୍ତା: ବିଜୟଲକ୍ଷ୍ମୀ ଶରଣ ପୁର-କିରାପଲ୍ଲୀ-କେଳାପଙ୍କାଳ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ 

ବିଷାକ୍ତ ସାପ କାମୁଡ଼ିବାରୁ ଅନ୍ତର୍ଲା ଗ୍ରାମର ମହେନ୍ଦ୍ର ମାଝୀ ଯୁବକ ଗୁରୁତର

Sunil Chandra Nayak

ସୈନିକ ଗଢ଼ିବାରେ ପ୍ରତିବଦ୍ଧ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ

masiha

Leave a Comment

error: Content is protected !!