ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟ ପରୀକ୍ଷାରେ କୃତିତ୍ୱ ପାଇଥିବା ଛାତ୍ର ସମ୍ବର୍ଦ୍ଧିତ

କୋକସରା,୮/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗ୍ରାମର ଜଣେ ପ୍ରତିଭାବାନ ଛାତ୍ର ସର୍ବ ଭାରତୀୟ ୨୦୨୩ ନିଟ ପରୀକ୍ଷାରେ କୃତିତ୍ବର ସହ ଏକାଥରକେ ପାସ କରିଥିବାରୁ ଗ୍ରାମବାସୀ ତଥା ବୁଦ୍ଧିଜୀବୀ ମହଲରୁ ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧନା କମିଟି ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମରେ ଆଜି ମୋଟେର ହାଇସ୍କୁଲରେ ଶିକ୍ଷକ, ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ନିଟ ପରୀକ୍ଷାରେ କୃତି ପ୍ରତିଯୋଗୀ ସୁଶାନ୍ତ ନାଏକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସଭାରେ ସରପଞ୍ଚ ବାସନ୍ତୀ ନାଏକ, ଫକୀର ମୋହନ ପାଟ୍ଟଯୋଷି, ବିଜୟ ପୁଝାରୀ, ଦୁଷ୍ମନ୍ତ ପାଟ୍ଟଯୋଷି, ସୁଧାରାମ ସରାଫ, ରାମ ନାରାୟଣ ପୁଝାରୀ, ପୁରୁଷୋତ୍ତମ ଝାଙ୍କର ପ୍ରମୁଖ ଉପସ୍ଥିତ ଥିବାବେଳେ ଶିକ୍ଷକ ଚିତ୍ତରଞ୍ଜନ ରଞ୍ଜନ ଦାସ, ଆଦିତ୍ୟ ଦାସ, ନୟନ ରଞ୍ଜନ ପଣ୍ଡା, ରଜନୀକାନ୍ତ ପୁରୋହିତ, ସୁନ୍ଦରଲାଲ ପଣ୍ଡା, ଅଜିତ ମେହେର ସମେତ ଲିଲାନିଧି ପାଟ୍ଟଯୋଷୀ ପ୍ରମୁଖ ଉପସ୍ଥିତ ଥାଇ ସୁଶାନ୍ତ ନାଏକଙ୍କୁ ଉତ୍ସାହିତ କରିଥିବା ବେଳେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଲକ୍ଷ୍ୟ ରଖି ପ୍ରଗତି କରିବା ପାଇଁ ପ୍ରୋତ୍ସାହିତ କରିବା ସହ ଅଧ୍ୟୟନରେ ଅଧିକ ସମୟ ଦେଇ କଠିନ ପରିଶ୍ରମ କରିବାକୁ ସଭାରେ ପ୍ରେରଣା ଦେଇଥିଲେ । କୃତି ପ୍ରତିଯୋଗୀ ସୁଶାନ୍ତ ନାଏକ ୨୨ ଲକ୍ଷ ପ୍ରତିଯୋଗୀ ମଧ୍ୟରେ ସର୍ବ ଭାରତୀୟ ସ୍ତରରେ ୧୫୫୭୦ ସ୍ଥାନରେ ସ୍ଥାନିତ ହୋଇଥିବା ବେଳେ ୬୪୦୪ ରେ ଓବିସି ରାଙ୍କରେ ଥାଇ ମୋଟ ୭୨୦ ରୁ ୬୨୬ ମାର୍କ ପାଇଥିବା ଜଣାପଡିଛି ।

ମସିହା ନିୟୁଜ ସର୍ଭିସ୍ 

Related posts

ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

ନୂତନ ଆମ୍ବୁଲାନ୍ସ ଗାଡି ଉଦଘାଟିତ ଏବଂ ଜନ୍ମଶ୍ରୀ ମୋବାଇଲ ଆପ ଉତ୍ସର୍ଗୀକୃତ 

masiha

ରାୟଗଡା :- ଚାନ୍ଦିଲି ପୋଲିସ ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!