ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି ରେ ଚାଞ୍ଚଲ୍ୟ , ଧର୍ମଗଡ ଥାନା ବାଞ୍ଜିପଦର ଗାଁ ନିକଟରୁ ପ୍ରେମୀ ଯୁଗଳଙ୍କ ଗଳିତ ଶବ ଉଦ୍ଧାର

ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ପଞ୍ଚାୟତ ବାଞ୍ଜିପଦର ଗ୍ରାମ ର ଉଭୟ ପୁଅ ଝିଅ ଉଭୟଙ୍କ ପ୍ରେମ ସମ୍ପର୍କ ଥିବାରୁ କିଛି ଦିନ ତଳେ ଏହି ପ୍ରେମୀ ଯୁଗଳ ଘରୁ ପଳାଇ ଯାଇଥିଲେ l ଆଜି ସାବୁନିଭାଡ଼ି ଓ ବାଞ୍ଜିପଦର ଗ୍ରାମ ମଝିରେ ଉଭୟଙ୍କ ଗଳିତ ମୃତ ଶରୀର ମିଳିବା ପରେ ସୂଚନା ପାଇ ଧର୍ମଗଡ ପୋଲିସ ଗଳିତ ମୃତ ଶରୀର କୁ ଜବତ କରିଛି ଓ ତଦନ୍ତ ଆରମ୍ଭ କରିଛି l ପରିବାର ସୂଚନା ମୁତାବକ ଉଭୟ ପ୍ରେମୀଯୁଗଳ ଗତ ୩୦.୬.୨୩ ଶୁକ୍ରବାର ଦିନ ଘରୁ ଫେରାର ହୋଇ ଯାଇଥିଲେ l ପରିବାର ଲୋକେ ଖୋଜାଖୋଜି କରିବା ପରେ ହେ ଉଭୟଙ୍କୁ ପାଇନଥିଲେ l ପୁଅ ସୁନୀଲ ପଟେଲ ବୟସ (୨୨) ଝିଅ-ଜେମାମଣି ପଟେଲ ବୟସ (୧୮) ଉଭୟଙ୍କ ପ୍ରେମ ସମ୍ପର୍କ ଥିଲା l ତେବେ ଉଭୟ ସମ୍ପର୍କରେ ରେ କକା ଝିଆରୀ ହେବେ ବୋଲି ଜଣାପଡିଛି। ହେଲେ କେଉଁ ପରିସ୍ଥିତିରେ ଉଭୟଙ୍କର ମୃତ୍ୟୁ ଘଟିଛି ତାହା ତଦନ୍ତ ସାପେକ୍ଷ। ଘଟଣା ସ୍ଥଳରେ ସାଇନ୍ଟିଫିକ୍ ଟିମ ଓ ଧର୍ମଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି l

ପରିବାର ବର୍ଗ ଉଭୟଙ୍କୁ ଚିହ୍ନଟ କରିଛନ୍ତି ଓ ପୂର୍ବରୁ ଝିଅ ନିଖୋଜ ଥିବା ଘଟଣା ବାପା ଥାନାରେ ରିପୋର୍ଟ କରିଥଲେ ଓ ଘଟଣା ର ତଦନ୍ତ ଚାଲିଛି ବୋଲି ଧର୍ମଗଡ ଥାନା ଅଧିକାରୀ ଶ୍ରୀମତୀ ରୁନୁ ମାଝୀ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ ,ଦୁଇ ଶିକ୍ଷକ ସମେତ ଜଣେ ଗିରଫ 

Sunil Chandra Nayak

ରାଉରକେଲା ପୋଲିସ୍ ଦ୍ବାରା ଚୋରି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ

Sunil Chandra Nayak

ଟାଙ୍ଗିଆରେ ଆକ୍ରମଣକରି ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ 

masiha

Leave a Comment

error: Content is protected !!