ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଓଡ଼ିଶାରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ,‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନୂଆ ଯୋଜନା

 ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୯ ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ପଞ୍ଚାୟତିରାଜ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶା ଆରମ୍ଭ ହୋଇଛି । ଏହି ପ୍ରସ୍ତାବରେ କ୍ୟାବିନେଟରେ ମୋହର ମରାଯାଇଛି । ନୂଆ ଯୋଜନା ଅନୁସାରେ ପ୍ରତି ପଞ୍ଚାୟତକୁ ମିଳିବ ସ୍ବତନ୍ତ୍ର ଅନୁଦାନ । ଯୋଜନା କାର୍ଯ୍ୟକାରିତା ପାଇଁ ଗାଇଡ ଲାଇନକୁ ମଂଜୁରୀ ମିଳିଛି ।

ସେପଟେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ମାଗଣା ଜମି ପ୍ରଦାନକୁ ଅନୁମୋଦନ ମିଳିଛି । ବିଶ୍ବବିଦ୍ୟାଳୟକୁ ମିଳିବ ୮ ଦଶମିକ ୬୯୩ ଏକର ଜମି । ଲମତାପୁଟ ଡିଗ୍ରୀ କଲେଜକୁ ମିଳିବ ୫ଏକର ଜମି । ଏଥିପାଇଁ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ସେହିପରି ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷାକୁ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିବ ରାଜ୍ୟ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁର ପୂର୍ଣେଶ୍ବର ଶୈବପୀଠରେ ଗଜାନନ ବିଗ୍ରହ ପ୍ରତିଷ୍ଠାରେ ମହାମହିମ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା 

masiha

ଭୁବନେଶ୍ୱରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Sunil Chandra Nayak

ପ୍ରକାଶ ପାଇଲା +୨ ପ୍ରଥମ କଟ୍‌ଅଫ୍‌ ମାର୍କ , କଳା, ବିଜ୍ଞାନ ଓ ବାଣିଜ୍ୟ କଟ୍‌ଅଫ୍‌ ମାର୍କରେ ରେଭେନ୍ସା ଜୁନିଅର କଲେଜ ଆଗରେ

Leave a Comment

error: Content is protected !!