ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ହେଲେ ସ୍କୁଲ ଗେଟରେ ଜମୁଛି ପାଣି

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଗେଟ ସମ୍ମୁଖରେ ଥିବା ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଗେଟ ସମ୍ମୁଖରେ ଆଣ୍ଠୁଏ ପାଣି ଜମି ରହୁଛି ।ଏପରିକି ରାସ୍ତା ମଝି ମଝିରେ ଖାଲ ରହୁଥିବା ବେଳେ ବର୍ଷା ପାଣି ବାହାରକୁ ଯାଇ ପାରୁନାହିଁ ।ଫଳରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି ।ସ୍କୁଲ ଛାତ୍ରଛାତ୍ରୀ ମାନେ ବର୍ଷା ସମୟରେ ଆଣ୍ଠୁଏ ପାଣି ଡେଇଁଏହି ମୁଖ୍ୟ ଗେଟ ଦେଇ ସ୍କୁଲ କୁ ଆସିଥାନ୍ତି । ସ୍କୁଲ ଗେଟ ଦେଇ ଯାଇଥିବା ରାସ୍ତା ଚିଲିଗୁଡା ପିଡବ୍ଲୁଡି ମୁଖ୍ୟ ରାସ୍ତାରୁ କୁଟେନ ଗାଁ କୁ ସଂଯୋଗ କରିଛି ।ଏହି ରାସ୍ତା ଦେଇ ପ୍ରତିଦିନ ଚିଲିଗୁଡା ଗ୍ରାମର ଗୋନ୍ତିଆ ପଡା ର ମହିଳାମାନେ ପାଣି ଆଣି ବାକୁ ଯାଇ ଥାନ୍ତି ।ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ବର୍ଷା ଦିନେ ଗ୍ରାମବାସୀମାନେ ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ହଟ ହଟା ହେଇଥାନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନବରଙ୍ଗପୁର ଠାରେ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକ ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ସଚେତନତା ରଥ ର ଶୁଭାରମ୍ଭ

masiha

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକସଭା

masiha

2024-25 ଖରିଫ ଧାନ ସଂଗ୍ରହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

masiha

Leave a Comment

error: Content is protected !!