ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରାବଣ  ର ପ୍ରଥମ ସୋମବାର ରେ ଚଳଚଞ୍ଚଳ ଶୈବପୀଠ : ଖାତିଗୁଡା ବୋଲ ବମ ମହାସଂଘ ଆନୁକୂଲ୍ୟରେ କପୁର ସ୍ଥିତ ଶିବ ମନ୍ଦିର ଜଳ ଅଭିଷେକ

ତେନ୍ତୁଳିଖୁଣ୍ଟି ୧୦/୦୭/୨୩ // ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ରେ ଶୈବପୀଠ ଚଳଚଞ୍ଚଳ। କିଏ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରୁଛି ତ କିଛି ବ୍ୟକ୍ତି ସମୂହ ମିଶି କୌଣସି ଜଳାଶୟ ରୁ ଜଳ ନେଇ ଶୈବ ପୀଠ ରେ ଜଳାଭିଷେକ କରୁଛନ୍ତି। ଖାତିଗୁଡା ରେ ଗତ କିଛି ବର୍ଷ ହେଲା ଇନ୍ଦ୍ରାବତୀ ବୋଲବମ ମହାସଂଘ ବ୍ୟାନର ରେ ଶତାଧିକ ଶିବ ଭକ୍ତ ଶ୍ରାବଣ ସୋମବାର ରେ ଏହି ଅଞ୍ଚଳରେ ଥିବା ଶୈବ ପୀଠ ରେ ପାଳି କରି ଜଳାଭିଷେକ କରୁଛନ୍ତି । ଚଳିତ ବର୍ଷ ବୃଷ୍ଟି ରହିତ ଶ୍ରାବଣ ରେ ଖାତିଗୁଡା ର ଶତାଧିକ ବୋଲବମ ଭକ୍ତ ପୋଡ଼ାଗଡ଼ ନଦୀଘାଟ ରୁ ଜଳ ସଂଗ୍ରହ କରି କପୁର ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ରେଜଳାଭିଷେକ କରିଛନ୍ତି । ଜଳ ସଂଗ୍ରହ ପୂର୍ବରୁ ପଣ୍ଡିତ ଙ୍କ ଦ୍ଵାରା ଯଥାବିଧି ପୂଜାର୍ଚ୍ଚନା କରା ଯାଇଥିଲା। ଜଳାଭିଷେକ ପରେ ବୋଲବମ ଭକ୍ତ ଙ୍କ ପାଇଁ ଶ୍ରୀ ଶ୍ରୀ ଗୋପାଳ ଶ୍ରୀକ୍ଷେତ୍ରରେ ଅନ୍ନ ପ୍ରସାଦ ର ବ୍ୟବସ୍ଥା ମହାସଂଘ ତରଫରୁ କରା ଯାଇଥିଲା। ଏହି ଅଞ୍ଚଳର ଶୈବ ପୀଠ ରେ ଜଳାଭିଷେକ ପାଇଁ ଅନ୍ୟ ଅଞ୍ଚଳ କଳାହାଣ୍ଡି ,କୋଷ।ଗୁମୁଡ଼ା ଆଦି ର ବୋଲବମ ଭକ୍ତ ଙ୍କୁ ମଧ୍ୟ ଅନ୍ନ ପ୍ରସାଦ ଦେଇଥିଲେ ଇନ୍ଦ୍ରାବତୀ ବୋଲବମ ମହାସଂଘ। ଆଜି ଆଗାମୀ ସୋମବାର କେଉଁ ପୀଠରେ ଜଳାଭିଷେକ କରିବେ ସ୍ଥିର କରାଯାଇଥିଲା। ଚନ୍ଦ୍ରଶେଖର ଦଳେଇ ,ହୀନ ସ୍ୱାଇଁ ,ପୀତବାସ ମୁଦୁଲି ,ସୁରେଶ ଦାସ ପ୍ରମୁଖ ମହାସଙ୍ଘ କର୍ମକର୍ତ୍ତା ସମସ୍ତ କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପନ୍ନ କରାଇବାରେ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ପ୍ରସିଦ୍ଧ ୩୩ ତମ ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିରରେ ରଥକାଠ ଅନୁକୂଳ

Sunil Chandra Nayak

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ: କଟକର ନବରଙ୍ଗ ସଙ୍ଗୀତରେ ଝୁମିଲେ ଦର୍ଶକ ଓ ଭକ୍ତ

ଖସିଗୁଡ଼ାରେ ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!