ବନ୍ଧୁଗାଁ ତା,୧୦/୭/୨୩, ବନ୍ଧୁଗାଁର ଦୁଃଖଦ ଖବର , ଆଉ ନାହାନ୍ତି ନାରାୟଣପାଟଣା ବ୍ଲକ ର ପୂର୍ବତନ ସିଡିପିଓ ତଥା ବର୍ତମାନ ର ନବରଙ୍ଗପୁର ଜିଲ୍ଲାର (ଡ଼ି.ଏସ.ଡବ୍ଲ୍ୟୁ.ଓ) ସ୍ବର୍ଗତ କମଳା ପଟ୍ଟନାୟକ । ଆଜି ସକାଳେ ବୋରିଗୁମ୍ମା ସ୍ଥିତ ସରକାରୀ ମେଡିକାଲରେ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ । ଡାକ୍ତର ତାଙ୍କ ଚିକିତ୍ସା କରୁଥିଲେ ।କିନ୍ତୁ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସୁଚନା ମିଳିଛି । ଦୀର୍ଘ ଆଠ ବର୍ଷ ଧରି ନାରାୟଣପାଟଣା ବ୍ଲକ ରେ ସିଡିପିଓ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ।ଚଳିତ ମାସ ରେ ସେ ନବରଙ୍ଗପୁର (ଡ଼ି. ଏସ.ଡବ୍ଲ୍ୟୁ.ଓ ) ଭାବରେ ରେ ପଦନ୍ନୋତି ପାଇ ଯାଇଥିଲେ । ଜଣେ ମେଳାପି ସରଳ ସରକାରୀ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିଲେ । ବନ୍ଧୁଗାଁ ବ୍ଲକରେ ପାଞ୍ଚ ବର୍ଷ ଧରି ନିଜ ଦାୟୀତ୍ୱକୁ ଶାନ୍ତି ଓ ସୁରୁଖୁରୁରେ ଦାୟୀତ୍ୱ ନିର୍ବାହ କରିଥିଲେ I ବର୍ତ୍ତମାନ ବନ୍ଧୁଗାଁ ଓ ନାରାୟଣ ପାଟଣା ବ୍ଲକର ଅଙ୍ଗନ ବାଡ଼ି କର୍ମୀ ଓ ସାଧାରଣ ଲୋକେ ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଥିବାର ଦେଖିବାକୁ ମିଳିଥିଲା I ଦୁଇ ବ୍ଲକର ଅଧିକାଂଶ ଲୋକେ ତାଙ୍କର ଅମର ଆତ୍ମାର ଶଦଗତୀ କାମନା କରି ଛନ୍ତି I
ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ


