ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୃଦଘାତରେ ଚିକିତ୍ସିତ ସମୟରେ ଚାଲିଗଲା ଜୀବନ

ବନ୍ଧୁଗାଁ ତା,୧୦/୭/୨୩, ବନ୍ଧୁଗାଁର ଦୁଃଖଦ ଖବର , ଆଉ ନାହାନ୍ତି ନାରାୟଣପାଟଣା ବ୍ଲକ ର ପୂର୍ବତନ ସିଡିପିଓ ତଥା ବର୍ତମାନ ର ନବରଙ୍ଗପୁର ଜିଲ୍ଲାର (ଡ଼ି.ଏସ.ଡବ୍ଲ୍ୟୁ.ଓ) ସ୍ବର୍ଗତ କମଳା ପଟ୍ଟନାୟକ । ଆଜି ସକାଳେ ବୋରିଗୁମ୍ମା ସ୍ଥିତ ସରକାରୀ ମେଡିକାଲରେ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ । ଡାକ୍ତର ତାଙ୍କ ଚିକିତ୍ସା କରୁଥିଲେ ।କିନ୍ତୁ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସୁଚନା ମିଳିଛି । ଦୀର୍ଘ ଆଠ ବର୍ଷ ଧରି ନାରାୟଣପାଟଣା ବ୍ଲକ ରେ ସିଡିପିଓ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ।ଚଳିତ ମାସ ରେ ସେ ନବରଙ୍ଗପୁର (ଡ଼ି. ଏସ.ଡବ୍ଲ୍ୟୁ.ଓ ) ଭାବରେ ରେ ପଦନ୍ନୋତି ପାଇ ଯାଇଥିଲେ । ଜଣେ ମେଳାପି ସରଳ ସରକାରୀ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିଲେ । ବନ୍ଧୁଗାଁ ବ୍ଲକରେ ପାଞ୍ଚ ବର୍ଷ ଧରି ନିଜ ଦାୟୀତ୍ୱକୁ ଶାନ୍ତି ଓ ସୁରୁଖୁରୁରେ ଦାୟୀତ୍ୱ ନିର୍ବାହ କରିଥିଲେ I ବର୍ତ୍ତମାନ ବନ୍ଧୁଗାଁ ଓ ନାରାୟଣ ପାଟଣା ବ୍ଲକର ଅଙ୍ଗନ ବାଡ଼ି କର୍ମୀ ଓ ସାଧାରଣ ଲୋକେ ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଥିବାର ଦେଖିବାକୁ ମିଳିଥିଲା I ଦୁଇ ବ୍ଲକର ଅଧିକାଂଶ ଲୋକେ ତାଙ୍କର ଅମର ଆତ୍ମାର ଶଦଗତୀ କାମନା କରି ଛନ୍ତି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଧର୍ମ ଓ ଆଧ୍ୟାତ୍ମିକତା ପୂଜ୍ୟ ପୂଜାର ପ୍ରାଥମିକତା–ସ୍ବର୍ଗତ ସଦାଶିବ ମହାନ୍ତିଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକୀ 

Sunil Chandra Nayak

ମାଟ୍ରିକ ପରୀକ୍ଷାରେ ସଫଳ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କୁମ୍ଭାରମୁଳି ପଞ୍ଚାୟତ ଗ୍ରାମ ସଭାରେ ହଟ୍ଟଗୋଳ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ନେଇ ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ    

masiha

Leave a Comment

error: Content is protected !!