ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଲ୍ୟାଣ ସଂଘ ବୈଠକ

ଡାବୁଗାଁ, ୧୨/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଜୟନ୍ତୀନଗର ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଲ୍ୟାଣ ସଂଘ ର ଏକ ବୈଠକ ସଭାପତି ନିତ୍ୟାନନ୍ଦ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ବାହାନଗା ଟ୍ରେନ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା | ଏଥିରେ ବନମହୋତ୍ସବ ପାଳନ ଅବସରରେ ସାମୁହିକ ଭାବେ ରାଧାକୃଷ୍ଣ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା, ବାଳକୃଷ୍ଣ ପଟ୍ଟନାୟକ ଙ୍କ ୧୦୦ ବର୍ଷ ପୂର୍ତ୍ତି ନେଇ ଅଗଷ୍ଟ ୬ ତାରିଖ ଦିନ ତାଙ୍କୁ ସମ୍ବର୍ଦ୍ଧନା ଦେବା ନେଇ ଆଲୋଚନା ହୋଇଥିଲା | ଅବସରପ୍ରାପ୍ତ ଶିକ୍ଷକ ରେହେମାନ ସରିଫ ଅବସର ନେବାର ୨୫ ବର୍ଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପେନସନ ହୋଇନାହିଁ | ସେ କିପରି ପେନସନ ପାଇବେ ଏନେଇ ଆଗାମୀ ଦିନରେ ସଂଘ ୫ ଟି ସଚିବଙ୍କୁ ଦୃଷ୍ଟି ଆକର୍ଷଣ କରିବା ନେଇ ଆଲୋଚନା ହୋଇଥିଲା | ଏଥିରେ ଉପସଭାପତି କାଶୀନାଥ ତ୍ରିପାଠୀ, ସମ୍ପାଦକ ମୁରଲୀଧର ଡାକୁଆ, କୋଷାଧ୍ୟକ୍ଷ ନବକିଶୋର ଜୟସିଂ, ପୀତାମ୍ବର ଜେନା, ଗଗନ ବିହାରୀ ମହାନ୍ତି, ଲକ୍ଷ୍ମୀକାନ୍ତ ରଥ, ଅଜୟ ବଲ୍ଲଭ ପଣ୍ଡା, କୃଷ୍ଣଚନ୍ଦ୍ର ଦାସ, ପଦମ ସିଂ ଙ୍କ ସମେତ ପ୍ରାୟ ୪୦ ଜଣ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ପ୍ରୟାସରେ ରାଇରଙ୍ଗପୁରରେ କ୍ବେସ୍ କର୍ପ ପ୍ରାଇଭେଟ୍ ଲିମିଟେଡ ଆନୁକୁଲ୍ୟରେ ବୃହତ ନିଯୁକ୍ତି ମେଳା

Sunil Chandra Nayak

ବ୍ଲକ ଓ ଏନଏସି ସ୍ତରୀୟ ଡା,ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ

Sunil Chandra Nayak

ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!