ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଭୋଟର ସଚେତନତା ଶିବିର

ରାୟଗଡ଼ା ତା:୧୫.୭.୨୦୨୩ // ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶନିବାର ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପ୍ଲସ ଟୁ ଶ୍ରେଣୀର ଦ୍ଵିତୀୟ ବର୍ଷର ନୂତନ ଓ ପ୍ରତ୍ୟାସିତ ଭୋଟର ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଭୀମସେନ ଶବର, କଲେଜ ଅଧ୍ୟକ୍ଷା ଡ: ବବିଲତା ସରଫ, ବରିଷ୍ଠ ପ୍ରାଧ୍ୟାପକ ଅରୁଣ କୁମାର ଖାଡଙ୍ଗା, ଏନ ଏସ ଏସ ୱିଙ୍ଗ ର ପ୍ରୋଗ୍ରାମ ଅଧିକାରୀ କେଶବ କୁମାରୀ ଯାନି, ଲେଫ୍ଟନାଣ୍ଟ ଉଦୟ ନାୟକ, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର, ରାୟଗଡ଼ା ପୌର ପରିଷଦରୁ ଚନ୍ଦ୍ରଶେଖର ରଥ ଓ ଆର ନୀଳକଣ୍ଠ ପ୍ରମୁଖ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ଶ୍ରୀ ଶବର ପ୍ରାସଙ୍ଗିକ ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା, ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୦ର ପ୍ରଣୀତ ନିୟମାବଳୀ ସମ୍ପର୍କିତ ବିଭିନ୍ନ ଧାରା ଓ ଉପଧାରା ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ଶିକ୍ଷକ ନିଳାଞ୍ଚଳ ମିଶ୍ର, ଭୋଟର ପଞ୍ଜିକରଣର ସାଧାରଣ ନିୟମ, ଯୋଗ୍ୟତା, ସଂଶୋଧନ ପ୍ରକ୍ରିୟା, ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଫର୍ମ ଦାଖଲ ପ୍ରଣାଳୀ ଓ ଇଭିଏମର ବ୍ୟବହାର ବିଷୟରେ ଆଲୋଚନା କରିଥିଲେ । ଶେଷରେ ଶ୍ରୀମତୀ କେଶବ ଜାନି ଧନ୍ୟବାଦ ଅର୍ପଣ କରିଥିଲେ । ବନୋ ମହୋତ୍ସବ ପାଳନ ଅବସରରେ ଉପଜିଲ୍ଲାପାଳ ଶ୍ରୀ ଶବର, କଲେଜ ଅଧ୍ୟକ୍ଷା ଓ ଅନ୍ୟ କର୍ମକର୍ତ୍ତା ମିଶି କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ୫ଟି ସେବାରୁ ବଞ୍ଚିତ ,ସ୍ଥାନୀୟ ବିଧାୟକଙ୍କ ପ୍ରତି ଜନ ଅସନ୍ତୋଷ

Sunil Chandra Nayak

ଓଡ଼ିଆ ଭାଷା,କଳା, ସାହିତ୍ୟ ସଂସ୍କୃତି ନବଞ୍ଚିଲେ ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ – ରଞ୍ଜନ ଦାଶ

Sunil Chandra Nayak

ଶ୍ରମିକଙ୍କ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ BMSର ସ୍ମାରକପତ୍ର

Sunil Chandra Nayak

Leave a Comment

error: Content is protected !!