ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା ରେ ସୁନିଶ୍ଚିତ ମରୁଡି ପରିସ୍ଥିତି କୁ ଆଶଙ୍କା କରି ଜିଲ୍ଲା କଂଗ୍ରେସ କମିଟି କଲା ଏକ ଜରୁରୀ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ 

 ନବରଙ୍ଗପୁର—(ମସିହା) ଜିଲ୍ଲାରେ ସୁନିଶ୍ଚିତ ମରୁଡି ପରିସ୍ଥିତି କୁ ଆଶଙ୍କା କରି ଆଦ୍ୟ ତା ୧୫.୦୭.୨୦୨୩ ରିଖ,ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମୁନା ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏ ବର୍ଷ ଅଭାବୀ ବର୍ଷା ରେ ଜିଲ୍ଲାରେ ଚାଷୀ କୂଳ ହତାଶ ହୋଇଥିବାକୁ ନେଇ ଏକ ଜରୁରୀ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାରେ ଅତିଶିଘ୍ର ପ୍ରାକ୍ ମରୁଡି ଘୋଷଣା କରିବା ଆବଶ୍ୟକ ବୋଲି ଦୃଢ ଦାବୀ କରାଯାଇଛି।ପ୍ରତି ବର୍ଷ ଜୁଲାଇ ମାସ ୧୫ ତାରିଖ ସୁଦ୍ଧା ୫୦ ରୁ ୬୦ ମିଲି ମିଟର ବର୍ଷା ହେବା କଥା, କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସର୍ବମୋଟ ୧୬.୩୨ ମି.ମିଟର ବର୍ଷା ହୋଇଥିବା ଜଣା ଯାଇଛି।ଏଥିରୁ ଅନୁମାନ କରାଯାଏ, ଏ ବର୍ଷ ଚାଷ ପାଇଁ ପାଗ ଅନୁକୂଳ ର ସଂକେତ ନୁହଁ। ଶୀତଳ ଷଷ୍ଠୀ ଠାରୁ ଚାଷୀ ତଳି ପକାଇ ସାରିଛି। ହୋଇଥିବା ତଳି ବର୍ତମାନ ନଷ୍ଟ ହେବାକୁ ଗଲାଣି।ବହୁ ସ୍ଥାନରେ ମାଟି ଶୁଖି ଆଁ ହେବା ଓ ତଳି ହଳଦିଆ ପଡି ସାରିଲାଣି।ତେଣୁ ଜିଲ୍ଲା କଂଗ୍ରେସ ସରକାରଙ୍କ ପାଖରେ ଦାବୀ କରିଛି କି ଯଥା ଶୀଘ୍ର ଜିଲ୍ଲାରେ କୃଷି ଓ ରାଜସ୍ୱ ବିଭାଗ ଦ୍ଵାରା ତଦାରଖ କରି ପାକ ମରୁଡି ଘୋଷଣା ନିମନ୍ତେ ସରକାରଙ୍କୁ ସୂଚନା ଦିଅନ୍ତୁ।ନଚେତ୍ ଜିଲ୍ଲା ରେ କଂଗ୍ରେସ ଦଳ ଚାଷୀଙ୍କୁ ନେଇ ରାଜ ରାସ୍ତା ରେ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଭାରତୀୟ ଜନତା ପାର୍ଟି ମଣ୍ଡି ଚାଲ ଅଭିଯାନ କ୍ରମରେ ମଣ୍ଡି ପରିଦର୍ଶନ କଲେ ପୂର୍ବତନ ବିଧାୟକ 

Sunil Chandra Nayak

ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ

Sunil Chandra Nayak

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ, ଅଗଷ୍ଟ ୬ ରୁ ୧୫ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ପାଇଁ ନିଷ୍ପତ୍ତି 

Sunil Chandra Nayak

Leave a Comment

error: Content is protected !!