ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ଯୁବ ଦକ୍ଷତା ଦିବସ ‘2023 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

 ରାୟଗଡ:- ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ଠାରେ ତା 15/7/23 ରିଖ ରେ ବିଶ୍ୱ ଯୁବ ଦକ୍ଷତା ଦିବସ-2023 ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ସହିତ ଜିଲ୍ଲା ର 4 ଗୋଟି ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ପ୍ରାୟ 150ଜଣ ଛାତ୍ର ଛାତ୍ରୀ ଯୋଗ ଦାନ କରିଥିଲେ l

    ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା, ସମ୍ମାନିତ ଅତିଥି ଭାବରେ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧୁକାରୀ, ଶ୍ରୀ ଏନ କୋଟି ରତ୍ନମ, ସହକାରୀ ନିର୍ଦେଶକ,ଏମ ଏସ ଏମ ଇ, ରାୟଗଡା, ମୁଖ୍ୟ ବକ୍ତା ଏବଂ ଶ୍ରୀ ସବ୍ୟସାଚୀ ସାହୁ, ଆଇ ପି ଓ, ଏବଂ ଶ୍ରୀଯୁକ୍ତ ଦୀପକ କୁମାର ବେହେରା, ପ୍ରମୁଖ ଯୋଗ ଦାନ କରିଥିଲେ l ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଅତୁଲ୍ୟ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ| ମୁଖ୍ୟ ଅତିଥି ଶ୍ରୀ ବେହେରା ଛାତ୍ର ଛାତ୍ରୀ ମାନଂକୁ ଦକ୍ଷ ହେlଇ ସ୍ବରୋଜଗାର କ୍ଷମ ହେବା ସହିତ କୁଶଳୀ ହେବା ପାଇଁ ପରାମର୍ଶ ଦେଇଥିଲେ I ଅନ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରି ଶିକ୍ଷାର୍ଥୀ ମାନଙ୍କ ଉଜ୍ଜଳ ଭଭିଷତ ନିମନ୍ତେ ଦକ୍ଷତା ବୃଦ୍ଧି କରି ଆତ୍ମ ନିର୍ଭର ହେବାକୁ ଆହ୍ୱାନ ଦେଇଥିଲେ l

   ଅନୁଷ୍ଟାନର ଟ୍ରେଡ଼ ଭିତିକ ଦକ୍ଷତା ପ୍ରଦର୍ଶନୀ କୁ ସମସ୍ତ ଅତିଥି ବୁଲି ଦେଖିଥିଲେ ଏବଂ ଉଚ୍ଚ କୋଟିର ପ୍ରଦର୍ଶନ ପାଇଁ ଫିଟର ଟ୍ରେଡ଼କୁ ପୁରସ୍କୃତ କରିଥିଲେ l ମୁଖ୍ୟ ଅତିଥି ଙ୍କ ଦ୍ୱାରା 2 ଜଣ ରୋଲ ମଡେଲ ଏବଂ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା! ଅତିଥି ମାନଙ୍କ ଦ୍ୱାରା ପ୍ରାୟ 10 ଗୋଟି ବୃକ୍ଷ ରୋପଣ କରାଯାଇଥିଲାl ତାଲିମ ଅଧିକାରୀ ଶ୍ରୀ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ସନ୍ତୋଷ କୁମାର ସାହୁ ମଂଚ ପରିଚାଳନା କରିଥିଲେ I

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସୋନମ ୱାଂଚୁ ଙ୍କ ଆନ୍ଦୋଳନ କୁ ସମର୍ଥନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର ଦାବୀ କଲା ଓଡିଶା ମୂଳନୀବାସୀ ବହୁଜନ ମିଳିତମହାସଂଘ.

Sunil Chandra Nayak

ଜିଲ୍ଲାସ୍ଥରୀୟ ବିଶ୍ୱ ଦକ୍ଷତା ଦିବସ ପାଳିତ 

Sunil Chandra Nayak

ଦୁର୍ଘଟଣା ରେ ଗୁରୁତ୍ତର ଯୁବକଙ୍କ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!