ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ଥରୀୟ ବିଶ୍ୱ ଦକ୍ଷତା ଦିବସ ପାଳିତ 

ଜିଲ୍ଲା ଦକ୍ଷତା ପରିଷଦ କଳାହାଣ୍ଡି ଦ୍ୱାରା ଭବାନୀପାଟଣା ର ଦକ୍ଷତା ବିକାଶ କେନ୍ଦ୍ର ଠାରେ ବିଶ୍ୱ ଦକ୍ଷତା ଦିବସ ପାଳିତ ହୋଇଯାଇଛି, ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ଵେଷା ରେଡଡି ଙ୍କ ଅଧ୍ୟକ୍ଷତା ରେ ଏହି ଉତ୍ସବ ପାଳନ କରାଯଇଛି. ଏହା ପୂର୍ବରୁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ତା ୧୨.୦୭.୨୦୨୩ ଠାରୁ ୧୪.୦୭.୨୦୨୩ ପର୍ଯ୍ୟନ୍ତ ଜିଲ୍ଲା ରେ ଥିବା ସମସ୍ତ ବୈଷୟିକ ଶିକ୍ଷା କେନ୍ଦ୍ର ଓ ସମସ୍ତ ଦକ୍ଷତା ବିକାଶ କେନ୍ଦ୍ର ଠାରେ ବିଭିନ୍ନ ପ୍ରତିଯୋଗିତା ଯଥା କୁଇଜ଼ , ଡ଼ିବେଟ, ନୃତ୍ୟ , ସଂଗୀତ , ସିଲେଇ, CAD ,CAM ଆଦି ଆୟୋଜନ କରାଯାଇଥିଲା. ଏଥିରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ଆଜି ସମାରୋହ ରେ ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ଵେଷା ରେଡଡି ପୁରସ୍କୃତ କରିଥିଲେ ଓ ଅଧିକ ରୁ ଅଧିକ ପିଲାଙ୍କୁ ଦକ୍ଷତା ପରିସର କୁ ଆଣିବା ପାଇଁ ଆହ୍ୱାନ କରିଥିଲେ.ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଶତପଥୀ ପିଲାମାନଙ୍କୁ ଦକ୍ଷ ହେବାପାଇଁ ଉପଦେଶ ଦେଇଥିଲେ.ଏଥିରେ ସରକାରୀ ପଲିଟେକ୍ନିକ,ସରକାରୀ ITI ,CTTC , ଶାହୀ ଏକ୍ସପୋର୍ଟସ , ଜନଶିକ୍ଷଣ ସଂସ୍ଥାନ ରୁ ୨୦୦ ଜଣ ଛାତ୍ର ଛାତ୍ରୀ ଭାଗନେଇଥିଲେ. ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ସଂଚାଳନ କରିଥିବାବେଳେ, ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଶ୍ରୀ ଅମୁଲ୍ୟ ପଣ୍ଡା, ସରକାରୀ ITI ର ଅଧ୍ୟକ୍ଷ ଶ୍ରୀ ସ୍ନେହାଶିଷ ମୁଦୁଲି, CTTC ର ସେଣ୍ଟର ମ୍ୟାନେଜର ଶ୍ରୀ ଜୀବନଜ୍ୟୋତି ଓଝା, ମହାତ୍ମା ଗାନ୍ଧୀ ଫେଲୋ ଉଦୟନ ମହାପାତ୍ର , ୟଙ୍ଗ ପ୍ରଫେସନାଲ ଅମ୍ବୁଜ ତିୱାରୀ,ଜନ ଶିକ୍ଷଣ ସଂସ୍ଥାନ ର ନିର୍ଦେଶକ ସୁବ୍ରତ ତ୍ରିପାଠୀ , ଶାହୀ ଏକ୍ସପୋର୍ଟସ ର ପ୍ରଶାନ୍ତ ପାଣିଗ୍ରାହୀ ଓ ସୁବାଷ ଚନ୍ଦ୍ର ବେହେରା ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ସରକାରୀ ପଲିଟେକ୍ନିକ, ସରକାରୀ ITI , CTTC , ଶାହୀ ଏକ୍ସପୋର୍ଟସ ର ସମସ୍ତ କର୍ମକର୍ତା ସହାୟତା କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

କେନ୍ଦ୍ର ମୋଦୀ ସରକାର ଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବିରୁଦ୍ଧରେ ସି ଆଇ ଟି ୟୁ ର ଶ୍ରମିକ କନଭେନସନ 

masiha

ପୂର୍ବତନ ଫୁଟବଲ ଖେଳାଳୀ ହର ଜାଲ ଙ୍କ ପରଲୋକ

masiha

ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ଦ୍ୱାରା ଜଳେଶ୍ଵରରେ ଉତ୍କଳ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!