ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜନ ସମ୍ପର୍କ ଯାତ୍ରାରେ ଯୋଗଦେଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

କୋକସରା,୧୬/୦୭ //କେନ୍ଦ୍ର ସରକାରଙ୍କ ଜନାଭିମୁଖୀର ସଫଳ ରୂପାୟନକୁ ନେଇ ଭାରତୀୟ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ଯାତ୍ରା ଜାରି ରହିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ସୁନାମାଲ ଓ ଲଡୁଗାଁ ଠାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାଧାରଣ ଲୋକଙ୍କୁ ଭେଟି କେନ୍ଦ୍ରରେ ମୋଦି ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ୯ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ବୁଝାଇଥିଲେ ଓ ରାଜ୍ୟ ସରକାର କେନ୍ଦ୍ରର ଯୋଜନାକୁ ଆୟୁଧ କରି ବାହାବା ନେଇଛନ୍ତି ବୋଲି କହିଛନ୍ତି। ଏହି ଜନ ସମ୍ପର୍କ ଯାତ୍ରାରେ ସାଂସଦ ପଣ୍ଡାଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ନବରଙ୍ଗପୁର ପ୍ରଭାରୀ ଯୁବମୋର୍ଚା ହିମାଂଶୁ ପଣ୍ଡା, ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ସମ୍ପାଦକ ତ୍ରିନାଥ ଶବର, ଉପ ସଭାପତି ଗୋପାଳ ଅଗ୍ରୱାଲ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, ପ୍ରଭାରୀ କୋକସରା ମଣ୍ଡଳ ଗରୁଡ଼ ଧ୍ଵଜ ମାଝୀ ଓ ଦଲୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ରାଇରଙ୍ଗପୁରରେ ସଂଯୁକ୍ତ ମୋର୍ଚ୍ଚାର କେନ୍ଦ୍ର ସରକାରଙ୍କ ୯ ବର୍ଷର ସୁଶାସନ,ସେବା ଓ ଜନକଲ୍ଯାଣ କାର୍ଯ୍ୟକ୍ରମ ନେଇ ଖବରଦାତା ସମ୍ମୀଳନୀ

Sunil Chandra Nayak

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ବାଦାମ ପାହାଡ଼ରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

masiha

ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ମହିଳା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!