ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃକ୍ଷ ହିଁ ଜୀବନ,ବୃକ୍ଷ ସୁଦ୍ଧ ଓ ପବିତ୍ର କରେ ବାତାବରଣ

ଅଭ୍ୟାସ ଟେକ୍ନୋ ସ୍କୁଲ୍ ପଦ୍ମପୁରରେ ଆଜି ସଦଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନ ଙ୍କ ୯୧ ତମ ଜନ୍ମ ଦିବସ ର ପୂର୍ବ ଦିନରେ ଗୁରୁ ଭାଇ ଭଉଣୀ ମାନଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଗୁରୁ ଭାଇ ଭଉଣୀ ମାନେ ଆଜି ଅଭ୍ୟାସ ଟେକ୍ନୋ ସ୍କୁଲ୍,ପ୍ରାଙ୍ଗଣରେ ୭୦ ଗୋଟି ଚାରା ରୋପଣ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ADM ଶ୍ରୀ ସୋମନାଥ ପ୍ରଧାନ ରାୟଗଡ଼ା ରୁ,ପଦ୍ମପୁର ତହସିଲଦାର ଶ୍ରୀମତୀ ଗୀତାଞ୍ଜଳି ବେହେରା ଏବଂ ଅତିରିକ୍ତ ତହସିଲ ଦାର ଶ୍ରୀ ପ୍ରାଣକୃଷ୍ଟ ପାଣିଗ୍ରାହୀ ସମେତ ଗୁରୁଭାଇ ଉଦୟ ଶଙ୍କର , ଲାଡି ନାଗେଶ୍ଵର ରାଓ , ବାସିନୀ ଭୂଜଙ୍ଗ , ଲାଡୀ ତୁକାରାମ,ଗାୟତ୍ରୀ ପଣ୍ଡା , ଜନାର୍ଦ୍ଦନ ସେନାପତି,ସୋମନାଥ ସାହୁ,ଓଡ଼ିଆ ଭାଇ,ଉଦୟ ନାଥ ସାହୁ,ଜଗା ଭାଇ,ରାମା ଭାଇ,କେ, ଏମାନା ମୂର୍ତ୍ତି, ସୁରେନ୍ଦ୍ର ପୁଷ୍ଟୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ସମ୍ପାଦନ କରି ଥିଲେ ।ଏହା ପରେ ବୃକ୍ଷ ରୋପଣ ର ମହତ୍ତ୍ଵ ମଧ୍ୟ ବୁଝାଇ ଥିଲେ ।ADM ମହାଶୟ ଅଭ୍ୟାସ ସ୍କୁଲ୍ ର ଶିଶୁଙ୍କୁ ଜନ୍ମ ଦିନରେ ଗୋଟିଏ ଗଛ ଲଗାଇବା ପାଇଁ କହିଥିଲେ ।ବୃକ୍ଷ ହିଁ ଜୀବନ ଏବଂ ବୃକ୍ଷ ବଞ୍ଚିଲେ ଜୀବନ ବଞ୍ଚିବ ବୋଲି ମଧ୍ୟ କହିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଥୁଆମୁଳ ରାମପୁର ତାଲୁକ ଆଇନ ପ୍ରାଧିକରଣ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ 

ଉତ୍କେଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଧିର ର ତ୍ରିଂଶତିତମ ବାର୍ଷିକ ଉତ୍ସବ 

Sunil Chandra Nayak

ଦାସି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!