ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗମ କୁଟରୁ ଗାଁକୁ ସଂଯୋଗ କରୁଥିବା ପୋଲ ବିପଦ ଶଙ୍କୁଳ, ମରାମତି କରିବା ପାଇଁ ବନବାସୀଙ୍କ ଦାବି

କୋକସରା,୧୯/୦୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତରେ ରହିଛି ଅନେକ ଦୁର୍ଗମ ଗିରି ଅଞ୍ଚଳ, ତାରି ମଧ୍ୟରେ ରହିଛି ଅନେକ ବନବାସୀ ଗାଁ, ଜଙ୍ଗଲ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏହି ବନବାସୀଙ୍କ ପାଇଁ ଆଜି ମଧ୍ୟ ଅନେକ ମୌଳିକ ଅଧିକାରରୁ ବଞ୍ଚିତ ରହିଛନ୍ତି। ସେହିପରି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି କୁଟୁରୁ ରାଜସ୍ୱ ଗ୍ରାମ, ଆମପାଣି ପଞ୍ଚାୟତ ଠାରୁ ଜାତୀୟ ରାଜପଥ ୨୬ ଆମପାଣି ଘାଟି ଵିରିମୁହାଣ ଛକରୁ ଜଙ୍ଗଲ ରାସ୍ତା ଦେଇ ୧୨ କିଲୋମିଟର ଜଙ୍ଗଲରେ ରହିଛି ଏହି ଗ୍ରାମ। ତେବେ ଗାଁ କୁ ସଂଯୋଗ କରୁଥିବା ରାସ୍ତାର ବାଟରେ ପଡୁଥିବା ଏକ ନାଲା ଦେଇ ଯାତାୟାତ କରିବାକୁ ହୁଏ । ତେବେ ନାଲା ଉପରେ ନିର୍ମାଣ ହୋଇଥିବା ପୋଲ ବର୍ଷା ସ୍ରୋତ ରେ ଦୁର୍ବଳ ହୋଇ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହି ଜଙ୍ଗଲ ମଧ୍ୟରେ କୁଟୁରୁ ଗ୍ରାମ ବ୍ୟତୀତ ରହିଛି ସର୍ଗିପାନୀ, ଲେକାଆମ, ଆନ୍ଧି ଝରଣ ଭଳି ବନବାସୀ ଗାଁ, ପୋଲ ବିପଦ ଅବସ୍ଥାରେ ରହିଥିବା ଫଳରେ ପଞ୍ଚାୟତକୁ ପିଡ଼ିଏସ ସାମଗ୍ରୀ ନେବାପାଇଁ ଟ୍ରାକ୍ଟର ଅଟୋ ନେଇ ଆସୁଥିବା ହିତାଧିକାରୀ ସମେତ ଏହି ଗ୍ରାମରେ ବସବାସ କରୁଥିବା ବନବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ନିକଟରେ ନୂତନ ପୋଲ ପାଇଁ ଦାବି କରାଯାଇଛି ବୋଳି କହିଛନ୍ତି।ଏନେଇ କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କ ପ୍ରତିକ୍ରିୟା ନେବାରୁ କୁଟୁରୁ ପାଇଁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହେବା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ତେବେ ବର୍ତ୍ତମାନ ପାଇଁ ସାମୟିକ ଭାବେ ପୋଲ ମରାମତି କରି ଯାତାୟାତର ସୁବିଧା କରାଯିବ ବୋଲି କହିଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ଗଛରେ ପିଟି ହେଲା କାର,୧ମୃତ,୫ ଆହତ

Sunil Chandra Nayak

ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ପକ୍ଷରୁ ଜନ ସୁରକ୍ଷା ଯୋଜନ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

ନବରଙ୍ଗପୁରରେ ‘ମିଶନ୍ ଅକ୍ସିଜେନ୍’ ପାଇଁ ପ୍ରସ୍ତୁତି ଵିଠକ 

masiha

Leave a Comment

error: Content is protected !!