ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ବୈଠକ : ଲ୍ୟାମ୍ପ କର୍ମଚାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ତେନ୍ତୁଳିଖୁଣ୍ଟି୧୯/୦୭/୨୩ // ଆଜି ସ୍ଥାନୀୟ ତେନ୍ତୁଳିଖୁଣ୍ଟି ଲ୍ୟାମ୍ପସ କାର୍ଯ୍ୟାଳୟ ପରିସରରେ ଲ୍ୟାମ୍ପ୍ସର ସଭାପତି ଅଖିଳ ଭତ୍ରାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଇଥିଲା l ଉକ୍ତ ସଭାରେ ଚାଷୀ କିଭଳି ଉଚିତ ମୂଲ୍ୟରେ ସାର ବିହନ ପାଇ ପାରିବେ ସେବିଷୟରେ ସବିଶେଷ ଆଲଚନା ହୋଇଥିଲା l ସଭା ପ୍ରାରମ୍ଭରେ ଜୟପୁର ଡିଭିଜନର ଡି ଆର ସି ଏସ ଦିବଙ୍ଗତ ସି ଏଛ ଭବାନୀ ପ୍ରସାଦଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନିରବ ପ୍ରାଥନା କରାଯାଇଥିଲା l ପରିଶେଷରେ ଲ୍ୟାମ୍ପ୍ସର ଅବସରପ୍ରାପ୍ତ ହିସାବରକ୍ଷକ ଚନ୍ଦନ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ସାଧାରଣ ବୈଠକରେ ଲ୍ୟାମ୍ପ୍ସର 13ଜଣ ନିର୍ଦେଶକଙ୍କ ସହିତ ଲ୍ୟାମ୍ପ୍ସ କର୍ମଚାରୀ ଉପସ୍ଥିତ ଥିଲେ l ଶେଷରେ ବରିଷ୍ଠ ନିର୍ଦେଶକ ବାରିଜ ପଟ୍ଟନାୟକ ଧନ୍ୟବାଦ ଦେବା ପରେ ବୈଠକ ସାଙ୍ଗ କରାଯାଇଥିଲା lନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ଥିତ ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ର ପୁରୁଣା କର୍ମଚାରୀ ଚନ୍ଦନ ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଅବସର ରେ ତାଙ୍କ କାର୍ଯ୍ୟ ସମୟର ଅନୁଭୂତି ନେଇ ସ୍ମୃତିଚାରଣ କରିଥିଲେ। ଲ୍ୟାମ୍ପ ତରଫରୁ ଉପଢୌକନ ପ୍ରଦାନ କରାଯାଇଛି। ଏହି ଅବସର ରେ ଲ୍ୟାମ୍ପ ଏମ ଡି ନରେଶ ତ୍ରିପାଠୀ ସମେତ ରବି ପାଣିଗ୍ରାହୀ ଓ ଅନ୍ୟାନ୍ୟ ଲ୍ୟାମ୍ପ କର୍ମଚାରିନ ନିର୍ଦେଶକ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଲିଛଡା ବନ୍ଯା ଆଶ୍ରୟସ୍ଥଳ ଠାରେ ବିପର୍ଯ୍ୟୟ ପ୍ରଶମନ ନେଇ ପ୍ରସ୍ତୁତି ମକଡ୍ରିଲ କରି ଦେଖାଇଲେ ଅଗ୍ନିଶମ ବାହିନୀ

Sunil Chandra Nayak

କ୍ରୀଡା କ୍ଷେତ୍ରରେ ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ସଫଳତା ରାଜ୍ୟର ଶ୍ରେଷ୍ଠ ୩୦ ବିଦ୍ୟାଳୟ ମଧ୍ୟରେ ମନୋନୀତ 

masiha

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

masiha

Leave a Comment

error: Content is protected !!