ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଙ୍କ ୯୧ ତମ ଜୟନ୍ତୀ

  ଦିବ୍ୟ ଦର୍ଶନ ସଂଘ ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୧୮.୦୭.୨୦୨୩ ତାରିଖ,୯୧ ତମ ଜୟନ୍ତୀ ଶୁଭ ଅବସରରେ ବିଶ୍ଵ ବାସୀ ଭାଇ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

   ମହାନ୍ ସନ୍ଥ ,ତତ୍ତ୍ଵଦର୍ଶୀ,ଯୁଗାନ୍ତକାରୀ ସଦଗୁରୁ ଙ୍କ ଆବିର୍ଭାବ ଏହି ପୁଣ୍ୟଭୂମି ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ବର୍ତ୍ତମାନର ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ଗୋଡ଼ିଆବନ୍ଧ ଗ୍ରାମରେ ୧୮.୦୭.୧୯୩୩ ମସିହାରେ ଦିବ୍ୟାଦର୍ଶନ ର ସ୍ରଷ୍ଟା ସଦଗରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଆବିର୍ଭାବ ଯୋଗୁଁ ରାୟଗଡ଼ା ଜିଲ୍ଲା ,ଓଡ଼ିଶା ରାଜ୍ୟ ତଥା ପୁଣ୍ୟ ଭୂମି ଭାରତ ବର୍ଷକୁ ଅଧିକ ମହିମା ମୟ ଓ ଗୌରବାନ୍ଵିତ କରିଛି ।ଆଗାମୀ ମାନବ ସମାଜର ଇତିହାସ ହିଁ ଏହାର ପ୍ରମାଣ ଦେବ ।

  ସଦଗୁରୁ ଦେବଙ୍କ ପିତାଙ୍କ ନାମ ସ୍ବର୍ଗତ ଓଡ଼ିଆ ଗମାଙ୍ଗ ଓ ମାତାଙ୍କ ନାମ ଶ୍ରୀମତୀ ଚନ୍ଦ୍ରମା ଦେବୀ ।ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଥିଲେ ସ୍ଵୟମସିଦ୍ଧ ,ତାଙ୍କର କୌଣସି ସ୍ଥୂଳ ଦେହଧାରି ଗୁରୁ ନଥିଲେ ।ଭାରତୀୟ ଆଧ୍ୟାତ୍ମିକ ଦର୍ଶନ ର ଗୁରୁବାଦ ପରମ୍ପରାକୁ ମର୍ଯ୍ୟାଦା ଦେଇ ଗ୍ରୀସ୍ ର ମହାନ୍ ଦାର୍ଶନିକ ପଣ୍ଡିତ ସକ୍ରେଟିସ ,ପ୍ରଭୁ ଯୀଶୁଖ୍ରୀଷ୍ଟ ,ଭଗବାନ ବୁଦ୍ଧ ଦେବଙ୍କୁ ଗୁରୁ ରୂପରେ ବରଣ କରିଥିଲେ । ଏଥି ସହିତ ମାଁ ଦୁର୍ଗାଙ୍କୁ ବାଲ୍ୟବସ୍ଥା ରୁ ନିଜର ଇଷ୍ଟ ଦେବୀ ରୂପେ ଉପାସନା କରୁଥିଲେ ।ଯୁବକ ଅବସ୍ଥାରେ ନିଜ ହୃଦୟ ରସ୍ବତଃ ଭାବ ସୃଷ୍ଟି ହୋଇ ଥିଲା – ଶକ୍ତି ବିନା କିଛି ବି ସମ୍ଭବ ନୁହେଁ ।ସକ୍ତିମୟ ଦୁନିଆରେ ଶକ୍ତି ସଂଗ୍ରହ କରି ଶକ୍ତିଶାଳୀ ହେବାକୁ ପଡିବ। ଶକ୍ତି ହିଁ ଭଗବାନ ।

    ଅନ୍ୟାନ୍ୟ ସାଧୁସନ୍ଥ ମହାପୁରୁଷ ବା ସଦଗୁରୁ ମାନଙ୍କ ଭଳି ସ୍ୱରୂପ ଲାଭ ନିମନ୍ତେ କେଉଁ ନିର୍ଜନ ସ୍ଥାନ ବା ବଣ ଜଙ୍ଗଲ କୁ ସେ ଯାଇ ଥିଲେ ।ସେ ଜଣେ ଗୃହସ୍ଥ ଥିଲେ ।ପରିବାର ସହିତ ଜୀବନ ଅତିବାହିତ କରୁଥିଲେ ।ତାଙ୍କର ସହଜାତ ପ୍ରବୃତ୍ତି ହେଲା,କିଭଳି କମ୍ ସମୟରେ , କମ୍ ସମ୍ବଳ ରେ ଏବଂ କମ୍ ପରିଶ୍ରମ ରେ ମାନବ ସମାଜର ଅଶେଷ କଲ୍ୟାଣ କରିହେବ ।ଏହି ବିଚାର ରେ ରହି ନୃତ୍ୟ ,ସଙ୍ଗୀତ ,ଆୟୁର୍ବେଦ ,ଜ୍ୟୋତିଷ ,ତନ୍ତ୍ର ,ଧନୁର୍ବିଦ୍ୟା,ନୂତନ ବୈଜ୍ଞାନିକ ଯନ୍ତ୍ରପାତି ଉଦ୍ଭାବନ ଆଦି ୧୮ ଟି ବିଦ୍ୟାରେ ସିଦ୍ଧିଲାଭ କରିଥିଲେ ।ପ୍ରବଳ ଜିଜ୍ଞାସା ମନୋଭାବ ଓ ଦୈବୀଗୁଣ ଆଚରଣ ତାଙ୍କର ସହଜାତ ପ୍ରବୃତ୍ତି ଥିଲା । ସଦଗୁରୁ ଦେବଙ୍କ ସାଧନା ଥିଲା ଜ୍ଞାନ ମାର୍ଗର ସାଧନା ଏବଂ ସାଧନା ଶୈଳୀ ଥିଲା”ହୃଦେ ଭାବ,ମୁଖେ କାମ ,ହସ୍ତେ କାମ “। ଦୀର୍ଘ ଅଠର ବର୍ଷ ନିରବଚ୍ଛିନ୍ନ ସାଧନା ଏବଂ ପୂର୍ବୋକ୍ତ ଗୁରୁ ମାନଙ୍କ ଆଶୀର୍ବାଦ ରୁ ୧୪.୦୪.୧୯୬୭ ତାରିଖ ମହା ବିଷୁବ ସଂକ୍ରାନ୍ତି ଦିନ ସୁର୍ଯ୍ୟାସ୍ତ ସମୟରେ ପରମ ସିଦ୍ଧି ଲାଭ କରିଥିଲେ। ସିଦ୍ଧି ଲାଭ କରିବାର ୬ ବର୍ଷରୁ ଅଧିକ ସମୟ ନିରବ ଏହି , ତନ୍ନ ତନ୍ନ ଅନୁଧ୍ୟାନ କଲେ ।ସମାଜର ଅଭାବ ଏବଂ ଏହାର ନିରାକରଣ ନିମନ୍ତେ ସର୍ବୋପରି ସମାଜର ମହା କଲ୍ୟାଣ ଉଦ୍ଦେଶ୍ୟରେ ଭେଟି ଦେଲେ “ଦିବ୍ୟଦର୍ଶନ “।

    ଦିବ୍ୟ ଦର୍ଶନ ସତ୍ୟଲୋକର ବିଷୟର ସାରାଂଶ କୁ ସରଳତମ , ଯୁଗପୋ ଯୋଗୀ ,ବିଜ୍ଞାନ ଭିତ୍ତିକ ଭାବେ ଯୋଜନା ବଦ୍ଧ ଭାବେ ଶିକ୍ଷାଦାନ କରୁଛି ।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା,ମଣିଷ କିଭଳି ସହଜରେ ଏବଂ କମ୍ ସମୟରେ ଆତ୍ମ ଜ୍ଞାନ ଲାଭ କରି ସ୍ୱରୂପ କୁ ଲାଭକରିବ ।ଦିବ୍ୟ ଦର୍ଶନ ର ଆଧ୍ୟାତ୍ମିକ ସାଧନା ଶୈଳୀ ହେଉଛି ଅଦ୍ୟାବଧି ସମାଜରେ ଉପଲବ୍ଧ ସରଳ ତମ ସ୍ୱରୂପ ପ୍ରାପ୍ତିର ସାଧନା ଶୈଳୀ ।ସମାଜର ଏହି ସଙ୍କଟ ମୟ ସ୍ଥିତି ଏବଂ ଅବସ୍ଥାର ପରିବର୍ତ୍ତନ ନିମନ୍ତେ ,ଦିବ୍ୟ ଦର୍ଶନ ର ସାଧନା ଶୈଳୀ ହେଉଛି ଅବ୍ୟର୍ଥ ମହୌଷଧି ।ସମାଜରେ ଯେତେବେଳେ ଏହିଭଳି ଜଟିଳ ପରିସ୍ଥିତି ସୃଷ୍ଟି ହୁଏ, ପରମାତ୍ମା ଏହି ଭଳି ସଦଗୁରୁ ରୂପେ ଆବିର୍ଭାବ ହୋଇ ଥାଆନ୍ତି ।ସଦଗୁରୁ ଦେବଙ୍କ ମାନବ ସମାଜକୁ ଆହ୍ଵାନ ହେଲା –

    ହେ ମାନବ ! ଆଉ କେତେଦିନ ନିଜର ପ୍ରକୃତ ସ୍ୱରୂପ କୁ ଭୁଲି ରଙ୍ଗ ମଂଚର ଏହି କୃତ୍ରିମ ବେଶ କୁ ନିଜର ସ୍ୱରୂପ ଓ ତାହାକୁ ଆବାସ ସ୍ଥଳ ଭାବି ଲୋଭ ,ମୋହ,। ମାନ ଅଭିମାନ ଅଗ୍ନି ରେ ଜଳି ପୋଡ଼ି ଅସହ୍ୟ ଯନ୍ତ୍ରଣା ଭୋଗ କରିବ ?

    ଉଠ – ଅନ୍ତ୍ରରସ୍ତ ଜ୍ଞାନାଗ୍ନି କୁ ପ୍ରଜ୍ବଳିତ କର। ଯିବାକୁ ପ୍ରସ୍ତୁତ ହୁଅ ,ତୁମର ସେହି ଶାନ୍ତିମୟ , ଅମର ଦିବ୍ୟଧାମ କୁ ଏବଂ ଫେରିଯାଅ ସେହି ନିତ୍ୟ,ସତ୍ୟ ଓ ପବିତ୍ର ସ୍ୱରୂପ କୁ ।ତେବେ ଯାଇ ସମସ୍ତ ଦୁଃଖ ଓ ଭୟରୁ ମୁକ୍ତ ହେବ ।

    ମନେରଖ ! ତୁମେ ଅମର ଓ ମୁକ୍ତ ପୁରୁଷ !!!

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ –ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି 

masiha

ଏଫଏମୟୁରେ ପ୍ରାକ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଚୟନ ଶିବିର

masiha

ରାଇଘର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!