ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନର୍ଲା/ମସିହା/22/07/23 // ଗତ ମେ ୩୧ ତାରିଖରେ ନିଜ ଶିକ୍ଷକତା କର୍ମରୁ ଅବସର ଗ୍ରହଣ କରିଥିବା ରତନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦେବପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆଜି ତୁଳାପଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସଭାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏକତ୍ରିତ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ସଂଘର ସଭାପତି ମୀନକେତନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସଂଘର ସମ୍ପାଦକ ଅମିତ କୁମାର ଶର୍ମା,ସିଆରସିସି ଯୌବନ ହରିଜନ,ତୁଳାପଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ,ଜିତୁ ସେଠୀ,ହରପ୍ରସାଦ ସାହୁ ସମେତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବପ୍ରସାଦ ଷଡ଼ଙ୍ଗୀ ମଞ୍ଚାସୀନ ହୋଇଥିଲେ । ଶ୍ରୀ ଷଡ଼ଙ୍ଗୀ ଜଣେ ଛାତ୍ରବତ୍ସଳ, ଶିକ୍ଷାପ୍ରେମୀ, ସାହିତ୍ୟିକ,ପୂଜକ ଭାବରେ ଅଞ୍ଚଳରେ ଖୁବ୍ ଜଣାଶୁଣା ଅଟନ୍ତି । ଶିକ୍ଷକତା ଜୀବନରେ ନିଜର ନୈତିକତା, ଶୃଙ୍ଖଳିତ ବ୍ୟବହାର ଓ ଖୁବ୍ ମେଳାପୀ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ସଂଘ ତରଫରୁ ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଵିଭିନ୍ନ ପ୍ରିତି ଉପହାର ପ୍ରଦାନ କରିଥିଲେ । ଅବସର ପରେ ମଧ୍ୟ ସେ ଶିକ୍ଷାପ୍ରତି ସଚେତନ ରହିବେ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଥିଲେ ।

ଦୀପକ ଠାକୁର ଙ୍କ ରିପୋର୍ଟ 

Related posts

ଫେବୃଆରୀ ୨ରୁ ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ 

Sunil Chandra Nayak

ଠିକାଦାର ପ୍ରତି ବିମୁଖ ଆଉଟସୋର୍ସିଂ କର୍ମଚାରୀ ବ୍ୟାଙ୍କ ନିୟନ୍ତ୍ରଣରେ କର୍ମନିଯୁକ୍ତି ପାଇଁ ଦାବି

masiha

ଲିଲି ଇଣ୍ଟରନ୍ୟାସନାଲ ବିଦ୍ୟାଳୟରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!