ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରାଜିଆଣୀ ଗାଁ ରାସ୍ତା କାଦୁଅ ପଚ ପଚ

 ମୟୂରଭଞ୍ଜ – ୨୩/୭ ( ମସିହା) ଗ୍ରାମ ସ୍ଵରାଜ୍ୟ ପ୍ରଗତିରେ ଗମନାଗମନ ଭୂମିକା ଅନନ୍ୟ । କିନ୍ତ ପଞ୍ଚାୟତ,ଅଛି,ବ୍ଳକ ଅଛି,ବିଧାୟକ ଅଛନ୍ତି । ସ୍ବାଧୀନତା ୭୬ ଵର୍ଷ ଅତିକ୍ରାନ୍ତ ହେଲାଣି ହେଲେ ଗାଁ ରାସ୍ତା ଗାଁ ମାନଙ୍କରେ ୪୦ ଭାଗ ରାସ୍ତା ସେମିତି ଅଧାପନ୍ତରିଆ ପଡି ରହିଛି ।ଚଲାଚଲି ଗମନାଗମନ ପାଇଁ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି ।ଦୁର୍ଗମ ଅଂଚଳରେ ଗାଁ ଗଣ୍ଡା ରାସ୍ତା କଥା ନ କହିଲେ ଚଳିବ !ରାସ୍ତା ଠିକ୍ ଠାକ୍ ନଥିବା ଯୋଗୁଁ ଗର୍ଭବତୀ ମହିଳାମାନଙ୍କୁ ଲୋକେଖଟିଆରେ କିମି ପରେ କିମି ଧରି ବୋହିକି ନେଉଛନ୍ତି ।ଗାଁ ଲୋକେ ସରପଞ୍ଚ ,ବ୍ଳକ ଅଧ୍ୟକ୍ଷ ପ୍ରଶାସନକୁ ଶୁଣାଇଲେ ମଧ୍ୟ ସୁଫଳ ପାଉ ନାହାନ୍ତି । 

 ବିଜାତଳା ବ୍ଲକର ବଣକାଟି ପଞ୍ଚାୟତର ବରାଜିଆଣୀ ଗାଁ ରାସ୍ତା ନ କହିଲେ ସରେ l ଏହି ଗାଁ ହେଉଛି ସାନ୍ତାଳୀ ସଂଗୀତ ଜଗତର ଜଣାଶୁଣା କଣ୍ଠ ଶିଳ୍ପୀ ସ୍ବର୍ଗତ ବସେନ ମୁର୍ମୁଙ୍କ ପୈତୃକ ଗାଁ l ମାତ୍ର ଆଦିବାସୀ ବହୁଳ ଏହି ଗାଁଟି ଏବେ ମଧ୍ୟ ବିକାଶଠାରୁ ଅନେକ ଦୂରରେ ରହିଅଛି l ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷ କରି ବରାଜିଆଣି ଗ୍ରାମର ଜାହେର ଟୋଲାରେ ବର୍ଷା ଯୋଗୁଁ ରାସ୍ତାଟି କାଦୁଆ ପଚ ପଚ l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି l ତୁରନ୍ତ ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପଡ଼ାରେ କୃଷି ବିଭାଗର ସମୀକ୍ଷା ବୈଠକ, ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ 

Sunil Chandra Nayak

ଶିଶୁ ଶ୍ରମିକ ଲଗାଇ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ,କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

Sunil Chandra Nayak

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ମହମ୍ମଦ ସିକନ୍ଦର ଆଲମଙ୍କ ଜନ୍ମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!