ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମ୍ୟାକ୍ସ ପିକ୍‌ଅପ୍ ଭର୍ତ୍ତି ଶାଗୁଆନ କାଠ ଜବତ, ଜଣେ ଗିରଫ

ରାମନାଗୁଡ଼ା, ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ଗୋସେଇଁ ଗୁଲୁମୁଣ୍ଡା ପଞ୍ଚାୟତ ଅଧୀନସ୍ଥ ବାଙ୍ଗି ନିକଟରେ ସାଗୁଆନ କାଠ ଭର୍ତ୍ତି ମ୍ୟାକ୍ସ ପିପ ଜବତ ସହିତ ଜଣକୁ ଗିରଫ କରାଯାଇଛି। ଶୁକ୍ରବାର ରାତି ଦଶଟା ସମୟରେ ରାମନାଗୁଡ଼ା ପୁଲିସର ପେଟ୍ରୋଲିଂ କରୁଥ‌ିବା ବେଳେ ବାଙ୍ଗି ଗ୍ରାମର କେନାଲ ନିକଟରେ ଗୋଟିଏ କାଠ ବୋଝେଇ ମ୍ୟାକ୍ସ ପିକ୍‌ଅପ୍ ଥିବା ଦେଖିବାକୁ ମିଳିଥିଲା। ରାମନାଗୁଡ଼ା ଥାନା ଏଏସ ଆଇ ପୃଥୀରାଜ ଝଙ୍କାର ସଦଳବଳେ ଚଢ଼ଉ କରି ଘଟଣାସ୍ଥଳରୁ ଗୋଟିଏ ନମ୍ବର ବିହୀନ ମ୍ୟାକ୍ସ ପିକଅପ୍ ସହ ୧୪ ଖଣ୍ଡ ସାଗୁଆନ କାଠ ଜବତ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଲିମାଲା ଶ୍ୟାମ ସୁନ୍ଦର(୩୯)ଙ୍କୁ ଗିରଫ କରି ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ରାମନାଗୁଡା ଥାନା ଅଧିକାରୀ ଶ୍ରୀମତୀ ସୁନିତା ବେହେରା କହିଛନ୍ତି । ଅଭିଯୁକ୍ତଙ୍କ ସମେତ ମ୍ୟାକ୍ସ ପିପ୍ ୧୪ ଖଣ୍ଡ ସାଗୁଆନ କାଠକୁ ପୁଲିସ ରାମନାଗୁଡା ବନବିଭାଗକୁ ହସ୍ତାନ୍ତର କରିବା ପରେ ଭାରପ୍ରାପ୍ତ ବନପାଳ ଜୟ ଶବର, ବନରକ୍ଷୀ ସୋମେଶ୍ଵର ରାଓ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖୁଛନ୍ତି | ଜବତ ସାଗୁଆନ କାଠ ୩୨ ଘନଫୁଟ ହୋଇଥ‌ିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ବନବିଭାଗ ତରଫରୁ କୁହାଯାଇଛି । ଗିରଫ ଅଭିଯୁକ୍ତଙ୍କ ଘର ପାର୍ବତୀପୁର ମାନ୍ୟମ (ଜିଲ୍ଲା) ବାଥିଲି ଥାନା ଅନ୍ତର୍ଗତ ବାଲେରୁ ଗ୍ରାମରେ ବୋଲି ଜଣାପଡ଼ିଛି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା  ଅଭିଯୁକ୍ତଙ୍କ ଦ୍ୱାରା ସିନ ରିକ୍ରିଏସନ କରେଇଲା ପୁଲିସ  ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ 

Sunil Chandra Nayak

ଜୟପାଟଣା ଢୁଲୁଘାଟିରେ ଲୁଟ୍ ଘଟଣା, ଜଣେ ଗିରଫ, ତିନି ଫେରାର..

masiha

ବେକରେ ଦଉଡି ଲଗାଇ ମହିଳାଙ୍କ ଆତ୍ମହତ୍ୟା

Leave a Comment

error: Content is protected !!